Puri RatnaBhandar
ଖୋଲିବ କି ଶ୍ରୀମନ୍ଦିର ରତ୍ନଭଣ୍ଡାର । ଆସନ୍ତା ୨୭ ତାରିଖରେ ଏନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଯୋଗଦେଇ, ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍କ୍ୟୁରୀ ଏନ୍.କେ. ମହାନ୍ତି କହିଛନ୍ତି ଯେ, ରତ୍ନଭଣ୍ଡାର ମରାମତି ସଂପର୍କରେ ରାଜ୍ୟ ସରକାର ପଦକ୍ଷେପ ନେବେ ।
ଚଳିତ ମାସ ୨୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏନେଇ ଆଲୋଚନା ହୋଇପାରେ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିର ଐତିହ୍ୟ କିର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ପାଇଁ କେଉଁ କେଉଁ କାର୍ଯ୍ୟ କରାଯାଇଛି ଏବଂ କେଉଁ ମରାମତି ବାକି ଅଛି, ତାର ଟିକିନିଖି ଅନୁଧ୍ୟାନ କରିଛନ୍ତି ଆମିକସ୍କ୍ୟୁରି । ଶନିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏସଂପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସଙ୍ଗରେ ଆମିକସ୍କ୍ୟୁରି ଏନ୍.କେ ମହାନ୍ତି କହିଛନ୍ତି ଯେ, ବୈଠକରେ ନାଟମଣ୍ଡପ ଭିତର, ରୋଷଘର ଓ ଜଗମୋହନ ବାହାରର ମରାମତି ସମ୍ପର୍କରେ ଆଲୋଚନା କରାଯାଇଛି ।
ନାଟମଣ୍ଡପର ଦୁଇଟି ପକେଟରେ ଫାଟ ସୃଷ୍ଟି ହୋଇଛି । ସେସବୁ ସ୍ଥାନକୁ ସୁରକ୍ଷିତ ରଖିବା ପାଇଁ ମରାମତି କରାଯିବ । ଅନ୍ୟପକ୍ଷରେ ରୋଷଘରର ଚଟାଣ କାମ ସହ ଜଗମୋହନର ମରାମତି ପାଇଁ ତିନିମାସ ମଧ୍ୟରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କୋର୍ କମିଟି ଅଧ୍ୟକ୍ଷ ଏନ୍ ସି ପାଲ୍ । ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ASI ସୁପରିଟେଣ୍ଡେଣ୍ଟ୍ ଓ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639018913.jpg)