/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691515446.jpg)
Supreme Court
ମଙ୍ଗଳବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସିଧା ସିଧା କହିଛନ୍ତି ଯଦି ଭଲ ନ ଲାଗୁଛି, ତେବେ ଟିଭି ଦେଖନ୍ତୁ ନାହିଁ । ଅର୍ଥାତ୍ ଯେଉଁ ଚ୍ୟାନେଲ ଆପଣଙ୍କୁ ଭଲ ଲାଗୁନି, ତେବେ ସେହି ଚ୍ୟାନେଲ ଦେଖନ୍ତୁ ନାହିଁ ।
Advertisment
କିଛି ଦିନ ପୂର୍ବରୁ ଟିଭି ଚ୍ୟାନେଲ ଗୁଡ଼ିକ ମନମାନି କରୁଥିବା ଅଭିଯୋଗ କରି ଏକ ପିଆଇଏଲ୍ ଦାଖଲ ହୋଇଥିଲା । ଅର୍ଥାତ୍ ପିଆଇଏଲ୍ରେ ଦାବି କରାଯାଇଥିଲା ଯେ, ଟିଭି ଚ୍ୟାନେଲ ଗୁଡ଼ିକ କ’ଣ ଦେଖାଇବେ କ’ଣ ଦେଖାଇବେ ନାହିଁ, ସେନେଇ ଏକ ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯାଉ ।
ଏହି ପିଆଇଏଲ୍ର ଶୁଣାଣି କରି ସୁପ୍ରିମ୍କୋର୍ଟ ମଙ୍ଗଳବାର ରାୟ ଦେଇଛନ୍ତି ଯେ, ଏଥିପାଇଁ କୌଣସି ଗାଇଡ୍ଲାଇନ୍ ଆସିବ ନାହିଁ । ଯେଉଁ ଟିଭି ଚ୍ୟାନେଲ ଭଲ ଲାଗୁ ନାହିଁ ତାକୁ ଦେଖିବା ବନ୍ଦ କରିଦିଅନ୍ତୁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି । ଜଷ୍ଟିସ ଅଭୟ ଓକା ଏବଂ ଜଷ୍ଟିସ ସଞ୍ଜୟ କାରୋଲଙ୍କ ଖଣ୍ଡପୀଠରେ ଏହି ପିଆଇଏଲ୍ର ଶୁଣାଣି କରାଯାଇଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)