Advertisment

ଏକ ବିରଳ ପ୍ରେମ କାହାଣୀ ଇଏ ରିଲ୍ ନୁହେଁ, ରିୟଲ ଲଭଷ୍ଟୋରି !

ଦୁର୍ଘଟଣାରେ ପ୍ରେମିକ ଦିବ୍ୟାଙ୍ଗ ହେବା ପରେ ବି ବିବାହ । ବିବାହ ପାଇଁ ଜିଦ୍ ଧରି ସଫଳ ହେଲେ ପ୍ରେମିକା ।

ଅଦ୍ୟତନ ହୋଇଛି
Woman Marries Divyang Boyfriend

Love Bird

Advertisment

ସବୁ ହିନ୍ଦୁ ବିବାହରେ ମନ୍ତ୍ରପାଠ ହୁଏ । ହୋମ ନିଆଁ ଜଳେ । ଅଗ୍ନିକୁ ସାକ୍ଷୀ ରଖି ଜନ୍ମ ଜନ୍ମର ସାଥୀ ହୁଅନ୍ତି ବର-କନ୍ୟା। ବାଲେଶ୍ୱର ଜିଲ୍ଲା ସିମୁଳିଆ ରାଧାବଲ୍ଲଭପୁରର ତାରିଣୀ ମନ୍ଦିରରେ ବି, କେତେ ହୋମ ଜଳିଥିବ । କେତେ ହାତଗଣ୍ଠି ପଡ଼ିଥିବ। ହେଲେ ସେଠାରେ ଏବେ ଏମିତି ଏକ ବିବାହ ହୋଇଛି, ଯାହା ସବୁଠୁ ନିଆରା । ଏହି ବିବାହ ଯେତିକି ନିଆରା, ସେତିକି ନାଟକୀୟ। 

Advertisment

ହ୍ୱିଲଚେୟାରରେ ବସିଥିବା ବର ଓ ନବବଧୂ ବେଶରେ ସଜେଇ ହୋଇଥିବା କନ୍ୟାଙ୍କ ପ୍ରେମ କାହାଣୀ ଏମିତି ବିରଳ ଯେ, ଆପଣ ବି ଜାଣିଲେ ଚକିତ ହୋଇଯିବେ । ହୁଏତ ଭାବପ୍ରବଣ ବି ହୋଇଯିବେ। ୨୦୧୬ ମସିହାରୁ ପରସ୍ପରକୁ ଭଲ ପାଉଥିଲେ ସିମୁଳିଆ ଶେରପୁରର ବସନ୍ତ ପାଣିଗ୍ରାହୀ ଓ ଭଦ୍ରକ ତିହିଡ଼ିର ବିଦୁସ୍ମିତା ଲେଙ୍କା। ୮ ବର୍ଷର ସଂପର୍କ ଭିତରେ ଭବିଷ୍ୟତକୁ ନେଇ ଗଢ଼ିଥିଲେ ସ୍ୱପ୍ନର ମହଲ। ହେଲେ ଦଇବ ସହିଲାନି ।

ଅଧିକ ପଢ଼ନ୍ତୁ: ଅନନ୍ୟ ପ୍ରେମ କାହାଣୀ; ଦିବ୍ୟାଙ୍ଗ ପ୍ରେମିକାଙ୍କୁ ଇଂଜିନିୟର କଲେ ଜୀବନ ସାଥୀ

Advertisment

ହଠାତ୍ ସ୍ୱପ୍ନର ମହଲ ତାସ୍ ଘର ଭଳି ଭୁଶୁଡ଼ିଗଲା ୨୦୨୧ ମସିହାରେ। ବାଇକ୍ ଦୁର୍ଘଟଣାର ଶିକାର ହୋଇ ଦିବ୍ୟାଙ୍ଗ ବନିଗଲେ ବସନ୍ତ। ଜୀବନ ତ ବଞ୍ଚିଗଲା, ହେଲେ ଗୋଡ଼ରେ ବଞ୍ଚିଲାନି ଚାଲିବାର ଶକ୍ତି। ନିଜ ଭବିଷ୍ୟତ ଅନ୍ଧାର ଘେରକୁ ଯାଉଥିବା ଦେଖି, ବିଦୁସ୍ମିତାଙ୍କୁ ଅନ୍ୟତ୍ର ବିବାହ ପାଇଁ ବହୁତ ବୁଝାଇଥିଲେ ବସନ୍ତ। କିନ୍ତୁ ବିଦୁସ୍ମିତାଙ୍କ ଗୋଟିଏ ଜିଦ୍, ମୁଁ ତୁମକୁ ହିଁ ଚାହେଁ। ବିବାହ ପରେ ଯଦି ଦୁର୍ଘଟଣା ଘଟିଥାନ୍ତା, ତେବେ କଣ ତୁମକୁ ଅଧାବାଟରେ ଛାଡ଼ି ଦେଇଥାନ୍ତି ?

କେବଳ ବସନ୍ତଙ୍କୁ ନୁହେଁ, ନିଜ ପରିବାର ଲୋକଙ୍କୁ ବି ବୁଝାଇବାକୁ ବହୁ କଷ୍ଟ-ପରିଶ୍ରମ, ମାନ-ଅଭିମାନ, କାକୁତି-ମୀନତି କରିବାକୁ ପଡ଼ିଥିଲା ବିଦୁସ୍ମିତାଙ୍କୁ। ଜଣେ ଦିବ୍ୟାଙ୍ଗ ହାତରେ ଅଲିଅଳି ଝିଅକୁ ଟେକିଦେବା ପାଇଁ କିଏ ବା ଚାହିଁବ ? ହେଲେ ନିଜ ପ୍ରେମ ପ୍ରତି ଦୃଢ଼ ବିଶ୍ବାସୀ ଥିଲେ ବିଦୁସ୍ମିତା। ପରିବାର ଲୋକେ ରାଜି ହେଲେନି ବୋଲି ଘର ଛାଡ଼ି ପଲାଇ ଆସିଲେ ବସନ୍ତଙ୍କ ଘରକୁ। ଶେଷରେ ତାଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଲେ ସମସ୍ତେ। ଉଭୟ ପରିବାରର ଉପସ୍ଥିତିରେ ମନ୍ଦିରରେ ହେଲା ବିବାହ। ନିଜ ମନର ମଣିଷ ହାତରୁ ସିନ୍ଦୁର ନାଇ ପ୍ରେମକୁ ସଫଳ କଲେ ଏ କାହାଣୀର ନାୟିକା।

Advertisment

ଆମୀର ଖାନ୍-ମନୀଷା କୋଇରାଲାଙ୍କ ଅଭିନୀତ 'ମନ୍' ହେଉ, କି ସାହିଦ କପୁର- ଅମ୍ରିତା ରାଓଙ୍କ 'ବିବାହ'। ଫିଲ୍ମରେ ଦେଖିବାକୁ ମିଳିଛି ଶାଶ୍ବତ ପ୍ରେମର ଏଭଳି ଅନେକ କାହାଣୀ। ହେଲେ ଏସବୁ ରିଲ୍ ଲଭଷ୍ଟୋରି ନିଶ୍ଚିତ ଫିକା ପଡ଼ିଯିବ ବସନ୍ତ ଓ ବିଦୁସ୍ମିତାଙ୍କ ରିୟଲ ଷ୍ଟୋରି ଆଗରେ।

Marriage Divyang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ