୨୧ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ

ବିଭିନ୍ନ ପ୍ରସଙ୍ଗରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି ।

୨୧ରୁ ଶୀତ ଅଧିବେଶନ

ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏହା ଡିସେମ୍ବର ୩୦ ତାରିଖ ଯାଏ ଚାଲିବ । ଏଥିରେ ୩୦ଟି ସରକାରୀ କାର୍ଯ୍ୟ ଦିବସ ରହିବ ବୋଲି ଜଣାପଡ଼ିଛି । ହୁଏତ ଆସନ୍ତା ବର୍ଷ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣକାଳୀନ ଅଧିବେଶନ ହୋଇପାରେ ।

ତେଣୁ ବିଭିନ୍ନ ପ୍ରସଙ୍ଗରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି । ନିର୍ବାଚନ ପାଖେଇ ଆସୁଥିବାରୁ ସରକାରଙ୍କୁ ଅଡୁଆରେ ପକାଇବାକୁ ବିରୋଧୀ ରଣନୀତି କରିପାରନ୍ତି । ସରକାର ବି କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରାଇବାକୁ ଉଦ୍ୟମ କରାଇପାରନ୍ତି ତାହା ଉପରେ ନଜର ରହିଛି ।