/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644729073.jpg)
'Digital' Beggar From Bihar Uses QR Code To Accepts Alms
ରାସ୍ତାରେ ଅନେକ ଭିକାରୀ ବୁଲିଥାନ୍ତି । ରାସ୍ତାରେ ବୁଲି ଭିକାରୀମାନେ ଭିକ ମାଗିଥାନ୍ତି । କିଏ ଖାଇବା ମଗନ୍ତି ତ ଆଉ କିଏ ଟଙ୍କା ମାଗିଥାନ୍ତି । ଏପରି ଅନେକ ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଭିକାରୀଙ୍କୁ ସାହାଯ୍ୟ ଦେବା ପାଇଁ ଆଗେଇ ଆସିଥାନ୍ତି । ସାଧାରଣତଃ ଭିକାରୀମାନେ ରାସ୍ତାରେ ରସ ପାତ୍ର ଧରି ଭିକ ମାଗିବାର ତ ଆପଣମାନେ ଅନେକ ଥର ଦେଖିଥିବେ । ହେଲେ କେବେ ଡିଜିଟାଲ୍ ମାଧ୍ୟମରେ ଭିକ ମାଗୁଥିବାର ଦେଖିଛନ୍ତି କି ?
ଦୈନନ୍ଦିନ ଜୀବନରେ ଏବେ ବିଭିନ୍ନ କାମକୁ ଅନ୍ଲାଇନ୍ ମାଧ୍ୟମରେ କରାଯାଉଛି । ପାନ ଦୋକାନୀ ଠାରୁ ଆରମ୍ଭ କରି ହୋଟେଲ୍ ପର୍ଯ୍ୟନ୍ତ ସବୁଠାରେ ଅନ୍ଲାଇନ୍ ପେମେଣ୍ଟର ବ୍ୟବସ୍ଥା ହେଲାଣି । ହେଲେ କେବେ ଭାବିଛନ୍ତି ଆପଣଙ୍କ ପାଖକୁ ଭିକ ମାଗୁଥିବା ବ୍ୟକ୍ତି ବି ହୋଇପାରେ ଡିଜିଟାଲ୍ ।ବିହାରରେ ଏଭଳି ଭିନ୍ନ ଘଟଣା ଦେଖିବାକୁ ମିଳିଛି ।
ପ୍ରାୟ ଦୁଇ ଦଶଦ୍ଧି ଧରି ବିହାର ଜଣେ ଭିକାରୀ ବିତେୟାର ରାଜୁ ପଟେଲ ଷ୍ଟେସନରେ ବୁଲି ବୁଲି ଭିକ ମାଗୁଛନ୍ତି । ହେଲେ କରୋନା ତାଙ୍କ ଜୀବନଧାରାକୁ ବଦଳାଇ ଦେଲା । କଟକଣା ଯୋଗୁଁ ଷ୍ଟେସନ୍ରେ ରହିବାକୁ ମିଳିଲାନି । ଆଉ ଯେବେ ଷ୍ଟେସନ୍ ଖୋଲିଲା ସେତେବେଳେ ଖୁଚୁରା ନଥିବା କହି ବହୁ ଲୋକେ ଭିକ ଦେଲେନି । ଶେଷରେ ଡିଜିଟାଲ୍ ଇଣ୍ଡିଆ ସ୍ଲୋଗାନକୁ ଆପଣାଇ ରାଜୁ ପଟେଲ ନିଜର ଏକ ଆକାଉଣ୍ଟ ଖୋଲିଲେ । QR CODE ୱାଲା ପ୍ଲେଟ୍କୁ ବେକରେ ଝୁଲାଇ ଭିକ ମାଗିବା ଆରମ୍ଭ କରିଦେଲେ । ଫଳରେ ପୂର୍ବ ଅପେକ୍ଷା ଏବେ ତାଙ୍କୁ ଅଧିକ ଭିକ୍ଷ ମିଳୁଛି । କାରଣ ଲୋକମାନେ QR CODE ସିଧା ରାଜୁଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଉଛନ୍ତି । ଏହି ଡିଜିଟାଲ୍ ଭିକାରୀ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଯାହାଙ୍କ ବିଷୟରେ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)