Advertisment

ଡ୍ରେନ୍‌ କଭର ଭିତରେ ପଶିଗଲା ଗୋଡ଼, ଶେଷରେ ଲୁହା ରଡ୍‌ କଟାଯାଇ ବାହାର କରାଗଲା....

ବସ୍‌ଷ୍ଟାଣ୍ଡରେ ଥିବା ଡ୍ରେନ୍‌ କଭର ଭିତରେ ପଶିଗଲା ମହିଳାଙ୍କ ଗୋଡ଼। ଶେଷରେ କଟରରେ ସହାୟତାରେ ଲୁହା ରଡ୍‌ କଟାଯିବା ପରେ ମହିଳାଙ୍କ ଗୋଡ଼ ବାହାରିଥିଲା।

ଅଦ୍ୟତନ ହୋଇଛି
Woman Gets Trapped in Drain Cover

Woman gets trapped in drain cover in Odisha's Bhajanagar bus-stand

Advertisment

ବସ୍‌ଷ୍ଟାଣ୍ଡରେ ଥିବା ଡ୍ରେନ୍‌ କଭର ଭିତରେ ପଶିଗଲା ମହିଳାଙ୍କ ଗୋଡ଼। ଶେଷରେ କଟରରେ ସହାୟତାରେ ଲୁହା ରଡ୍‌ କଟାଯିବା ପରେ ମହିଳାଙ୍କ ଗୋଡ଼ ବାହାରିଥିଲା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବସ୍‌ଷ୍ଟାଣ୍ଡ ପରିସରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବସ୍‌ଷ୍ଟାଣ୍ଡ ପରିସରରେ ଥିବା ଡ୍ରେନ୍‌ କଭର ଭିତରେ ଜଣେ ମହିଳାଙ୍କ ଗୋଡ଼ ପଶି ଯିବାରୁ ଦୀର୍ଘ ସମୟ ଧରି ସେ ଫସି ରହିଥିଲେ। ବହୁ ଚେଷ୍ଟା ସତ୍ତ୍ୱେ କଭର ଭିତରୁ ଗୋଡ଼କୁ ସେ ବାହାର କରି ପାରିନଥିଲେ। ଶେଷରେ କଟର ମେସିନ ସହାୟତାରେ ଲୁହା ରଡ୍‌କୁ କଟାଯିବା ପରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା।

Advertisment

ସୂଚନା ଅନୁସାରେ, ମହିଳା ଜଣକ କୌଣସି କାମରେ ବସ୍‌ଷ୍ଟାଣ୍ଡକୁ ଆସିଥିବା ବେଳେ ଡ୍ରେନ୍ କଭର ଭିତରେ ତାଙ୍କ ଗୋଡ ଖସି ଯାଇଥିଲା।  ବହୁ ଚେଷ୍ଟା ସତ୍ତ୍ୱେ କଭର ଭିତରୁ ଗୋଡ଼କୁ ସେ ବାହାର କରି ପାରିନଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଶେଷରେ କଟର ମେସିନ ସହାୟତାରେ ଲୁହା ରଡ୍‌କୁ କଟାଯିବା ପରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା।

Advertisment

ସୂଚନାଥାଉ କି, ବସ୍‌ଷ୍ଟାଣ୍ଡ ଭିତର ଦେଇ ଯାଇଥିବା ଡ୍ରେନ୍‌କୁ କଭର କରିବା ପାଇଁ ଲୁହା ରଡ୍‌ ଦିଆଯାଇ ଏହାକୁ କଭର କରାଯାଇଥିଲା। ତେବେ ଭାରୀଯାନ ଯାତାୟତ ହୋଇ ଅନେକ ପ୍ଳେଟ୍ ଦବିଯିବା ସହ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ଏନଏସି ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ପ୍ରତିଦିନ ଶତାଧିକ ଲୋକ ବସ୍‌ଷ୍ଟାଣ୍ଡକୁ ଆସୁଥିବାରୁ ପ୍ରଶାସନ ପକ୍ଷରୁ ଏଗୁଡିକୁ ମରାମତି କରିବା ପାଇଁ ଦାବି ହୋଇଛି। 

Bus Stand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ