Advertisment

ମରିନି ମାନବିକତା; ଏଟିଏମ କାଉଣ୍ଟରରୁ ପାଇଥିବା ୧୦ ହଜାର ଟଙ୍କା ଫେରାଇ ଦେଲେ ଯୁବକ

କେଉଁଠି ଟିକିଏ ଭୂମି ପାଇଁ ରକ୍ତର ନଦୀ ବହୁଛି ତ କେଉଁଠି ଟଙ୍କା ପାଇଁ ମୁଣ୍ଡ ଗଡୁଛି। ଅନ୍ତରଙ୍ଗ ସମ୍ପର୍କ ସବୁ ଏଠି ସ୍ୱାର୍ଥ ପାଖରେ ବଳି ପଡ଼ୁଛି । ଏପରି ଏକ ସ୍ଥିତିରେ ଭଲ ଖବରଟିଏ ସାମ୍ନାକୁ ଆସିଛି । ଜଗନ୍ନାଥ ଧାମ ପୁରୀରୁ ଆସିଥିବା ଏଇ ଖବରଟି ଆମକୁ ବାର୍ତ୍ତା ଦେଉଛି ଯେ ଦୁନିଆରେ ଭଲ ମଣିଷ ଅଛନ୍ତି, ମାନବିକତା, ସହୃଦୟତା ବଞ୍ଚିଛି ।

ଅଦ୍ୟତନ ହୋଇଛି
 ମରିନି ମାନବିକତା; ଏଟିଏମ କାଉଣ୍ଟରରୁ ପାଇଥିବା ୧୦ ହଜାର ଟଙ୍କା ଫେରାଇ ଦେଲେ ଯୁବକ

puri municipal employee returning rupees

Advertisment

ପୁରୀ: କେଉଁଠି ଟିକିଏ ଭୂମି ପାଇଁ ରକ୍ତର ନଦୀ ବହୁଛି ତ କେଉଁଠି ଟଙ୍କା ପାଇଁ ମୁଣ୍ଡ ଗଡୁଛି। ଅନ୍ତରଙ୍ଗ ସମ୍ପର୍କ ସବୁ ଏଠି ସ୍ୱାର୍ଥ ପାଖରେ ବଳି ପଡ଼ୁଛି । ଏପରି ଏକ ସ୍ଥିତିରେ ଭଲ ଖବରଟିଏ ସାମ୍ନାକୁ ଆସିଛି । ଜଗନ୍ନାଥ ଧାମ ପୁରୀରୁ ଆସିଥିବା ଏଇ ଖବରଟି ଆମକୁ ବାର୍ତ୍ତା ଦେଉଛି ଯେ ଦୁନିଆରେ ଭଲ ମଣିଷ ଅଛନ୍ତି, ମାନବିକତା, ସହୃଦୟତା ବଞ୍ଚିଛି ।
ଏଇ ଭଲ ମଣିଷ ଜଣକ ହେଉଛନ୍ତି ପୁରୀ ପୌରପାଳିକାର କର୍ମଚାରୀ ରାଜେନ୍ଦ୍ର ନାୟକ ।  ମଙ୍ଗଳବାର ଦିନ ରାଜେନ୍ଦ୍ର ଅଠରନଳା ନିକଟସ୍ଥ ବ୍ୟାଙ୍କ ଅଫ ଇଣ୍ଡିଆ  ଏଟିଏମ କାଉଣ୍ଟର ଯାଇଥିଲେ ଟଙ୍କା ଉଠାଇବା ପାଇଁ।  ହେଲେ ଟଙ୍କା ଉଠାଇବା ପୂର୍ବରୁ ଦେଖିଲେ କାଉଣ୍ଟରରେ ଦଶ ହଜାର ଟଙ୍କା ଥୁଆଯାଇଛି। ବୋଧହୁଏ କେହି ଉଠାଇଛନ୍ତି। ହେଲେ ନ ନେଇ ଚାଲି ଯାଇଛନ୍ତି। 

Advertisment

ହେଲେ ରାଜେନ୍ଦ୍ର  ସେହି ଟଙ୍କା ପ୍ରତି ଲୋଭ ନକରି ଏହାକୁ ଫେରାଇ ଦେଇଥିଲେ । ଏହି ଟଙ୍କା କାହାକୁ ଦେବେ, କେଉଁଠିକୁ ଯିବେ ଜାଣି ପାରିଲେ ନାହିଁ। ଉପସ୍ଥିତ ବୁଦ୍ଧି ଖଟାଇଥିଲେ। ସେ ସେହି ୧୦ ହଜାର ଟଙ୍କା ଧରି ନିଜ ମୁହଁରୁ ମାସ୍କ ଖୋଲିଲେ।  ଏଟିଏମ୍‌ରେ ଲାଗି ଥିବା ସିସିଟିଭି କ୍ୟାମେରାରେ ନିଜ ମୁହଁ ଦେଖାଇ ଏଠାରୁ ୧୦ ହଜାର ଟଙ୍କା ପାଇଥିବା ଦର୍ଶାଇଥିଲେ । ପରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ ଶାଖା ପକ୍ଷରୁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା। 

ସେ ମୁଖ୍ୟ ଶାଖାକୁ ଯାଇଥିଲେ। ବ୍ୟାଙ୍କ ପକ୍ଷରୁ ସେହି ସମୟର ସିସିଟି ଫୁଟେଜ ଯାଞ୍ଚ କରାଯାଇ କିଏ ଟଙ୍କା ଉଠାଇବାକୁ ଆସିଥିଲା ଦେଖା ଯାଇଥିଲା। ପରେ ତାଙ୍କର ଠିକଣା ଓ ଫୋନ ନମ୍ବର ବ୍ୟାଙ୍କ ପକ୍ଷରୁ ସଂଗ୍ରହ କରାଯାଇ ତାଙ୍କୁ ଡକଯାଇଥିଲା ଏବଂ ଟଙ୍କା ଫେରସ୍ତ ଦିଆଯାଇଥିଲା। 

Advertisment

ରାଜେନ୍ଦ୍ରଙ୍କ ଏପରି ନିର୍ଲୋଭ ସଚ୍ଚୋଟ ମନୋଭାବକୁ ସବୁଆଡେ ପ୍ରଶଂସା କରାଯାଉଛି।

 

StateBankOfIndia PuriMunicipalEmployee OdishaNews GoodNews
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ