Advertisment

କୁମାର ପୂର୍ଣ୍ଣିମାରେ ଚାଲିଗଲା କୁମାରୀ ରଶ୍ମିତାଙ୍କ ଜୀବନ

ରଶ୍ମିତା ଜେନା କୁମାର ପୂର୍ଣ୍ଣିମା ପାଇଁ ସାଜସଜ୍ଜା କରୁଥିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Death

Death

Advertisment

କେନ୍ଦୁଝର ଘସିପୁରା ଥାନା ଶୌଲଙ୍ଗ ଗାଁରେ ଅଭାବନୀୟ ଘଟଣା। କୁମାର ପୂର୍ଣ୍ଣିମାରେ ଚାଲିଗଲା କୁମାରୀଙ୍କ ଜୀବନ। ଶୈଲଙ୍ଗର ଶୈଳେନ୍ଦ୍ର ଜେନାଙ୍କ ଝିଅ ରଶ୍ମିତା ଜେନା କୁମାର ପୂର୍ଣ୍ଣିମା ପାଇଁ ସାଜସଜ୍ଜା କରୁଥିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘସିପୁରା ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଛି । କୁମାରପୂର୍ଣ୍ଣିମା ପାଇଁ ପୁରା ଗାଁ ଉତ୍ସବମୁଖର ଥିବା ବେଳେ ଯୁବତୀଙ୍କ ମୃତ୍ୟୁପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Advertisment
Odisha News Keonjhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ