Advertisment

ବିବାହ ପରେ ପୁଅ ଯେମିତି ବାପାର, ଝିଅ ବି ସେମିତି...କୋଟାରେ ରହିଛି ଉଭୟଙ୍କ ଅଧିକାର...

ବିବାହ ପରେ ପୁଅ ଯଦି ପୁଅ ହୋଇ ରହିପାରୁଛି ଏବଂ ବାପାର ନାଁ ମଧ୍ୟ ବ୍ୟବହାର କରିପାରୁଛି ତେବେ ଝିଅ ମଧ୍ୟ ବିବାହ କରିବା ପରେ ଝିଅ ହୋଇ ରହିବ ଆଉ ବାପାର ନାଁ ବ୍ୟବହାର କରିପାରିବ ।

ଅଦ୍ୟତନ ହୋଇଛି
 Karnataka High Court

Karnataka

Advertisment

ପୁଅ-ଝିଅ ସମସ୍ତେ ସମାନ । ଏହି ନାରା ଆମେ ସମସ୍ତେ ଦେଉଥିଲେ ବି କିଛିକାଂଶରେ ଏହା ପାଳନ ହୋଇଥାଏ । କିନ୍ତୁ ଅଧିକାଂଶ କ୍ଷେତ୍ରରେ ପୁଅ ଝିଅ ମଧ୍ୟରେ ଭିନ୍ନତା ଦେଖାଯାଇଥାଏ ବା ପାତର ଅନ୍ତର କରାଯାଇଥାଏ । ଯେଉଁ ସମାଜରେ ପୁଅ ଝିଅ ସମାନ ବୋଲି କୁହାଯାଉଛି, ସେହି ସମାଜ ହିଁ ବିଭିନ୍ନ କ୍ଷେତ୍ରରେ ପୁଅ ଝିଅ ସମାନ ନୁହେଁ ବୋଲି ବିଭିନ୍ନ ଘଟଣା ପ୍ରମାଣ କରୁଛି ।

Advertisment

ଠିକ୍‌ ଏମିତି କିଛି ଘଟଣା ଏବେ କୋର୍ଟରେ ପହଞ୍ଚିଛି । କର୍ଣ୍ଣାଟକ ହାଇକୋର୍ଟରେ ଏକ ମାମଲାର ଶୁଣାଣି କରିବା ବେଳେ କୋର୍ଟ କହିଛନ୍ତି, ବାପାର ନାଁରେ ପୁଅର ଯେତିକି ଅଧିକାର ଅଛି ଝିଅର ବି ସେତିକି ଅଧିକାର ରହିଛି । ଖାଲି ସେତିକି ନୁହେଁ କୋର୍ଟ ଆହୁରି ବି କହିଛନ୍ତି, ପୁଅ ଯଦି ବିବାହ କରିବା ପରେ ବାପା ନାଁର ଫାଇଦା ନେଇପାରୁଛି ବା ବାପାଙ୍କୁ ମିଳୁଥିବା ସବୁ ସରକାରୀ ଫାଇଦା ପାଇପାରୁଛି ତେବେ ଝିଅ କାହିଁକି ନୁହେଁ ।

ବିବାହ ପରେ ପୁଅ ଯଦି ପୁଅ ହୋଇ ରହିପାରୁଛି ଏବଂ ବାପାର ନାଁ ମଧ୍ୟ ବ୍ୟବହାର କରିପାରୁଛି ତେବେ ଝିଅ ମଧ୍ୟ ବିବାହ କରିବା ପରେ ଝିଅ ହୋଇ ରହିବ ଆଉ ବାପାର ନାଁ ବ୍ୟବହାର କରିପାରିବ । ପୁଅ ଯେମିତି ବାପାକୁ ମିଳୁଥିବା ସରକାରୀ ଯୋଜନାର ଫାଇଦା ନେଉଛି ଝିଅ ବି ସେମିତି ନେଇପାରିବ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ ।

Advertisment

ଅଧିକ ପଢ଼ନ୍ତୁ: ଗର୍ତ୍ତ ପାଇଁ ସଡ଼କ ଦୁର୍ଘଟଣା ହେଲେ ଦାୟୀ ରହିବେ ଜିଲ୍ଲାପାଳ : କେରଳ ହାଇକୋର୍ଟ

ସୂଚଳନାଯୋଗ୍ୟ, କର୍ଣ୍ଣାଟକ ହାଇକୋର୍ଟ ଗତ ଜାନୁଆରୀ ଦୁଇ ତାରିଖରେ ଏମିତି ଏକ ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି । ତେବେ ପୁରା ମାମଲାଟି ଥିଲା ଯେ, ଜଣେ ଏକ୍‌ସ ସର୍ଭିସ୍‌ ମ୍ୟାନ୍‌ଙ୍କ ବିବାହିତ ଝିଅ ନିଜ ବାପାର ପରିଚୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ କହିଥିଲେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଏକ୍ସ ସର୍ଭିସ୍‌ ମ୍ୟାନ୍‌ କୋଟା ବା ରିଜର୍ଭେସନ୍‌ ସୁବିଧା ଯଦି ପୁଅ ନେଇ ପାରୁଛନ୍ତି ତେବେ ଝିଅ କାହିଁକି ନୁହେଁ । ତେବେ ଏହି ମାମଲାର ଶୁଣାଣି କରି କୋର୍ଟ କହିଥିଲେ ଯେ, ବିବାହ ପରେ ପୁଅ ଯଦି ପୁଅ ହୋଇ ରହୁଛି ଝିଅ ବି ସେମିତି ଝିଅ ହୋଇ ରହିବ । ସେ ବି ବାପା ନାଁର ସୁବିଧା ପାଇବାର ହକ୍‌ଦାର ।

Advertisment
Karnataka High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ