/odishatv-khabar/media/post_attachments/uploadimage/library/16_9/16_9_0/petroll_1627367432.jpg)
petroll
ନୂଆଦିଲ୍ଲୀ: ବର୍ତ୍ତମାନ ପାଇଁ ଜିଏସଟି ଅନ୍ତର୍ଭୁକ୍ତ ହେବନି ପେଟ୍ରୋଲ, ଡିଜେଲ ଓ ଅନ୍ୟ ପେଟ୍ରୋଲିୟମଜାତ ସାମଗ୍ରୀ। ଆଜି ବସିଥିବା ଜିଏସଟି କାଉନସିଲର ୪୫ତମ ବୈଠକରେ ଏହି ପ୍ରସ୍ତାବକୁ ରାଜ୍ୟମାନେ ଜୋରଦାର ବିରୋଧ କରିଥିଲେ। ଏପରିକି ଏହି ପ୍ରସ୍ତାବ ଉପରେ ଆଲୋଚନା ଲାଗି ରାଜି ବି ହୋଇନଥିଲେ। ଦେଶରେ ତୈଳ ଦର ଆକାଶଛୁଆଁ ହୋଇଥିବା ବେଳେ ପେଟ୍ରୋଲିୟମଜାତ ସାମଗ୍ରୀକୁ ଜିଏସଟି ଅନ୍ତର୍ଭୁକ୍ତ କରାଯିବ ଦ୍ୱାରା ଦର ନିୟନ୍ତ୍ରଣ ସମ୍ଭବ ହେବ ବୋଲି ଆଶା କରାଯାଉଛି। ତେବେ ଦେଶ ବ୍ୟାପୀ ଜିଏସଟି ଲାଗୁ ପରେ ରାଜ୍ୟମାନଙ୍କୁ ହେଉଥିବା କ୍ଷତିଭରଣାକୁ ନେଇ ଏବେବି କେନ୍ଦ୍ର ସହ ବିବାଦ ଲାଗି ରହିଛି।
ଏପଟେ ପେଟ୍ରୋଲ ଉପରୁ ଉଭୟ କେନ୍ଦ୍ର ଓ ରାଜ୍ୟ ଉତ୍ପାଦନ ଶୁଳ୍କ ବାବଦକୁ ବିପୁଳ ଟିକସ ପାଉଛନ୍ତି। କରୋନା ଲଢେଇ ଲାଗି ପ୍ରଚୁର ଅର୍ଥ ଦରକାର ହେଉଥିବାରୁ ବର୍ତ୍ତମାନ ସ୍ଥିତିରେ ପେଟ୍ରୋଲିୟମ ଜାତ ପଦାର୍ଥକୁ ଜିଏସଟି ତାଲିକାଭୁକ୍ତ କରାଯିବାର ପ୍ରଶ୍ନ ଉଠୁନଥିବା ରାଜ୍ୟମାନେ କେନ୍ଦ୍ରକୁ ଜଣାଇ ଦେଇଥିବା କୁହାଯାଉଛି। ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯିବ ନା ନାହିଁ ଜିଏସଟି କାଉନସିଲ ବୈଠକରେ ସ୍ଥିର କରିବାକୁ ଗତ ଜୁନ ମାସରେ ନିର୍ଦ୍ଦେଶ ଦେଇଥିଲେ କେରଳ ହାଇକୋର୍ଟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)