ରାଉରକେଲାରେ ସଡ଼କ ଦୁର୍ଘଟଣାସ୍ଥଳକୁ ଯାଇଥିବା ଉଦିତନଗର ଥାନାର ମହିଳା ASIଙ୍କ ମୃତ୍ୟୁ । ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ଉତ୍ତେଜନାକୁ ନିୟନ୍ତ୍ରଣ ପାଇଁ ଯାଇଥିଲେ ମହିଳା ଥାନା ASI ଆଲିଶା ନରମି ଲୁଗୁନ। କିନ୍ତୁ ସେଠାରେ ସେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ଅସୁସ୍ଥତା ଯୋଗୁଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ତାଙ୍କର ମୃତ୍ୟୁ ହେଲା, ସେନେଇ ଉଦିତନଗର ପୋଲିସ ତଦନ୍ତ କରୁଛି।