Advertisment

ନା ବେଦୀ, ନା ମନ୍ତ୍ରପାଠ...ସ୍ୱାମୀଙ୍କ ସାମ୍ନାରେ ଦିଅର ନାଁରେ ମଥାରେ ସିନ୍ଦୂର ପିନ୍ଧିଲା ସ୍ତ୍ରୀ

ସ୍ୱାମୀଙ୍କ ସାମ୍ନାରେ ବାହା ହେଲେ ଦିଅର-ଭାଉଜ। ନା କୌଣସି ବେଦୀ ନା ବ୍ରାହ୍ମଣଙ୍କର ମନ୍ତ୍ରପାଠ, ଥାନାରେ ପରସ୍ପରକୁ ଫୁଲମାଳ ପିନ୍ଧାଇ ଥିଲେ ପ୍ରେମୀ ଯୁଗଳ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Woman marries brother-in-law in the presence of husband

Woman marries brother-in-law in the presence of husband

ସ୍ୱାମୀଙ୍କ ସାମ୍ନାରେ ବାହା ହେଲେ ଦିଅର-ଭାଉଜ। ନା କୌଣସି ବେଦୀ ନା ବ୍ରାହ୍ମଣଙ୍କର ମନ୍ତ୍ରପାଠ, ଥାନାରେ ପରସ୍ପରକୁ ଫୁଲମାଳ ପିନ୍ଧାଇ ଥିଲେ ପ୍ରେମୀ ଯୁଗଳ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ସୁବଳୟା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଥାନା ଅଧିକାରୀ, ଅନ୍ୟ ପୋଲିସ କର୍ମଚାରୀ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଫେରାର ପ୍ରେମୀ ଯୁଗଳ ବିବାହ କରିଥିଲେ। ଏମାନେ ସମ୍ପର୍କରେ ଦିଅର-ଭାଉଜ ବୋଲି ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ସାମସିଙ୍ଗା ଗାଁର ଜଣେ ଯୁବତୀ ୩ ବର୍ଷ ପୂର୍ବେ ସୁବଳୟା ଥାନା ଅନ୍ତର୍ଗତ ସାନକିରାସିରା ଗାଁର ଜଣେ ଯୁବକଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଏହାରି ଭିତରେ ଖଣ୍ଡହତା ପଞ୍ଚାୟତର ବରଘାଟ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପୃକ୍ତ ମହିଳାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯିଏକି ତାଙ୍କ ସ୍ୱାମୀଙ୍କ ମାଉସୀ ପୁଅ ଭାଇ। ଉଭୟଙ୍କ ମଧ୍ୟରେ କିଛି ମାସ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। 

ସପ୍ତାହକ ତଳେ ଉଭୟ ଘରୁ ଫେରାର ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି ପରେ ନମିଳିବାରୁ ପରେ ସୁବଳୟା ଥାନାରେ ଜଣାଇଥିଲେ। ପୋଲିସ୍‌ ଛାନ୍‌ଭିନ୍‌ କରି ଉଭୟଙ୍କୁ ଗତ ଗୁରୁବାର ଉଦ୍ଧାର କରିଥିଲା। ତେବେ ଉଭୟ ଦିଅର-ଭାଉଜ ପରସ୍ପରକୁ ବିବାହ କରିବାକୁ ଥାନାରେ ଅଡ଼ି ବସିଥିଲେ। ଶେଷରେ ଥାନା ପରିସରରେ ଝିଅର ବାପ ଘର ଓ ଶ୍ୱଶୁର ଘର ସହ ପ୍ରେମିକଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଉଭୟ ଦିଅର ଭାଉଜଙ୍କ ବିବାହ କରାଯାଇଥିଲା।

Advertisment
Marriage
Advertisment
Advertisment