• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାମୀଙ୍କ ବିବାହ କରାଇଲେ ସ୍ତ୍ରୀ । ତା ପୁଣି କିନ୍ନରଙ୍କ ସହ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ ସତ କଥା । କାରଣ କୌଣସି ସ୍ତ୍ରୀ କେବେ ସ୍ୱାମୀକୁ ବାଣ୍ଟିବାକୁ ଚାହିଁବେ ନାହିଁ । ହେଲେ କଳାହାଣ୍ଡି ନର୍ଲାରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ଜଣେ କିନ୍ନରଙ୍କ ସହ ବାହା ଦେଇଛନ୍ତି ।

ନର୍ଲା ବ୍ଲକର ଧୁରକୁଟି ଗାଁରେ ଆଜି ଏକ ଭିନ୍ନ ଧରଣର ବିବାହ ଦେଖିବାକୁ ମିଳିଛି । ଗାଁର ଫକିର ନିଆଲଙ୍କ କିନ୍ନର ସଙ୍ଗିତାଙ୍କ ସହ ପ୍ରେମ ସମ୍ପର୍କ ଥିଲା । ସେ ବିବାହିତ ହୋଇଥିବା ବେଳେ ପିଲାଟିଏ ମଧ୍ୟ ଅଛି । ତେବେ ଉଭୟଙ୍କ ସମ୍ପର୍କରେ ଫକିରଙ୍କ ସ୍ତ୍ରୀ ଜାଣିବା ପରେ କିନ୍ନରଙ୍କ ସହ ସ୍ୱାମୀଙ୍କ ବିବାହ ଦେବାକୁ ଯୋଜନା କରିଥିଲେ । ସ୍ୱାମୀଙ୍କ ସହ ଖୋଲାଖୋଲି ଏନେଇ କଥା ହୋଇ କିନ୍ନର ସଙ୍ଗୀତାଙ୍କ ସହ ବିବାହ ସମ୍ପର୍ଣ୍ଣ କରାଇଛନ୍ତି ।

କିନ୍ନର ସଂଘର ସଦସ୍ୟଙ୍କ ଉପସ୍ଥିତିରେ ଫକିର ସଙ୍ଗୀତାଙ୍କୁ ସିନ୍ଦୂର ଲଗାଇବା ସହ ମାଳ ପିନ୍ଧାଇଛନ୍ତି । ଫକିରଙ୍କ ବିବାହକୁ ପାଞ୍ଚ ବର୍ଷ ପୁରିଛି, ଏକ ଛୋଟ ଛୁଆ ବି ରହିଛି । ଏଭଳି ପରିସ୍ଥିତିରେ ତାଙ୍କ ସ୍ତ୍ରୀଙ୍କ ନିଷ୍ପତ୍ତି ଆଲୋଚନାର ବିଷୟ ପାଲଟିଛି । ସମସ୍ତଙ୍କ ସହମତିରେ ଆଜି ନର୍ଲା ରୋଡ଼ କିନ୍ନରଙ୍କ ବାସଗୃହରେ ବିବାହ ସମ୍ପାଦନ ହୋଇଥିବା ବେଳେ ଘଟଣା ଏବେ ଚର୍ଚ୍ଚାକୁ ଆସିଛି ।