Advertisment

କାର୍‌ ଭିତରେ ୨ ଛୁଆଙ୍କୁ ଛାଡ଼ି ପଳାଇଲା ମା’, ୧୫ ଘଣ୍ଟା ପରେ ନିଦ ଭାଙ୍ଗିଲା ବେଳକୁ...

ଘଣ୍ଟେ ନୁହେଁ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ୧୫ ଘଣ୍ଟାରୁ ଅଧିକ ସମୟ ଧରି ୨ ଶିଶୁ କାର୍‌ ଭିତରେ ସେମିତି ହିଁ ଥିଲେ। ୧୫ ଘଣ୍ଟା ପରେ ଯେତେବେଳେ ସମ୍ପୃକ୍ତ ମହିଳାଙ୍କ ନିଦ ଭାଙ୍ଗିଥିଲା ଓ ଛୁଆଙ୍କ କଥା ତାଙ୍କର ମନେ ପଡ଼ିଥିଲା, ସେତେବେଳକୁ ସେ ଜଣେ ଛୁଆକୁ ସେ ସବୁଦିନ ପାଇଁ ହରାଇ ସାରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Crime News Update

woman forget two children in car for 15 hours

କାର୍‌ ଭିତରେ ଛୁଆଙ୍କୁ ଛାଡ଼ି ଘର ଭିତରେ ଯାଇ ଶୋଇଲା ମା’। ଘଣ୍ଟେ ନୁହେଁ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ୧୫ ଘଣ୍ଟାରୁ ଅଧିକ ସମୟ ଧରି ୨ ଶିଶୁ କାର୍‌ ଭିତରେ ସେମିତି ହିଁ ଥିଲେ। ୧୫ ଘଣ୍ଟା ପରେ ଯେତେବେଳେ ସମ୍ପୃକ୍ତ ମହିଳାଙ୍କ ନିଦ ଭାଙ୍ଗିଥିଲା ଓ ଛୁଆଙ୍କ କଥା ତାଙ୍କର ମନେ ପଡ଼ିଥିଲା, ସେତେବେଳକୁ ସେ ଜଣେ ଛୁଆକୁ ସେ ସବୁଦିନ ପାଇଁ ହରାଇ ସାରିଥିଲେ। ପ୍ରବଳ ଗରମରେ କାର୍‌ ଭିତରେ ଦୀର୍ଘ ସମୟ ଧରି ବନ୍ଦ ରହିବା ଯୋଗୁ ୨ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିଲା। ଶିଶୁଟି ଗାଡ଼ି ଭିତରେ ୧୫ ଘଣ୍ଟା ପର୍ଯ୍ୟନ୍ତ ସେମିତି ବନ୍ଦ ରହିଥିଲା। ଏହି ଘଟଣାରେ ପୋଲିସ୍‌ ଶିଶୁର ବାପା ଓ ମା’ ଉଭୟଙ୍କୁ ଗିରଫ କରିଛି।

Advertisment

ପ୍ରବଳ ଗରମରେ ଶିଶୁର ଶରୀରର ତାପମାତ୍ରା ୪୧.୬ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ତେବେ ଆଉ ଜଣେ ୪ ବର୍ଷୀୟ ଶିଶୁ କୌଣସିମତେ କାର୍‌ ଭିତରୁ ବାହାରିବାରେ ସଫଳ ହୋଇଥିଲା। ବାପାମା’ଙ୍କୁ ଗିରଫ ପରେ ଦେଖାଶୁଣା କରିବା ପାଇଁ ଉକ୍ତ ଶିଶୁକୁ ଶିଶୁ ସୁରକ୍ଷା ସେବାକେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି। ମେ’୧୬ରେ ଆମେରିକର ଫ୍ଲୋରିଡାରେ ଏହି ଘଟଣା ଘଟିଛି।

ଡେଲି ଷ୍ଟାର ରିପୋର୍ଟ ଅନୁସାରେ, ଘଟଣାର ଯାଞ୍ଚ ପରେ ଜଣାପଡ଼ିଥିଲା, ଏହି ୨ ପିଲାଙ୍କ ମା’ କ୍ୟାଥରିନ୍‌ ଏଡମ୍ସ ସେମାନଙ୍କୁ ଭୁଲ୍‌ରେ କାର୍‌ରେ ଭିତରେ ବନ୍ଦ କରି ପଳାଇଥିଲେ। ଯେତେବେଳେ ତାଙ୍କର ପିଲାଙ୍କ କଥା ମନେ ପଡ଼ିଥିଲା, ତୁରନ୍ତ ଗାଡ଼ି ପାଖକୁ ଆସି ଦେଖିଲେ ଛୋଟ ପିଲାଟି ବେହୋସ ହୋଇଯାଇଛି।ତତ୍‌କ୍ଷଣାତ କ୍ୟାଥରିନ୍‌ ଏମର୍ଜେନ୍ସି ନମ୍ବରକୁ ଫୋନ୍‌ କରିଥିଲେ। ହେଲେ ସେତେବେଳକୁ ଶିଶୁଟିର ମୃତ୍ୟୁ ହୋଇସାରିଥିଲା। 

Advertisment

ପୋଲିସ୍‌ ସୂଚନା ଅନୁସାରେ, କ୍ୟାଥରିନ୍‌ ତାଙ୍କର ୨ ପିଲାଙ୍କୁ କାର୍‌ ଭିତରେ ଶୁଆଇ ଭୁଲ୍‌ରେ ସେମାନଙ୍କୁ ଛାଡ଼ି ପଳାଇଥିଲେ। ପିଲାଙ୍କୁ କାର୍‌ ଭିତରେ ଛାଡ଼ି ଘରେ ଭିତରେ ଯାଇ ସେ ଶୋଇଥିଲେ। ବିଳମ୍ବିତ ରାତିରୁ ତା’ପରଦିନ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପିଲାମାନେ କାର୍‌ ଭିତରେ ସେମିତି ହିଁ ଥିଲେ। ଯେତେବେଳେ ଅପରାହ୍ଣ ୩ଟା ୪୧ ମିନିଟ୍‌ରେ କ୍ୟାଥରିନ୍‌ଙ୍କ ନିଦ ଭାଙ୍ଗିବା ପରେ ପିଲାଙ୍କ କଥା ତାଙ୍କର ମନେ ପଡ଼ିଥିଲା। ହେଲେ ପର୍ଯ୍ୟନ୍ତ ଜାଣି ହିଁ ନଥିଲେ କାର୍‌ ଭିତରେ ସେ ପିଲାଙ୍କୁ ଛାଡ଼ି ଆସିଛନ୍ତି। ଫଳରେ ପ୍ରବଳ ଗରମରେ କାର୍‌ରେ ଦୀର୍ଘ ସମୟ ଧରି ରହିବା ଯୋଗୁ ୨ ବର୍ଷୀୟ ଶିଶୁର ଜୀବନ ଚାଲିଯାଇଛି। 

ଏହି ଘଟଣାକୁ ନେଇ କ୍ୟାଥରିନ୍‌ଙ୍କ ଘରେ ପୋଲିସ୍‌ ଛାନ୍‌ଭିନ୍‌ ବେଳେ ନିଶାଦ୍ରବ୍ୟ ମିଳିଥିଲା। ଡ୍ରଗ୍ସ ସେବନ କରି ଶୋଇ ପଡ଼ିବାରୁ ସେ ପିଲାଙ୍କ କଥା ଭୁଲି ଯାଇଥିଲେ। ପୋଲିସ୍‌ ଏଡମ୍ସ ଓ ତାଙ୍କ ସ୍ୱମାଙ୍କୁ ଗିରଫ କରିଛି। ଦାୟିତ୍ୱହୀନତା ଯୋଗୁ ଏଭଳି ଘଟିଥିବା ପୋଲିସ୍‌ ସେମାନଙ୍କୁ ଦାୟୀ କରିଛି। 

Advertisment
Advertisment