Flood
କି ବିଷମ ସମସ୍ୟା ? ପୁଣି ସାମ୍ନାକୁ ଆସିଲା ସରକାରଙ୍କ ଅପାରଗ ପଣିଆ । ବେକେ ପାଣିରେ ମୃତଦେହାକୁ କାନ୍ଧେଇ କାନ୍ଦେଇ ନେଉଛନ୍ତି ଲୋକ । ପୋଲ ନ ଥିବାରୁ ବେକେ ପାଣିରେ ବୁଡ଼ି, ନାଳ ପାର୍ ହୋଇ ମୃତଦେହକୁ ମଶାଣିକୁ ନେଲେ ଗାଁ ଲୋକେ । ଏଭଳି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବେହେରାଗୁଡ଼ା ଗାଁରେ ।
ନାଳ ପାର ହୋଇ ମଶାଣିକୁ ଯିବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ନୂଆ ନୁହେଁ । ଏଭଳି ବିକଳ ପରିସ୍ଥିତିକୁ ବାରମ୍ବାର ସାମ୍ନା କରି ଲୋକଙ୍କର ବି ଦେହସୁହା ହୋଇଗଲାଣି । ସୂଚନାଯୋଗ୍ୟ, ବିଷମ କଟକରେ ଜଣେ ୩୮ ବର୍ଷୀୟ ମହିଳା ଡମେନ ରଣାଙ୍କ ଆଜି ମୃତ୍ୟୁ ହୋଇଥିଲା । ହେଲେ ମୃତଦେହକୁ ମଶାଣି ନେବାରେ ହୋଇଥିଲା ସମସ୍ୟା । କାରଣ ଲଗାଣ ବର୍ଷାରେ ନଈ ନାଳ ପୁରି ଥିବା ବେଳେ ଆଉ କୌଣସି ରାସ୍ତା ନ ଥିଲା । ଶେଷରେ ବେକେ ପାଣିରେ ନାଳ ପାର୍ ହୋଇ ମଶାଣିକୁ ଯାଇଥିଲେ ପରିବାର ଲୋକେ । ଏହା ଆଗରୁ ଗତ ୯ ତାରିଖରେ ମଧ୍ୟ ଏପରି ଏକ ଘଟଣା ଘଟିଥିଲା । ସନ୍ତ ରଣାଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହ ମଶାଣିକୁ ନେବା ପାଇଁ ଏମିତି ପାଣି ଭର୍ତ୍ତି ନାଳ ପାର୍ ହେବାକୁ ପଡ଼ିଥିଲା । ତେବେ ୧୮ରୁ ପୁଣି ବର୍ଷା ପରିମାଣ ବଢିବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ଅଗଷ୍ଟ ୧୯ରେ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହା ପ୍ରଭାବରେ ୧୮ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ବଢିବ । ସେପଟେ ଅବପାତର ପ୍ରଭାବ କମିଛି ଏବଂ ଆଜିଠାରୁ ବର୍ଷାର ପରିମାଣ କମିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Flood_1660569944.jpg)