• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭିଣ୍ଡ୍ରନ୍‌ୱାଲେଙ୍କୁ ଟଙ୍କା ପଠାଉଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧି । ଆଉ ଏଥିରେ ସାମିଲ ଥିଲେ କଂଗ୍ରେସର ବରିଷ୍ଠ ନେତା କମଲନାଥ । ଏପରି ଏକ ଚାଞ୍ଚଲ୍ୟକର ସତ ବର୍ତ୍ତମାନ ସାମ୍‌ନାକୁ ଆସିଛି । ଯାହାକି ଖୁବ୍‌ ଚର୍ଚ୍ଚାର ପରିଧିକୁ ଆସିଛି ।

କଂଗ୍ରେସ ନେତା କମଲ ନାଥ ଏବଂ ସଂଜୟ ଗାନ୍ଧୀ ୧୯୮୪ ମସିହାରେ ହୋଇଥିବା ଅପରେସନ ବ୍ଲୁ-ଷ୍ଟାରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନେତା ସିଂ ଭିଣ୍ଡ୍ରନ୍‌ୱାଲେଙ୍କୁ ନିୟମିତ ବ୍ୟବଧାନରେ ଟଙ୍କା ପଠାଇଥିଲେ । ଏନେଇ ପୂର୍ବତନ ସ୍ୱତନ୍ତ୍ର ସଚିବ RAW ଜିବିଏସ୍ ସିଦ୍ଧୁ ଦାବି କରିଛନ୍ତି।

ଜିବିଏସ୍ ସିଦ୍ଧୁଙ୍କ ଦାବି ଅନୁସାରେ, ଖଲିସ୍ତାନୀ ନେତା ଭିଣ୍ଡ୍ରନ୍‌ୱାଲଙ୍କୁ ଟଙ୍କା ଦେଇ ହିନ୍ଦୁଙ୍କ ବିରୋଧରେ ସାଙ୍ଗାଘିତ ଷଡ଼ଯନ୍ତ୍ର ରଚିଥିଲେ । ହିନ୍ଦୁମାନଙ୍କୁ ଡରାଇବାକୁ ସେତେବେଳର ଶୀର୍ଷ ନେତାମାନେ ଚକ୍ରାନ୍ତ କରୁଥିଲେ ।  ଦେଶର ଅଖଣ୍ଡତାକୁ ଭଙ୍ଗ କରିବା ସହ ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାକୁ ଚାହୁଁଥିଲେ । ସେହି ସମୟରେ ଭିଣ୍ଡ୍ରନ୍‌ୱାଲେଙ୍କ ମୂଳ ଉଦ୍ଦେଶ୍ୟ ଥିଲା ହିନ୍ଦୁମାନଙ୍କୁ ଭୟଭୀତ କରି ରଖିବା,ଡରେଇବା ଆଉ ଧମକେଇବା ।

ସେତେବେଳେ ହିନ୍ଦୁମାନଙ୍କୁ ଭୟଭୀତ କରି ଖାଲିସ୍ତାନୀ ନେତା ଏକ ନୂତନ ପ୍ରସଙ୍ଗ ତିଆରି କରିଥିଲେ । ଯାହାର ମୂଳ ଉଦ୍ଦେଶ୍ୟ ଥିଲା ଭାରତର ବୃହତ ଜନସଂଖ୍ୟା ଓ ଦେଶର ଅଖଣ୍ଡତା ପ୍ରତି ବିପଦ ଆଣିବା ।

ଏହାକୁ ନେଇ ପୂର୍ବତନ RAW ଅଧିକାରୀ କମଲ ନାଥଙ୍କୁ ମଧ୍ୟ ଏହି ବିବାଦ ଭିତରକୁ ଟାଣିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଜଣେ ବରିଷ୍ଠ ନେତାଙ୍କ ଏଥିରେ ସମ୍ପୃକ୍ତି ରହିଥିଲା । ଭିଣ୍ଡରୱାଲେ କେବେ ଖାଲିସ୍ତାନ ଦାବି କରିନଥିଲେ ।  ତଥାପି ଇନ୍ଦିରା ଗାନ୍ଧୀ ସବୁ ଜାଣି ଚୁପ ରହୁଥିଲେ । ଆଉ ଏକଥାକୁ ଅସ୍ୱୀକାର କରିବେ ନାହିଁ ବୋଲି କହିଛନ୍ତି ପୂର୍ବତନ RAW ଅଧିକାରୀ ।