• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତିନି ଦିନିଆ ୟୁରୋପ ଗସ୍ତ ସାରି ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ଭିତରେ ଶେଷ ଦିନରେ ପ୍ରଧାନମନ୍ତ୍ରୀ ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ଭେଟିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ମାକ୍ରନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି । ପ୍ରତିରକ୍ଷା, ମହାକାଶ, ପରମାଣୁ ସହଯୋଗ, ଆଞ୍ଚଳିକ ଏବଂ ଗ୍ଲୋବାଲ୍ ସମସ୍ୟା ଉପରେ ଦୁଇ ନେତା ଆଲୋଚନା କରିଛନ୍ତି ।

ୟୁକ୍ରେନ୍-ରୁଷ ଯୁଦ୍ଧକୁ ନେଇ ଭାରତ ଓ ଫ୍ରାନ୍ସ ମଧ୍ୟରେ ସମାନ ବୁଝାମଣା ରହିଛି । ଏ ସ୍ଥିତି ନେଇ ଉଭୟ ଦେଶ ଗଠନମୂଳକ ଭୂମିକା ନିର୍ବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଭାରତ ଓ ଫ୍ରାନ୍ସ ମଧ୍ୟରେ ସହଭାଗିତା ଆହୁରି ମଜବୁତ କରିବା ଦିଗରେ ଉଭୟ ନେତା ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ସୁବିଧା ସୁଯୋଗ ଦେଖି ଭାରତ ଆସିବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଦେଇଛନ୍ତି ।

ମୋଦି ୩ ଦିନିଆ ୟୁରୋପ ଗସ୍ତର ଶେଷ ପର୍ଯ୍ୟାୟରେ ଡେନମାର୍କରୁ ପ୍ୟାରିସରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିଧି ମୁତାବକ ସ୍ୱାଗତ କରାଯାଇଥିଲା । ପ୍ୟାରିସରେ ରହୁଥିବା ଭାରତୀୟ ସମୁଦାୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଭିଡ଼ ଜମାଇଥିଲେ । ହାତରେ ତ୍ରିରଙ୍ଗା ଧରି, ବାଜା ବଜାଇ ଭାରତ ମାତା କି ଜୟ, ବନ୍ଦେ ମାତାରମ ନାରା ଦେଇ ମୋଦିଙ୍କୁ ସ୍ୱାଗତ କରିଥିଲେ ।

ଏହା ମୋଦିଙ୍କ ପଞ୍ଚମ ଫ୍ରାନ୍ସ ଗସ୍ତ ହୋଇଥିବା ବେଳେ ପୂର୍ବରୁ ୨୦୧୫ରେ ୨ ଥର ଏବଂ ୨୦୧୭ ଓ ୨୦୧୯ରେ ଥରେ ଲେଖାଏଁ ଫ୍ରାନ୍ସ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।