Advertisment

ପୋଖରୀରେ ପଶିଗଲା ଚଳନ୍ତା କାର୍‌: ପହଁରି ପଳାଇ ଆସିଲେ ସ୍ୱାମୀ, ବୁଡ଼ିଗଲେ ସ୍ତ୍ରୀ

ସ୍ୱାମୀର ଆଖି ସାମ୍ନାରେ ସ୍ତ୍ରୀର ଜୀବନ ଚାଲି ଯାଇଛି। ସ୍ୱାମୀ,ସ୍ତ୍ରୀ କାର୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା ପୋଖରୀ ଭିତରକୁ ପଶି ଯାଇଥିଲା।

ଅଦ୍ୟତନ ହୋଇଛି
Drowning Death In Bolangir

Woman dies after car crashes into pond in Bolangir; husband safe

Advertisment

ପହଁରିକି କୂଳକୁ ଚାଲି ଆସିଲେ ସ୍ୱାମୀ, ହେଲେ ପାଣିରେ ବୁଡ଼ି ଚାଲିଗଲା ସ୍ତ୍ରୀର ଜୀବନ। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ଜାମସର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ସ୍ୱାମୀର ଆଖି ସାମ୍ନାରେ ସ୍ତ୍ରୀର ଜୀବନ ଚାଲି ଯାଇଛି। ସ୍ୱାମୀ,ସ୍ତ୍ରୀ କାର୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା ପୋଖରୀ ଭିତରକୁ ପଶି ଯାଇଥିଲା। ମୃତ ମହିଳା ଘୁଷୁରାମୁଣ୍ଡା ଗାଁର ପିଙ୍କି ସାହୁ ବୋଲି ଜଣାପଡ଼ିଛି। ତାଙ୍କ ସ୍ୱାମୀ ମୁନା ସାହୁ ପାଣିରେ ପହଁରି କୂଳକୁ ଆସି ନିଜ ଜୀବନ ବଞ୍ଚାଇ ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟାରେ ଘୁଷୁରାମୁଣ୍ଡା ଗାଁର ମୁନା, ସ୍ତ୍ରୀ ପିଙ୍କି ସହ କାର୍‌ରେ ଘରକୁ ଫେରୁଥିଲେ। ସ୍ତ୍ରୀ ଗର୍ଭବତୀ ଥିବାରୁ ବଲାଙ୍ଗିର ମେଡିକାଲ୍‌କୁ ଚେକ୍‌ଅପ୍‌ ପାଇଁ ସେ ସ୍ତ୍ରୀଙ୍କୁ ନେଇ ଯାଇଥିଲେ। ଏହି ସମୟରେ ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ଜାମସର ଗାଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀ ଭିତରକୁ ପଶି ଯାଇଥିଲା। ମୁନା ପହଁରିକି କୂଳକୁ ଚାଲି ଆସିଥିବା ବେଳେ ପିଙ୍କି ଆଉ ଆସି ପାରିନଥିଲେ। ଫଳରେ ପାଣିରେ ବୁଡ଼ି ପିଙ୍କିଙ୍କ ମୃତ୍ୟୁ ଘଟିଛି। 

ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ୧ ଘଣ୍ଟାର ରେସ୍କ୍ୟୁ ଅପରେସନ୍‌ ପରେ ପିଙ୍କିକୁ ଗୁରୁତର ଅବସ୍ଥାରେ କାର୍‌ ଭିତରୁ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ପାଇଁ ମୃତଦେହ ଶବଗୃହରେ ରଖାଯାଇଛି।

Advertisment

ଅନ୍ୟପକ୍ଷେ, ଆଖି ସାମ୍ନାରେ ସ୍ତ୍ରୀକୁ ହରାଇ ମୁନା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେମାନଙ୍କର ଦୁଇ ବର୍ଷର ପୁଅ ଅଛି। ଘଟଣାକୁ ନେଇ ଘୁଷୁରାମୁଣ୍ଡା ଗାଁରେ ଶୋକର ଛାୟା ଖେଳି ଯାଇଛି। NH 26ର ଜାମସର ଛକ ନିକଟରେ ରାସ୍ତାକଡ଼କୁ ଲାଗିକି ଏହି ପୋଖରୀ ରହିଛି। ହେଲେ ଏଠାରେ କୌଣସି ବ୍ୟାରିକେଡ୍‌ ନାହିଁ। ଫଳରେ ଅନେକ ଦୁର୍ଘଟଣା ଘଟୁଛି। ଶୀଘ୍ର ବ୍ୟାରିକେଡ୍‌ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

(ରିପୋର୍ଟ-ଘଟେଶ୍ୱର ମିଶ୍ର, ବଲାଙ୍ଗିର)

Drowning Death Drown In Pond
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ