Advertisment

SP ଅଫିସ୍ ଆଗରେ ଆତ୍ମାହୁତି ଦେଇଥିବା ଯୁବକ ମୃତ

ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଏବଂ ଏହାର ତଦନ୍ତ ଜାରି ରହିଥିଲା । ପ୍ରକୃତରେ କେଉଁ କାରଣ ଲାଗି ସେ ଏତେବଡ଼ କଠୋର ନିଷ୍ପତ୍ତି ନେଲେ ତାହାର ତଦନ୍ତ ଚାଲିଛିି ।

ଅଦ୍ୟତନ ହୋଇଛି
 self-immolation

self-immolation

Advertisment

ଆଖି ବୁଜିଲେ ଗଂଜାମ ଏସ୍‌ପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ । ଗତକାଲି ବିଳମ୍ବିତ ରାତିରେ ଛତ୍ରପୁରର ସଂପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଛତ୍ରପୁର ବୋରିଗାଁର ଯୁବକ ବାଦଲ ସାହୁ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଗଞ୍ଜାମ ଏସ୍‌ପିଙ୍କ କହିବା କଥା, ରମ୍ଭା ଥାନାରେ ବାଦଲ ସାହୁ ନାଁରେ ଏକ ଗାଳିଗୁଲଜ ମାମଲା ରୁଜୁ ହୋଇଥିଲା । ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଏବଂ ଏହାର ତଦନ୍ତ ଜାରି ରହିଥିଲା । ପ୍ରକୃତରେ କେଉଁ କାରଣ ଲାଗି ସେ ଏତେବଡ଼ କଠୋର ନିଷ୍ପତ୍ତି ନେଲେ ତାହାର ତଦନ୍ତ ଚାଲିଛିି । ତଦନ୍ତ ପରେ ପୁରା ଘଟଣା ସ୍ପଷ୍ଟ ହେବ ବୋଲି ଗଞ୍ଜାମ ଏସ୍‌ପି କହିଛନ୍ତି ।

Advertisment

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ଏସ୍‌ପି ଅଫିସ ଆଗରେ ନିଜକୁ ନିଜେ ଜାଳିଦେଇଥିଲେ ଯୁବକ । ନିଜ ଦେହରେ ପେଟ୍ରୋଲ ଢାଳି ଯୁବକ ଜଣକ ନିଆଁ ଲଗାଇ ଦେଇଥିଲେ । ନିଆଁ ଲଗାଇବା ପରେ ସଂପୃକ୍ତ ଯୁବକ ଜଣକ ହୁତହୁତ ହୋଇ ଜଳି ଯାଇଥିଲେ । ତାଙ୍କ ପୁରା ଶରୀର ଜଳିଯାଇଥିଲା । କାହିଁକି ଏବଂ କେଉଁଭଳି ପରିସ୍ଥିତିରେ ଏହି ଘଟଣା ଘଟିଲା, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Self Immolation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ