Advertisment

ଏକାବେଳେ ୯ ଶିଶୁଙ୍କୁ ଜନ୍ମଦେଲେ ୨୬ ବର୍ଷୀୟ ମହିଳା; ସମସ୍ତେ ସୁସ୍ଥ

ଗୋଟିଏ ଥରରେ ୯ ସନ୍ତାନକୁ ଜନ୍ମ ଦେଇ ବିଶ୍ୱ ରେକର୍ଡ ସୃଷ୍ଟି କଲେ। ମା’ ସହିତ ସବୁ ପିଲାମାନେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ନିରାପଦ ମଧ୍ୟ ଅଛନ୍ତି। ଏନେଇ ମା’ କରିଛନ୍ତି ବିଶ୍ୱ ରେକର୍ଡ।

author-image
Pramod Behera
ଅଦ୍ୟତନ ହୋଇଛି
Woman gave birth 9 children at a time

Woman gave birth 9 children at a time

ଜଣେ ମହିଳା ଗୋଟିଏ ଥରରେ ୯ ସନ୍ତାନକୁ ଜନ୍ମ ଦେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମା’ ସହିତ ସବୁ ପିଲାମାନେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ନିରାପଦ ମଧ୍ୟ ଅଛନ୍ତି। ଏକାଠି ଜନ୍ମ ହୋଇଥିବା ୯ ପିଲାଙ୍କୁ 'ନୋନୁ-ପ୍ଲେଟ୍ସ' କୁହାଯାଏ।

Advertisment

ଏଭଳି କ୍ଷେତ୍ରରେ ଭାବିପାରୁଛନ୍ତି ତ ସେହି ମା’ର ଅବସ୍ଥା କ’ଣ ହେବ? ଜନ୍ମ ପରେ, ତାଙ୍କୁ ଗୋଟିଏ ଦିନରେ ୧୦୦ ଡାଏପର ଏବଂ ୬ ଲିଟର କ୍ଷୀର ଦରକାର। ତେବେ ସେ ୯ ଟି ସନ୍ତାନର ମା’ ହେବାରେ ଦୁନିଆର ପ୍ରଥମ ମହିଳା ହେବାର ରେକର୍ଡ ମଧ୍ୟ ହାସଲ କରିଛନ୍ତି।

ଏବେ ୨୬ ବର୍ଷୀୟ ହଲିମା ସିସେ ଏବଂ ତାଙ୍କ ୩୫ ବର୍ଷିୟ ସ୍ୱାମୀ କାଦେର ଆର୍ବେ ପଶ୍ଚିମ ଆଫ୍ରିକାର ମାଲିରେ ରୁହନ୍ତି। ସେମାନେ ୯ଟି ସନ୍ତାନ ପାଇ ବହୁତ ଖୁସି ଅଛନ୍ତି। ସବୁ ସୁସ୍ଥ ଓ ନିରାପଦ ହେତୁ ଏହି ମହିଳାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଛି। ତେବେ ଏହା କିନ୍ତୁ ପ୍ରଥମ ଘଟଣା ନୁହେଁ ଯେତେବେଳେ ଜଣେ ମହିଳା ୯ ସନ୍ତାନକୁ ଜନ୍ମ ଦେଇଛନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ ସବୁ ପିଲା ବଞ୍ଚନ୍ତି ନାହିଁ। କିନ୍ତୁ ହଲିମାଙ୍କ ପିଲାମାନେ ଗୋଟିଏ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ମାଲିର ସ୍ୱାସ୍ଥ୍ୟମନ୍ତ୍ରୀ ଏହାକୁ ଗର୍ବର ବିଷୟ ବୋଲି କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପୁଅ ଆଶା କରିଥିଲେ,ଏକା ସାଙ୍ଗରେ ଜନ୍ମହେଲେ ୪ ଛୁଆ...

ଉତ୍ତର ମାଲିର ତିମ୍ବୁକଟୁ ନିବାସୀ ହଲିମା ସିସେ ୫ ଝିଅ ଏବଂ ୪ ପୁଅଙ୍କୁ ଜନ୍ମ ଦେଇଛନ୍ତି। ୯ ସନ୍ତାନକୁ ଜନ୍ମ ଦେବାର ୧ ବର୍ଷ ପରେ ସେ ଏବେ ଘରକୁ ଫେରିଛନ୍ତି ବୋଲି ମାଲିର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ମା ଏବଂ ଶିଶୁ ବର୍ତ୍ତମାନ ଭଲ ଅଛନ୍ତି ଏବଂ ମାଲିରେ ନିରାପଦରେ ପହଞ୍ଚିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଫେସ୍‌ବୁକ୍‌ରେ ୯ ପିଲାଙ୍କ ବାପାମାଆଙ୍କୁ ସ୍ୱାଗତ କରୁଥିବା ଏକ ଫଟୋ ଶେୟାର କରିଛନ୍ତି।

ଯେତେବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେତେବେଳେ ହଲିମା ୨୫ ସପ୍ତାହର ଗର୍ଭବତୀ ହୋଇଥିଲେ। ଡାକ୍ତରୀ କର୍ମଚାରୀମାନେ ତାଙ୍କ ଗର୍ଭଧାରଣକୁ ୩୦ ସପ୍ତାହ ପର୍ଯ୍ୟନ୍ତ ବଜାୟ ରଖିଥିଲେ। ଅସ୍ତ୍ରୋପଚାର ମାଧ୍ୟମରେ ଏହି ଡେଲିଭରୀ କରାଯାଇଥିଲା ଯେଉଁଥିରେ ୧୦ ଡାକ୍ତର ଏବଂ ୨୫ ପାରାମେଡିକାଲ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ସମସ୍ତ ପିଲାମାନଙ୍କର ଓଜନ ଦେଢ କିଲୋଗ୍ରାମ ଥିଲା। ତେଣୁ ସେମାନଙ୍କୁ ବିଶେଷ ଯତ୍ନର ଆବଶ୍ୟକତା ଥିଲା।

ବିଶେଷ ଟ୍ରିଟ୍‌ମେଣ୍ଟ୍‌ ପାଇଁ ତାଙ୍କୁ ମୋରୋକୋରେ ରହିବାକୁ ପଡିଲା। ମାଲିର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି – “ପ୍ରଥମ ଥର ପାଇଁ ଗୋଟିଏ ମା’ ଠାରୁ ଜନ୍ମ ହୋଇଥିବା ୯ ପିଲା ସୁରକ୍ଷିତ ବଞ୍ଚିବା ଏକ ରେକର୍ଡ ସୃଷ୍ଟି କରିଛି, ଏହା ଆମ ପାଇଁ ଗର୍ବର ବିଷୟ।” ଏହାପୂର୍ବରୁ, ଏହି ରେକର୍ଡ ଏକାଠି ଜନ୍ମ ହୋଇଥିବା ୮ଟି ପିଲାରେ ଥିଲା। ୨୦୦୯ ମସିହାରେ, ୩୩ ବର୍ଷୀୟ ଆମେରିକୀୟ ମହିଳା "ଅକ୍ଟୋମମ୍" ନାୟଡା ସୁଲେମାନ ଏହି ପିଲାମାନଙ୍କୁ ଜନ୍ମ ଦେଇଥିଲେ।

Ajab Gajab Ajab Gajab News
Advertisment
Advertisment