ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ୧୫୨ ତମ ଜନ୍ମ ବାର୍ଷିକୀରେ ସ୍ମରଣ କରୁଛି। ଗାନ୍ଧୀ ସମଗ୍ର ବିଶ୍ୱକୁ ଅହିଂସା ଭଳି ମନ୍ତ୍ର ଦେଇଥିଲେ ଯାହା ଆଜି ବି ପ୍ରାସଙ୍ଗିକ ଅଟେ। ସମଗ୍ର ବିଶ୍ୱରେ ଗାନ୍ଧିଜୀଙ୍କୁ ସ୍ମରଣ କରାଯାଏ। ସେ କିପରି ସତ୍ୟଗ୍ରହୀ ହେଲେ ଏବଂ ସେ କିପରି ବିଶ୍ୱକୁ ଅହିଂସା ଶିକ୍ଷା ଦେଲେ ତାହା ଜାଣିବା ପାଇଁ ପ୍ରୟାସ କରାଯାଏ। ଏତେ ସାଧା ସିଧା ହେବା ପରେ ମଧ୍ୟ, ବିନା କୌଣସି କରୀସ୍ମାରେ ଲୋକେ କିପରି ତାଙ୍କର ଭକ୍ତ ବନିଗଲେ ତାହା ବିଶ୍ୱସ୍ତରରେ ଚକିତ କରେ। ବାପୁଙ୍କ ସତ୍ୟଗ୍ରହର କାହାଣୀ ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିଲା ତାହା ପ୍ରାୟ ସମସ୍ତେ ଜାଣନ୍ତି କିନ୍ତୁ ସେ ସେଠାକୁ କିପରି ପହଞ୍ଚିଲେ ଖୁବ୍ କମ୍ ଲୋକ ଜାଣନ୍ତି।
ଗାନ୍ଧିଜୀ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯିଏ ନିଜ ବିଷୟରେ କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ତାଙ୍କ ଆତ୍ମଜୀବନୀରେ ସେ କହିଛନ୍ତି ଯେ ସେ ପିଲାଦିନରୁ ବହୁ ଲଜ୍ଜାଶୀଳ ଥିଲେ୍ ଏବଂ ତାଙ୍କର ଏହି ସ୍ୱଭାବିକ ଗୁଣ ଜଣେ ତାଙ୍କ ଓକିଲାତିରେ ବାଧା ସୃଷ୍ଟି କରିଥିଲା । ସେ ତାଙ୍କ ସ୍କୁଲ ଦିନରୁ ଆରମ୍ଭ କରି ଲଣ୍ଡନରେ ଓକିଲାତି ପଢିବା ପର୍ଯ୍ୟନ୍ତ ସେ ଏନେଇ କହିଆସିଛନ୍ତି।
ଲଣ୍ଡନରେ ଆଇନ ଅଭ୍ୟାସ କରୁଥିବାବେଳେ ଗାନ୍ଧିଜୀଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ତଥାପି, ସେ ଲଣ୍ଡନର ସଂସ୍କୃତି ସହିତ ନିଜକୁ ଖାପ ଖୁଆଇବା ନେଇ ସକ୍ଷମ ହୋଇଥିଲେ। କିନ୍ତୁ ଯେତେବେଳେ ସେ ଭାରତକୁ ଫେରିଲେ ସେତେବେଳେ ଓକିଲାତି କରିବା ତାଙ୍କୁ ବହୁତ କଷ୍ଟସାଧ୍ୟ ହୋଇଥିଲା। ସେ ଓକିଲାତି ପାଇଁ ଏଠାରେ କାମ ପାଇଲେ ନାହିଁ। ଫଳରେ ତାଙ୍କୁ ବାହାରକୁ ଯିବାକୁ ହୋଇଥିଲା।
Also Read
୧୮୯୩ ମସିହାରେ ଗାନ୍ଧିଜୀଙ୍କୁ ଆଇନ ସେବା ପ୍ରଦାନ କରିବାର ଏକ ସୁଯୋଗ ମିଳିଲା। ଭାରତୀୟ ମୂଳ ବ୍ୟବସାୟୀ ଦାଦା ଅବଦୁଲ୍ଲା ଦକ୍ଷିଣ ଆଫ୍ରିକା ପାଇଁ ଏକ ବର୍ଷିଆ ଚୁକ୍ତି ସ୍ୱାକ୍ଷର କଲେ। ଗାନ୍ଧିଜୀ ଏହାକୁ ସ୍ୱୀକାର କରିଥିଲେ। ଦ୍ୱିତୀୟତଃ ସେ ଲଣ୍ଡନର ଜୀବନଶୈଳୀରେ ପଡିଯାଇଥିବାରୁ ଏଠାରେ ଅସୁବିଧାର ସମ୍ମୁଖିନ ହେଲେ। ଫଳରେ ଭାରତ ବାହାରକୁ ଯିବାକୁ ଚାହୁଁଥିଲେ। ଏନେଇ ପରେ ସେ ଦକ୍ଷିଣ ଆଫ୍ରିକାର ଡର୍ବାନକୁ ଚାଲିଗଲେ।
ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପୂର୍ବରୁ ଗାନ୍ଧିଜୀଙ୍କର ସ୍ୱଭାବରେ ସେପରି କିଛି ପରିବର୍ତ୍ତନ ହୋଇ ନ ଥିଲା। ସେ ଜଣେ ସାଧାସିଧା ଲୋକଙ୍କ ପରି ଅଭ୍ୟାସ କରିବାକୁ ଚାହୁଁଥିଲେ। କିନ୍ତୁ ଲଣ୍ଡନ ଯିବା ପରେ ସେ ସମଗ୍ର ବିଶ୍ୱର ଧର୍ମ ବିଷୟରେ ଜାଣିବାକୁ ଆରମ୍ଭ କରିଥିଲେ। ଗାନ୍ଧିଜୀଙ୍କ ସତ୍ୟଗ୍ରହୀ ଏବଂ ମହାତ୍ମା ହେବା ପ୍ରକ୍ରିୟା ଦକ୍ଷିଣ ଆଫ୍ରିକାରେ ହିଁ ଆରମ୍ଭ ହୋଇଥିଲା। ଏହାପୂର୍ବରୁ ଗାନ୍ଧିଜୀ ନିଜେ ଜାଣି ନ ଥିଲେ ଯେ ସେ କେଉଁ ପ୍ରକାର ପରିବର୍ତ୍ତନ ହେବାକୁ ଯାଉଛନ୍ତି।
ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ ଟ୍ରେନ୍ର ପ୍ରଥମ ଶ୍ରେଣୀ କୋଠରୀରୁ ତାଙ୍କୁ ଫିଙ୍ଗି ଦିଆଯିବା ପରେ ସେ ଭାବିବାକୁ ବାଧ୍ୟ ହୋଇଥିଲେ। ଏଠାରେ ସେ ବ୍ରିଟିଶମାନଙ୍କର ବର୍ଣ୍ଣଭେଦ ମନୋଭାବକୁ ଅନୁଭବ କରିଥିଲେ। ଏଠାରୁ ହିଁ ଅସମାନତା ବିରୋଧରେ ଗାନ୍ଧିଜୀଙ୍କ କାର୍ଯ୍ୟ ଆରମ୍ଭ ହୋଇଥିଲା।
ସେ ୧୮୯୪ ମସିହାରେ ନାଟାଲ ଭାରତୀୟ କଂଗ୍ରେସ ଗଠନ କରିଥିଲେ, ଯାହାର କାମ ଥିଲା ଆଫ୍ରିକୀୟ ଏବଂ ଭାରତୀୟଙ୍କ ପ୍ରତି ଗୋରାମାନଙ୍କ ଦ୍ୱାରା ହେଉଥିବା ଅତ୍ୟାଚାରକୁ ଅହିଂସା ଭାବେ ବିରୁଦ୍ଧ କରିବା । ଏପରିକି ସେ ପର୍ଯ୍ୟନ୍ତ ମଧ୍ୟ ଗାନ୍ଧିଜୀ ଅନୁଭବ କରୁଥିଲେ ଯେ ସେ ଏକ ସ୍ଥାନୀୟ ସମସ୍ୟାର ସମାଧାନ କରୁଛନ୍ତି। କିନ୍ତୁ ଧୀରେ ଧୀରେ ଏହି ଧାରଣା ବଦଳିଗଲା।
ଦକ୍ଷିଣ ଆଫ୍ରିକାରେ ଭାରତୀୟ ଲୋକଙ୍କ ଆଇନ ପରାମର୍ଶଦାତା ଅପେକ୍ଷା ଗାନ୍ଧିଜୀ ବର୍ତ୍ତମାନ ଅଧିକ ମାନ୍ୟତା ପାଇଛନ୍ତି। ଏହି ସମୟରେ, ବ୍ରିଟିଶମାନଙ୍କ ଭାରତୀୟଙ୍କ ପ୍ରତି ଭେଦଭାବ ଏବଂ ଅତ୍ୟଧିକ ଅତ୍ୟାଚାର ତାଙ୍କୁ ଏକ ଶକ୍ତିଶାଳୀ ସତ୍ୟଗ୍ରହୀ କରିବା ଦିଗରେ ପ୍ରେରିତ କରିଥିଲା। ୧୮୯୯ ମସିହାରେ ସେ ଭାରତ ଆସିଥିଲେ ଏବଂ ଏଠାରୁ ୮୦୦ ଭାରତୀୟଙ୍କୁ ଦକ୍ଷିଣ ଆଫ୍ରିକାକୁ ନେଇଥିଲେ ଯେଉଁଠାରେ ତାଙ୍କୁ ଏକ କ୍ରୋଧିତ ଜନତାଙ୍କ ଶୀକାର ହେବାକୁ ପଡିଥିଲା। କିନ୍ତୁ ଧୀରେ ଧୀରେ ସେ ଭାରତୀୟଙ୍କ ସହ ଆଫ୍ରିକୀୟମାନଙ୍କ ସମର୍ଥନ ପାଇଲେ। ତାଙ୍କର ପ୍ରଥମ ସତ୍ୟଗ୍ରହ ୧୯୦୬ରେ ଆରମ୍ଭ ହୋଇଥିଲା ଯାହା ପରେ ସେ ପଛକୁ ଚାହିଁ ନ ଥିଲେ।