Advertisment

ଭିକ୍ଷା ମାଗି ଚଳନ୍ତି ସତ, କିନ୍ତୁ ତାଙ୍କ ଇଂରାଜୀ ଆପଣଙ୍କୁ କରିଦେବ ତୋବା

ଜୀବନ କଟୁଛି ରାସ୍ତା କଡରେ। ଭିକ୍ଷା ମାଗିଲେ ପେଟରେ ପଡେ ଦାନା। କିନ୍ତୁ ତାଙ୍କ ଇଂରାଜୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

author-image
Pramod Behera
ଅଦ୍ୟତନ ହୋଇଛି
Woman living on street stuns netizens with her English

Woman living on street stuns netizens with her English

ଦୁନିଆର ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଦକ୍ଷତା ଥାଏ, କେବଳ ଆବଶ୍ୟକତା ଥାଏ ଏକ ଉଚିତ ମାର୍ଗ। କିନ୍ତୁ ଦଇବ ବେଳେ ବେଳେ ଏମିତି ନିର୍ଦୟ ହୁଏ ଯେ ସବୁକିଛି ଓଲଟ ପାଲଟ୍ ହୋଇଯାଏ। ଆଜିକାଲି ଏଭଳି ଅନେକ ଦକ୍ଷ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକର ସାମର୍ଥ୍ୟ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ରାସ୍ତା କଡରେ ବସିଥିବା ବେଳେ ଭଲ ଇଂରାଜୀ କହୁଛନ୍ତି। ସୂଚନା ଅନୁଯାୟୀ, ଏହି ଭିଡିଓ ବନାରସର ଏକ ଘାଟର।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ମହିଳା କହୁଛନ୍ତି ଯେ ସେ ଦକ୍ଷିଣ ଭାରତରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ହାସଲ କରିଛନ୍ତି। ତାଙ୍କ ନାମ ସ୍ୱାତୀ ଓ ସେ ବନାରସର ଅସୀ ଘାଟରେ ରୁହନ୍ତି। ସ୍ୱାତୀଙ୍କ ଶରୀରର ଡାହାଣ ପାଖ ପକ୍ଷାଘାତରେ ଆକ୍ରାନ୍ତ। ସେ ନିଜ ପେଟ ପାଇଁ ଭିକ୍ଷା ବୃତ୍ତି କରନ୍ତି। ତାଙ୍କର ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

Advertisment

ଏହି ଭିଡିଓଟି ଫେସ୍‌ବୁକ୍‌ରେ ପୋଷ୍ଟ ହୋଇଥିବାରୁ ଅନେକ ଲୋକ ଏହାକୁ ଦେଖୁଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ, ଏହି ଭିଡିଓଟି ୮୨ ହଜାରରୁ ଅଧିକ ଭ୍ୟୁ ଆସିସାରିଥିଲା। ଭିଡିଓରେ ସ୍ୱାତୀ କହୁଛନ୍ତି ଯେ ଜୀବନରେ ସବୁକିଛି ଠିକ୍ ଚାଲି ନ ଥିଲା। ତାଙ୍କ ପିଲାର ଜନ୍ମ ପରେ ଶରୀରର ଡାହାଣ ପାଖ ପକ୍ଷାଘାତ ହୋଇଯାଇଥିଲା। ସେବେଠାରୁ ସେ ରାସ୍ତା କଡରେ ରହିବାକୁ ବାଧ୍ୟ ହୋଇଥିଲେ।

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ସ୍ୱାତୀ କହିଛନ୍ତି ଯେ ଅନେକ ଲୋକ ଭାବନ୍ତି ଯେ ସେ ମାନସିକ ସ୍ତରରେ ଅସୁସ୍ଥ। କିନ୍ତୁ ଏହା ଆଦୌ ନୁହେଁ ବୋଲି ସେ କହିଛନ୍ତି। କାରଣ ସେ ଏକ କମ୍ପ୍ୟୁଟରକୁ କିପରି ପରିଚାଳନା କରାଯାଏ ତାହା ସେ ଭଲ ଭାବରେ ଜାଣନ୍ତି। ଏହି ଭିଡିଓ ମାଧ୍ୟମରେ ସ୍ୱାତୀ ମଧ୍ୟ ନିଜ ଇଚ୍ଛା ପ୍ରକାଶ କରି କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ତାଙ୍କୁ ଚାକିରୀ ମିଳିଯାଉ ଏବଂ ସେ ତାଙ୍କ ଜୀବନକୁ ସୁନ୍ଦର କରିପାରିବେ। ଭିଡିଓ ପୋଷ୍ଟ ହେବା ପରଠାରୁ ବେଶ ଭାଇରାଲ ହେବାରେ ଲାଗିଛି।

Viral Video
Advertisment
Advertisment