Advertisment

ହସ୍ପିଟାଲର ପାଞ୍ଚ ମହଲାରୁ ଡେଇଁ ପଡ଼ିଲେ ଯୁବକ

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ପଞ୍ଚମ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

author-image
Manoranjan Behera
Youth Attempt Death

Youth Attempt Death

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛାତରୁ ହସ୍ପିଟାଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ହସ୍ପିଟାଲର ପଞ୍ଚମ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ ଜଣକ । ଉଦ୍ଧାର ପରେ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ପର୍ଜଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି ।

Advertisment

ସୂଚନାମୁତାବକ ଘରେ ଆତ୍ମହତ୍ୟା ଉଦ୍ୟମ କରି ସକାଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବେକ ଓ ହାତ କାଟି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଅପରାହ୍ନ ପ୍ରାୟ ୩ଟା ବେଳେ ଚିକିତ୍ସିତ ହେଉଥିବା ଶଯ୍ୟାରୁ ହଠାତ୍ ଉଠି ପଳାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ହସ୍ପିଟାଲର ପାଞ୍ଚ ମହଲାରୁ ଡେଇଁ ପଡିଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି । ଢେଙ୍କାନାଳ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। କେଉଁ କାରଣ ପାଇଁ ସେ ବାରମ୍ଵାର ଏଭଳି ଉଦ୍ୟମ କରିଛନ୍ତି ତାହା ଜଣାପଡ଼ିନାହିଁ । ଡାକ୍ତରଖାନା ଆସିଥିବା ତାଙ୍କ ମା’ ମଧ୍ୟ ଆତ୍ମହତ୍ୟାର କାରଣ ବିଷୟରେ କିଛି ଜାଣି ନ ଥିବା କହିଛନ୍ତି।

Advertisment
Youth Attempt Death
Advertisment
Advertisment