Advertisment

କିଏ ହେବେ ରାଜ୍ୟ ପୋଲିସର ପରବର୍ତ୍ତୀ ମୁଖିଆ, ମହିଳା କାର୍ଡ ପାଇଁ ରେସରେ ଆଗରେ ବି. ରାଧିକା

ପାଖାପାଖି ୬ ମାସ ପରେ ନିର୍ବାଚନ । ତା ପୂର୍ବରୁ ଆସନ୍ତା ଡିସେମ୍ବରରେ ପୂରି ଯାଉଛି ଏବେକାର ପୋଲିସ୍ ଡିଜି ତଥା ୧୯୮୭ ବ୍ୟାଚର ଆଇପିଏସ୍ ଅଫିସର ସୁନିଲ ବଂଶଲଙ୍କ କାର୍ଯ୍ୟକାଳ । ନୂଆ ବର୍ଷରେ ନୂଆ ଡିଜିପି ଦେଖିବ ରାଜ୍ୟ । ତେବେ କାହା ଉପରେ ଭରସା କରିବେ ସରକାର ?

undefined

Next DGP

Advertisment

କିଏ ହେବେ ରାଜ୍ୟ ପୋଲିସର ପରବର୍ତ୍ତୀ ମୁଖିଆ ? ବର୍ତ୍ତମାନର ଡିଜିପି ସୁନିଲ ବଂଶଲଙ୍କ କାର୍ଯ୍ୟକାଳ ଆସନ୍ତା ଡିସେମ୍ବରରେ ପୁରୁଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସେହି ସ୍ଥାନ ପାଇଁ ଉପଯୁକ୍ତ ଆଇପିଏସ୍ ଅଧିକାରୀ ବାଛିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ହେବ। ତେବେ ଏବେ ସବୁ ଉଚ୍ଚ ପଦବୀରେ ମହିଳାଙ୍କୁ ଗୁରୁତ୍ୱ ଦୃଷ୍ଟିରୁ ରେସ୍‌ରେ ୧୯୮୯ ବ୍ୟାଚର ଲେଡି ଆଇପିଏସ୍ ବି. ରାଧିକା ଆଗରେ ଥିବା କୁହାଯାଉଛି । ବରିଷ୍ଠତା ଭିତ୍ତିରେ ଏକ ପ୍ୟାନେଲର ଲିଷ୍ଟ ୟୁପିଏସି ପାଖକୁ ରାଜ୍ୟ ସରକାର ପଠାଇବେ। ତା ପରେ ଚୂଡ଼ାନ୍ତ ହେବ ନୂଆ ଡିଜିପିଙ୍କ ନାଁ ।

Advertisment

ପାଖାପାଖି ୬ ମାସ ପରେ ନିର୍ବାଚନ । ତା ପୂର୍ବରୁ ଆସନ୍ତା ଡିସେମ୍ବରରେ ପୂରି ଯାଉଛି ଏବେକାର ପୋଲିସ୍ ଡିଜି ତଥା ୧୯୮୭ ବ୍ୟାଚର ଆଇପିଏସ୍ ଅଫିସର ସୁନିଲ ବଂଶଲଙ୍କ କାର୍ଯ୍ୟକାଳ । ନୂଆ ବର୍ଷରେ ନୂଆ ଡିଜିପି ଦେଖିବ ରାଜ୍ୟ । ତେବେ କାହା ଉପରେ ଭରସା କରିବେ ସରକାର ? ୧୯୮୮ ବ୍ୟାଚର୍ ଆଇପିଏସ୍ ଅଫିସର୍ ମନୋଜ ଛାବ୍ରା ଚଳିତ ମାସରେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ନାଁ ବିଚାରକୁ ନିଆଯିବ ନାହିଁ ବୋଲି କୁହଯାଉଛି। ସମାନ ୧୯୮୮ ବ୍ୟାଚର୍ ଅରୁଣ ରାୟ ଏବେ OSD ହୋମ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଯଦିଓ ସେ ଦାବିଦାର ହୋଇପାରନ୍ତି, କିନ୍ତୁ ତାଙ୍କ ଉପରେ ସରକାର ସେତେଟା ସନ୍ତୁଷ୍ଟ ନଥିବା ଚର୍ଚ୍ଚା ହେଉଛି ।

Advertisment

ଅନ୍ୟପଟେ ୮୯ ବ୍ୟାଚ୍‌ର ଆଇପିଏସ୍ ଅଫିସର ପ୍ରଣବିନ୍ଦୁ ଆଚାର୍ଯ୍ୟ ମେ’ ୨୦୨୪ରେ ଅବସର ନେବାକୁ ଯାଉଥିବାରୁ ତାଙ୍କୁ ବି ଡିଜି କରାଯିବା ଆଶା କମ୍ । ତେବେ ସେଇ ୮୯ ବ୍ୟାଚର ଆଇପିଏସ୍ ତଥା HRPC ଡିଜି A.M. ପ୍ରସାଦ, କେନ୍ଦ୍ରୀୟ ଡେପୁଟେସନରେ ଥିବା ବି.ରାଧିକା ଓ ଏସ୍ .ଏସ୍ ନରୱଣେ ରେସ୍‌ରେ ଅଛନ୍ତି । ଗୃହ ବିଭାଗ ଓଏସ୍‌ଡି ଭାବେ ଦାୟିତ୍ୱ ତୁଲାଉଥିବା ନରବଣେଙ୍କ ଉପରେ ବି ରାଜ୍ୟ ସରକାର ସେତେଟା ଖୁସି ନଥିବା ଶୁଣିବାକୁ ମିଳୁଛି । ତେବେ ରାଜ୍ୟ ସରକାର ଯଦି ମହିଳା କାର୍ଡ ଖେଳନ୍ତି ତେବେ ୮୯ ବ୍ୟାଚ୍‌ର ଆଇପିଏସ୍ ଅଫିସର୍ ତଥା SSBର ଅତିରିକ୍ତ ଡିଜି ବି. ରାଧିକା ଫାଷ୍ଟ ଚଏସ୍ ହୋଇପାରନ୍ତି। ଏମାନଙ୍କ ବାଦ୍ ୧୯୯୦ ବ୍ୟାଚର ଆଇପିଏସ୍ ତଥା ସ୍ପେଶାଲ ଡିଜି ଇଷ୍ଟର୍ଣ୍ଣ କମାଣ୍ଡ ବିଏସ୍ଏଫ୍ ଥିବା ୱାଇ.ବି ଖୁରାନିଆ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ, ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁ ବି ଚର୍ଚ୍ଚା ହେଉଛି ।

ତେବେ ପୋଲିସ୍ ଡିଜି ଚୟନ ପାଇଁ କଣ ହେବ ମାପକାଠି ? କୁହାଯାଉଛି ସରକାରଙ୍କ ପ୍ରତି ଆନୁଗତ୍ୟ ରଖୁଥିବା ଅଧିକାରୀ ତଥା ସରକାରଙ୍କ ଭରସାଯୋଗ୍ୟ ଅଫିସରଙ୍କୁ ପ୍ରାଧାନ୍ୟ ଦିଆଯିବ। ଏହାସହ ନିର୍ବିବାଦୀୟ ଚେହେରା ଆଉ ଟ୍ରାକ୍ ରେକର୍ଡ ଭଲ ଥିବା ଅଧିକାରୀ, ଜିଲ୍ଲା ପୋଲିସ ସହ ଉତ୍ତମ ସମନ୍ୱୟ ରଖିପାରୁଥିବା IPSଙ୍କୁ ଏହି ପଦବି ମିଳିପାରେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଭରସାଯୋଗ୍ୟ ଅଫିସର୍ ବାଜି ମାରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Advertisment
Odisha News Odisha Police Odisha DGP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ