/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656659422.jpg)
Special story
ନିଶାରେ ନାଗକୁ ଚୁମା ଦେଉଥିଲେ ଯୁବକ, ଚୋଟ ପରେ ଚୋଟ ମାରିଲା । ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜାମ୍ବଗୁଡା ଛକ ଠାରେ ଏପରି ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି l ମଦ ନିଶାରେ ବିଷାକ୍ତ ନାଗ ସାପକୁ ଧରି ଖେଳିବା ମହଙ୍ଗା ପଡ଼ିଲା l ବର୍ତ୍ତମାନ ରକ୍ତାକ୍ତ ଅବସ୍ଥାରେ ଗୁରୁତର ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ପାପଡାହାଣ୍ଡି ବ୍ଲକ ପାତ୍ରୀ ଗ୍ରାମର ମାଧବ ଗୌଡ଼ । ସେ ଜାମ୍ବଗୁଡ଼ା ଗ୍ରାମ ନିକଟରେ ଥିବା ଶାଳ ଜଙ୍ଗଲରୁ ଏକ ବିଷାକ୍ତ ନାଗ ସାପ ଧରି ରାସ୍ତା ଉପରେ ଖେଳୁଥିଲେ । ଲାଗୁଥିଲା ବିଷାକ୍ତ ସାପ ନୁହେଁ ତ ସେ ତାଙ୍କ ସାଙ୍ଗ । କେତେବେଳେ ସାପକୁ ଚୁମ୍ବନ ଦେଉଥିଲେ, ଆଉ କେତେବେଳେ ବେକରେ ଗୁଡ଼ାଇ ବୁଲୁଥିଲେ । ତେବେ ନାଗ ସାପ ରାଗରେ ମାଧବ ଗୌଡ଼ଙ୍କ ଓଠ ଆଉ ହାତରେ ଚୋଟ ମାରିଥିଲେ ମଧ୍ୟ ସେ ସାପକୁ ଛାଡି ନଥିଲେ l କିଛି ଲୋକ ମାଧବକୁ ରକ୍ତାକ୍ତ ଅବସ୍ଥାରେ ଥିବା ଦେଖି ତତେ ପଇସା ଦେବୁ ସାପଟିକୁ ଛାଡିଦେ ବୋଲି ଅନୁରୋଧ କରିଥିଲେ l
ଆଉ ତାପରେ ଲୋକଙ୍କ କହିବା ମାନି ହେଉ କିମ୍ବା ଟଙ୍କା ଲୋଭରେ ହେଉ ସାପକୁ ଛାଡ଼ି ଦେଇଲା । ଶେଷରେ ସେଠାକାର ଲୋକେ ଆମ୍ବୁଲାନ୍ସ ଡକାଇ ଗୁରୁତର ମାଧବକୁ ପାପଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ କରାଯାଇ ଚିକିତ୍ସା ଚାଲିଥିବା ସୂଚନା ମିଳିଛି l
ନବରଙ୍ଗପୁର, ନବଘନ ବିଷୋୟୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)