Advertisment

ପାଟିରୁ ବାହାରିଲା ମାଙ୍କଡସା; ଲୋକେ ଦେଖି ଆଶ୍ଚର୍ଯ୍ୟ

ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଝିଟିପିଟି, ଅସରପା କି ମାଙ୍କଡସାକୁ ଦେଖି ଭୟ କରନ୍ତି। ପ୍ରାୟ ଅଧିକାଂଶ ଲୋକ ମାଙ୍କଡସାକୁ ଦେଖି ଡରନ୍ତି। ପୁଣି ଅନେକ ଲୋକ ମଧ୍ୟ କୁହନ୍ତି ଯେ ମାଙ୍କଡସା ତାଙ୍କୁ ଭାରି ଭଲ ଲାଗେ। ସେମାନେ କୁହନ୍ତି ଯେ ‘ସ୍ପାଇଡର୍ ମ୍ୟାନ୍’ ଫିଲ୍ମ୍ ଦେଖିବା ପରେ ମାଙ୍କଡସାଙ୍କ ପ୍ରତି ସେମାନଙ୍କର ଭଲପାଇବା ବଢିଯାଇଛି।

author-image
Pramod Behera
Zoo keeper puts spider in mouth

Zoo keeper puts spider in mouth

ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଝିଟିପିଟି, ଅସରପା କି ମାଙ୍କଡସାକୁ ଦେଖି ଭୟ କରନ୍ତି। ପ୍ରାୟ ଅଧିକାଂଶ ଲୋକ ମାଙ୍କଡସାକୁ ଦେଖି ଡରନ୍ତି। ପୁଣି ଅନେକ ଲୋକ ମଧ୍ୟ କୁହନ୍ତି ଯେ ମାଙ୍କଡସା ତାଙ୍କୁ ଭାରି ଭଲ ଲାଗେ। ସେମାନେ କୁହନ୍ତି ଯେ ‘ସ୍ପାଇଡର୍ ମ୍ୟାନ୍’ ଫିଲ୍ମ୍ ଦେଖିବା ପରେ ମାଙ୍କଡସାଙ୍କ ପ୍ରତି ସେମାନଙ୍କର ଭଲପାଇବା ବଢିଯାଇଛି।

Advertisment

ଆଜିକାଲି ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲା ପରେ ମାଙ୍କଡସା ପ୍ରତି ଥିବା ଭଲ ପାଇବା ଭୟରେ ପରିଣତ ହୋଇପାରେ। ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ବଡ ମାଙ୍କଡସା ସହିତ ଖେଳୁଥିବା ଦେଖାଯାଏ। ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଏହି ମାଙ୍କଡସାଟି ସେହି ଲୋକର ପାଟି ଭିତରୁ ବାହାରୁଥିବା ଦେଖାଯାଏ।

Advertisment

ଏହି ଭିଡିଓ ଦେଖିଲା ପରେ ହୁଏତ ଆପଣ ଶିହରୀ ଉଠି ପାରନ୍ତି, ହୁଏତ ଆପଣଙ୍କ ରୁମ ଟାଙ୍କୁରୀ ଉଠି ପାରେ। ତେବେ ଏହି ଭିଡିଓ ଆମେରିଆର ଏକ ଚିଡିଆଖାନା ମାଲିକ ଜେ ବ୍ରିୱରଙ୍କର। ଜେ ‘ଦ ରେପ୍‌ଟାଇଲ୍ ଜୁ’ର ମାଲିକ। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ବହୁତ ଫ୍ୟାନ୍ସ ଓ ଫଲୋର୍ସ ଅଛନ୍ତି। ତାଙ୍କୁ ୫୦ ଲକ୍ଷରୁ ଅଧିକ ଲୋକ ମଧ୍ୟ ଫଲୋ କରୁଛନ୍ତି। ସେ ତାଙ୍କ ଆକାଉଣ୍ଟରେ ପଶୁ ପକ୍ଷୀଙ୍କୁ ନେଇ ଅନେକ ଭିଡିଓ ପୋଷ୍ଟ୍‌ କରିଛନ୍ତି।

ଏହିସବୁ ଭିଡିଓରେ ସେ ଭୟଙ୍କର ଜୀବଜନ୍ତୁମାନଙ୍କ ସହ ତାଙ୍କ ଭଲ ପାଇବା ବାଣ୍ଟୁଥିବା ଦେଖାଯାଏ। କେତେବେଳେ ବିଷଧର ସାପମାନଙ୍କ ସହିତ ତ କେତେବେଳେ ଭୟଙ୍କର କୁମ୍ଭୀରମାନଙ୍କ ସହିତ ପୁଣି କେତେବେଳେ ବଡ ବଡ ଝିଟିପିଟିମାନଙ୍କ ସହିତ ଥିବା ତାଙ୍କ ଭିଡିଓ ଲୋକପ୍ରିୟ ହୋଇଛି। କିନ୍ତୁ ବର୍ତ୍ତମାନ ଜେ’ଙ୍କର ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ସେ ଏକ ବିରାଟ ବଡ ଟାରାଣ୍ଟୁଲା ପ୍ରଜାତିର ମାଙ୍କଡସା ସହିତ ନଜର ଆସିଛନ୍ତି। ହେଲୋବୀନ୍ ମହୋତ୍ସବ ଅବସରରେ ସେ ଏହି ଭିଡିଓ ପୋଷ୍ଟ୍ କରିଥିବା ବେଳେ ଏଥିରେ ଦେଖାଯାଉଛି ଯେ ଏକ ମାଙ୍କଡସା ତାଙ୍କ ପାଟି ଭିତରେ ଅଛି, ଆଉ ସେ ଯେମିତି ତାଙ୍କ ପାଟି ଖୋଲୁଛନ୍ତି ସେ ବାହାରି ଆସୁଛି।

ଏହି ଭିଡିଓଟି ଏତେ ଭୟକର ଯେ ଲୋକେ ଏହାକୁ ଦେଖି ଡରିଯାଉଛନ୍ତି। କିନ୍ତୁ ଜେ’ଙ୍କର ହାବଭାବ ଦେଖି ଜଣାପଡୁଛି ଯେ ଏନେଇ ସେ ଟିକେ ବି ବିଚଳିତ ନୁହନ୍ତି। ତାଙ୍କ ମୁହଁରେ ଟିକେ ବି ଭୟ ନାହିଁ। ସେ ଏହି ଭିଡିଓର କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ ହେଲୋବୀନ ଉତ୍ସବ ଏବେ ନିକଟତର ହୋଇଆସୁଛି, ଏନେଇ ଚିକିଆଖାନାରେ ଥିବା ଜନ୍ତୁମାନେ ଭୟଭୀତ ହୋଇପଡିଛନ୍ତି।

ପ୍ରକାଶଥାଉ ଯେ ଦିଦେଶରେ ଅକ୍ଟୋବର ୩୧ରେ ହେଲୋବୀନ୍ ପର୍ବ ପାଳନ ହୋଇଥାଏ। ଏହିଦିନ ଲୋକେ ନିଜକୁ ଭୟଙ୍କର ଭାବେ ସଜ୍ଜେଇ ଥାଆନ୍ତି। ସେମାନେ ନିଜକୁ ଏମିତି ମେକ୍‌ଅପ୍ କରିଥାନ୍ତି ଯେ ଯିଏ ବି ଦେଖିବ ସିଏ ଡରିଯିବ। ଏହି ପର୍ବ ନିଜ ପୂର୍ବଜମାନଙ୍କୁ ସ୍ମରଣ କରିବା ନେଇ ପାଳନ କରାଯାଏ।

Viral Video Spider In Mouth
Advertisment
Advertisment