Advertisment

୬ ଘଣ୍ଟା ଧରି ଗୋଟିଏ ଆଙ୍ଗୁଠିରେ ଛତା ବାଲାନ୍ସ କରି Guinness world record କଲେ ଯୁବକ

କଥାରେ ଅଛି ଦୃଢ଼ ଇଚ୍ଚାଶକ୍ତି ଥିଲେ ସବୁ କିଛି ସମ୍ଭବ । ଏଭଳି ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ ସହରରେ ।

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

ଗୋଟିଏ ଆଙ୍ଗୁଠିରେ ଛତାକୁ ୬ ଘଣ୍ଟା ଧରି ବାଲାନ୍ସ କରି ରେକର୍ଡ କରିଛନ୍ତି ଟିଟିଲାଗଡ ଅଞ୍ଚଳର ଜଣେ ଯୁବକ । ପିଲା ଦିନରୁ ପ୍ରତିଷ୍ଠିତ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନିଜ ନାଁକୁ ତାଲିକାଭୁକ୍ତ କରିବାକୁ ନିଶା ରଖିଥିବା ଯୁବକଙ୍କ ସ୍ୱପ୍ନ ଗତକାଲି ସାକାର ହୋଇଛି । ଛତାକୁ ଆଙ୍ଗୁଠିରେ ବାଲାନ୍ସ କରି ରଖିବାର ରେକର୍ଡ ଏହା ପୂର୍ବରୁ ସ୍ପେନର କ୍ରିଷ୍ଟିଆନ ରୋବେଲଟୋ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଥିଲା । ଏବେ ଟିଟିଲାଗଡ ଅଞ୍ଚଳର କାହ୍ନୁ ଭୋଇଙ୍କ ତାଙ୍କର ରେକର୍ଡ ଭାଙ୍ଗି ନିଜେ ସ୍ଥାନ ପାଇଛନ୍ତି ।

Advertisment

ଗତକାଲି ଟିଟିଲାଗଡ ମୁନସିପାଲିଟି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା Guinness World Records ପାଇଁ ଏକ ପ୍ରୟାସ । ଟିଟିଲାଗଡ ମୁନସିପାଲିଟି କଲ୍ୟାଣ ମଣ୍ଡପରେ ଆୟୋଜନ ହୋଇଥିବା ଏହି କାର୍ଯକ୍ରମରେ ପ୍ରଥମେ ଛତାର ଓଜନ ଓ ପରେ ଲମ୍ବ ମପାଯାଇଥିଲା । ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସବୁ କିଛି କରାଯାଇଥିଲା । ଆଉ ସେମାନଙ୍କ ଉପସ୍ଥିତିରେ କାହ୍ନୁ ଭୋଇ ଛତାକୁ ନିଜ ଆଙ୍ଗୁଠିରେ ୬:୦୬:୧୫ ସେକେଣ୍ଡ ବାଲାନ୍ସ କରି ରଖିପାରିଥିଲେ ।

ଛତାକୁ ଗୋଟିଏ ଆଙ୍ଗୁଠିରେ ବାଲାନ୍ସ କରି ରଖିବାର ରେକର୍ଡ ଥିଲା ସ୍ପେନର କ୍ରିଷ୍ଟିଆନ ରୋବେଲଟୋଙ୍କ ନାଁରେ । କ୍ରିଷ୍ଟିଆନ ରୋବେଲଟୋ ଦୀର୍ଘ ୩:୩୧:୪୩ ସେକେଣ୍ଡ ଏକ ଛତାକୁ ନିଜ ଆଙ୍ଗୁଠିରେ ବାଲାନ୍ସ କରି ଏହି ରେକର୍ଡ ସୃଷ୍ଟି କରିଥିଲେ । ହେଲେ ଗତ କାଲି କାହ୍ନୁ ଭୋଇ ଦୀର୍ଘ ୬:୦୬:୧୫ ସେକେଣ୍ଡ ଛତାକୁ ନିଜ ଆଙ୍ଗୁଠିରେ ବାଲାନ୍ସ କରି ରଖିଥିଲେ । ଗତ କାଲି ଏହି କାର୍ଯକ୍ରମ ୧୨ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଚାଲିଥିଲା । ଟିଟିଲାଗଡ ଅଞ୍ଚଳର ଗ୍ରାମାଞ୍ଚଳରେ ଥିବା ଲୁକାୟିତ ପ୍ରତିଭାକୁ ଖୋଜି ବାହାର କରୁଥିବା ସଂସ୍ଥା ଗୁରୁ କୃପା ମାର୍ଶଲ ଆର୍ଟ ଏକାଡେମି ଏହି କାର୍ଯକ୍ରମର ଆୟୋଜନ କରିଥିଲା ।

Advertisment

ଗତ କିଛି ଦିନ ପୂର୍ବରୁ କଣ୍ଟାବାଞ୍ଜିର ଜଣେ ଯୁବକ ଏଭଳି ଭିନ୍ନ ପ୍ରତିଭା ପାଇଁ ଗିନିଜ ୱାଲ୍ଡ ରେକର୍ଡ ହାସଲ କରିଥିବା ବେଳେ ଟିଟିଲାଗଡ ଅଞ୍ଚଳର ଆଉ ଜଣେ ଯୁବକ ଏହି worldrecord ରେ ସାମିଲ ହୋଇଥିବାରୁ ଖୁସିର ଲହରୀ ଖେଳି ଯାଇଛି । ଆଗାମୀ ଦିନରେ ମଧ୍ୟ ଏହି ଅଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜି ଜାତୀୟ ଓ ଆନ୍ତର୍ଜାତିୟ ସ୍ତରର ମଞ୍ଚ ପ୍ରଦାନ କରାଯିବ ବୋଲି ଆୟୋଜକ କହିଛନ୍ତି ।

ମାନସ ମହାନ୍ତି, ଟିଟିଲାଗଡ଼

Guinness World Record
Advertisment
Advertisment