• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁଣି ବିଫଳ ହେଲେ ସରକାର । କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଚାଷୀ । ସରକାର ଓ ଆନ୍ଦୋଳନରତ କୃଷକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ସଂଯୁକ୍ତ କୃଷକ ମୋର୍ଚ୍ଚା ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ପୁରୁଣା ଏମ୍‌ଏସ୍‌ପିରେ ତିନି ପ୍ରକାର ଡାଲି, ମକା ଓ କପା କିଣିବା ପାଇଁ ପାଞ୍ଚ ବର୍ଷର ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । 

କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଖାରଜ କରିଛି କିଷାନ ମୋର୍ଚ୍ଚା । କେନ୍ଦ୍ର ସରକାରଙ୍କ ତରଫରୁ ଏମଏସପିରେ ୫ ବର୍ଷର ଚୁକ୍ତିର ପ୍ରସ୍ତାବ ଦିଆଯାଇଥିଲା । ଚାଷୀଙ୍କ କହିବାନୁସାରେ କେନ୍ଦ୍ର ସରକାର ଏ୨+ଏଫଏଲ୍+୫୦ ପ୍ରତିଶତ ଆଧାରରେ ଏମ୍ଏ‌ସପିରେ ଅଧ୍ୟାଦେଶ ଆଣିବା ପାଇଁ ଯୋଜନା କରୁଛନ୍ତି । କିନ୍ତୁ ଚାଷୀ ସଙ୍ଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି କି ସି୨+୫୦ ପ୍ରତିଶତରୁ ତଳକୁ କିଛି ବି ସ୍ବୀକାର କରାଯିବନି । ଏଭଳି ଭାବେ ଚାଷୀ ସହ ସରକାରଙ୍କ ଚତୁର୍ଥ ଥର ଆଲୋଚନା ମଧ୍ୟ ବିଫଳ ହୋଇଛି ।

ଚାଷୀଙ୍କ ସାମ୍ନାରେ ମକା, କପା, ହରଡ ଡାଲି, ମସୁର ଡାଲି ଓ ମୁଗ ସମେତ ୫ଟି ଫସଲର କ୍ରୟକୁ ନେଇ ୫ ବର୍ଷର ଚୁକ୍ତି ପ୍ରସ୍ତାବ ରଖାଯାଇଛି । କିନ୍ତୁ ଚାଷୀ ମୋର୍ଚ୍ଚା ସ୍ପଷ୍ଟ କରିଛି କି ସେମାନେ ସି୨+୫୦ ପ୍ରତିଶତର ନିୟମ ଆଧାରରେ ଏମଏସପିର ପ୍ରତିଶ୍ରୁତି ଚାହୁଁଛନ୍ତି । ୨୦୧୪ ନିର୍ବାଚନରେ ନିଜ ଘୋଷଣାନାମାରେ ବିଜେପି ସରକାର ଏହାର ପ୍ରତିଶ୍ରୁତି ଦେଇଥିଲା ବୋଲି ଦାବି କରିଛି ଚାଷୀ ସଙ୍ଗଠନ । କିନ୍ତୁ ଏବେ ହେଉଥିବା ଚର୍ଚ୍ଚାରେ କୌଣସି ପାରଦର୍ଶିତା ନାହିଁ ଓ ବାରମ୍ବାର ଚର୍ଚ୍ଚା ହେଉଛି । ଏହା ଦିଲ୍ଲୀ ସୀମାରେ ୨୦୨୦-୨୧ ର ଐତିହାସିକ ଚାଷୀ ଆନ୍ଦୋଳନ ସମୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ବାରା ସ୍ଥାପିତ ଗଣତାନ୍ତ୍ରିକ ସଂସ୍କୃତିର ବିରୁଦ୍ଧ ବୋଲି କହିଛି ଚାଷୀ ସଙ୍ଗଠନ ।

ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ରମନ୍ତ୍ରୀଙ୍କୁ ଏହା ସ୍ପଷ୍ଟ କରିବା ପାଇଁ ଦାବି କରିଛି କି ମୋଦି ସରକାର ଋଣ ଛାଡ କରନ୍ତୁ । ଏହା ସହ ବିଜୁଳିର ଘରୋଇକରଣ ନକରିବା, ସାର୍ବଜନିକ କ୍ଷେତ୍ରର ଫସଲ ବୀମା ଯୋଜନା, ୬୦ ବର୍ଷରୁ ଅଧିକ ବୟସର ଚାଷୀଙ୍କୁ ୧୦ ହଜାର ଟଙ୍କା ମାସିକ ପେନସନ୍ ମଧ୍ୟ ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।