• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସମୀର ୱାଙ୍ଖଡେଙ୍କ ଜୀବନ ପ୍ରତି ବିପଦ । ଏନସିବିର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ମୃତ୍ୟୁ ଧମକ ଦିଆଯାଇଛି । ଧମକ ମିଳିବା ମାତ୍ରେ ସେ ଏ ସମ୍ପର୍କରେ ମୁମ୍ବାଇ ପୋଲିସକୁ ସୂଚନା ଦେଇଛନ୍ତି । ଅଭିଯୋଗ ଆଧାରରେ ତଦନ୍ତ କରିବାକୁ କହିଛନ୍ତି । ଅଗଷ୍ଟ ୧୪ ରେ ଏକ ନୂଆ ଟ୍ୱିଟର ଆକାଉଣ୍ଟ ତିଆରି କରାଯାଇ ସମୀରଙ୍କୁ ଧମକ ଦିଆଯାଇଥିବା କଥା ଜଣାପଡ଼ିଛି ।

ଟ୍ୱିଟର ଆକାଉଣ୍ଟରୁ ଧମକ

ଅମନ୍ ନାମକ ଜଣେ ବ୍ୟକ୍ତିଙ୍କ ଏକ ଟ୍ୱିଟର ଆକାଉଣ୍ଟରୁ ସମୀର ୱାଙ୍ଖଡେଙ୍କୁ ଧମକ ମିଳିଛି । ସେ ଟ୍ୱିଟ କରି ଲେଖିଛି, ତୁମେ ଜାଣିନ ତୁମେ କଣ କରିଛ, ତୁମକୁ ଏହାର ହିସାବ ଦେବାକୁ ପଡିବ । ଏଥିପାଇଁ ତୁମକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ ।

ବୟାନ୍‌ ରେକର୍ଡ କଲା ପୋଲିସ୍‌

ସୋସିଆଲ ମିଡିଆରେ ଧମକ ମିଳିବା ପରେ ସମୀର ୱାଙ୍ଖଡେ ମୁମ୍ବାଇର ଗୋରେଗାଓଁ ପୋଲିସ ଷ୍ଟେସନ ସହ ଯୋଗାଯୋଗ କରିଛନ୍ତି । ପୋଲିସ ଏହି ମାମଲାରେ ସମୀରଙ୍କ ବୟାନ୍‌ ରେକର୍ଡ କରିଛି । ବର୍ତ୍ତମାନ ଗୋରେଗାଓଁ ପୋଲିସ୍ ସନ୍ଧିଗ୍ଧ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପ୍ରକ୍ରିୟା ଚାଲିଛି । ୱାଙ୍ଖଡେ ପୋଲିସକୁ କହିଛନ୍ତି, ଯେଉଁ ଟ୍ୱିଟର ଆକାଉଣ୍ଟରୁ ଏହି ଧମକ ମିଳିଛି, ​​ତାହାର କେହି ଫଲୋଅର୍ସ ନାହାନ୍ତି । କେବଳ ଧମକ ଦେବା ପାଇଁ ଆକାଉଣ୍ଟ୍‌ ତିଆରି ହୋଇଥିବା ସନ୍ଦେହ କରାଯାଉଛି ।

ଜାତି ପ୍ରମାଣପତ୍ର କ୍ଷେତ୍ରରେ ୱାଙ୍ଖଡେଙ୍କୁ କ୍ଲିନ୍ ଚିଟ୍

ନିକଟରେ ସମୀର ୱାଙ୍ଖଡେ ଜାତି ପ୍ରମାଣପତ୍ର ମାମଲାରେ କାଷ୍ଟ ସ୍କୃନିଟି କମିଟିରୁ କ୍ଲିନ୍ ଚିଟ୍ ପାଇଛନ୍ତି । ୯୧ ପୃଷ୍ଠାର ଦଲିଲ୍‌କୁ ଖାରଜ କରାଯାଇଛି, ଯେଉଁଥିରେ କୁହାଯାଇଥିଲା ୱାଙ୍ଖଡେ ଜନ୍ମରୁ ମୁସଲମାନ ଥିଲେ ।

ସୂଚନାଯୋଗ୍ୟ ଏନସିବି ଅଧିକାରୀ ସମୀର ୱାଙ୍ଖଡେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଡ୍ରଗ୍ସ ଷଡଯନ୍ତ୍ରର ତଦନ୍ତ ଏବଂ ମୁମ୍ବାଇର ଏକ କ୍ରୁଜ୍ ଜାହାଜରେ ଚଢ଼ାଇ କରି ଚର୍ଚ୍ଚାକୁ ଆସିଥିଲେ । ଏହି ଚଢ଼ଉରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା।