/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659156172.jpeg)
Women kill herself inside police station
ଥାନାରେ ବିଷ ପିଇଥିବା ମହିଳାଙ୍କ ମୃତ୍ୟୁ । ବ୍ରହ୍ମପୁର ଗୋପାଳପୁର ଥାନା ଭିତରେ ପଶି ବିଷ ପିଇଥିବା ମହିଳାଙ୍କ ମୃତ୍ୟୁ ଘଟିଛି । ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମହିଳା ଜଣକ ପ୍ରାଣ ହରାଇଛନ୍ତି । ମୃତକ ଜଣକ ନାଁ ଟିକିନା ଦାସ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ପାରିବାରିକ କଳହକୁ ନେଇ ମହିଳା ଗୋପାଳପୁର ଥାନା ଆସିଥିଲେ । ହେଲେ ବାରମ୍ବାର ଅଭିଯୋଗ ପରେ ବି କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିବାରୁ ଗତକାଲି ଥାନା ପରିସରରେ ମହିଳା ଜଣକ ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ମୃତ ମହିଳାଙ୍କ ଘର ଗୋପାଳପୁର ଥାନା ମାଣ୍ଡିଆପଲ୍ଲୀ ଜ୍ୟୋତିନଗରରେ ବୋଲି ଜଣାପଡ଼ିଛି । ଘଟଣାକୁ ନେଇ ବ୍ରହ୍ମପୁର ଏସ୍ପି ଶ୍ରବଣ ବିବେକ ଏମ୍. କହିଛନ୍ତି, ’ପାରିବାରିକ ଗଣ୍ଡଗୋଳରୁ ମହିଳା ଜଣକ ଏପରି କରିଛନ୍ତି ।’ ତେବେ ଘଟଣାକୁ ନେଇ ଏଚ୍ଆରପିସି ସ୍ତରୀୟ ତଦନ୍ତ କରାଯିବ ବୋଲି ଏସ୍ପି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)