/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653374083.jpg)
Sambalpuri outfits
ଅଧିକାରୀ ପିନ୍ଧିଲେ ସମ୍ବଲପୁରୀ ବସ୍ତ୍ର। ଏଣିକି ପ୍ରତ୍ୟେକ ସୋମବାରରେ ଜିଲ୍ଲାପାଳଙ୍କ ଅଫିସର ସବୁ କର୍ମଚାରୀ ସମେତ ଅଭିଯୋଗ ଶୁଣାଣୀକୁ ଆସୁଥିବା ଜିଲ୍ଲାସ୍ତରୀୟ ଅଧିକାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବେ। ସମ୍ବଲପୁରୀ ବସ୍ତ୍ରକୁ ଆହୁରି ଲୋକାଭିମୁଖି କରିବା ସହ ଏହାର ବଜାର ବୃଦ୍ଧି ନିମନ୍ତେ ଏପରି ପ୍ରୟାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ। ଯାହାର ଝଲକ ଦେଖିବାକୁ ମିଳିଛି ଉଲୁଣ୍ଡା ବ୍ଲକରେ ହୋଇଥିବା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ।
ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ସମେତ ଯୋଗ ଦେଇଥିବା ସବୁ ଜିଲ୍ଲାସ୍ତରୀୟ ଅଧିକାରୀ ପରିଧାନ କରିଛନ୍ତି ସମ୍ବଲପୁରୀ ବସ୍ତ୍ର। କେବଳ ଅଧିକାରୀ ନୁହଁନ୍ତି ନିର୍ବାଚିତ ଜନ ପ୍ରତିନିଧି ତଥା ବ୍ଲକ ଅଧ୍ୟକ୍ଷା ମଧ୍ୟ ପରିଧାନ କରିଛନ୍ତି ସମ୍ବଲପୁରୀ ବସ୍ତ୍ର। ବାନ୍ଧବସ୍ତ୍ରକୁ ଅଧିକ ଲୋକାଭିମୁଖି କରିବା ସହ ବୁଣାକାରଙ୍କ ରୋଜଗାର ବଢାଇବା ପାଇଁ ଜିଲ୍ଲା ପ୍ରଶାସନର ଏହି ପ୍ରୟାସ।
ବସ୍ତ୍ର ଓ ବୟନ କ୍ଷେତ୍ରରେ ବେଶ ନାଁ କରିଛି ସୁବର୍ଣ୍ଣପୁର ଜିଲ୍ଲା। ୧୮ ହଜାରରୁ ଅଧିକ ବୁଣାକାର ଓ ବାନ୍ଧକାର ୭ ହଜାର ମଂଗାରେ କରୁଛନ୍ତି ସମ୍ବଲପୁରୀ ବସ୍ତ୍ର ତିଆରି। ସୁନ୍ଦର, ସୁକ୍ଷ୍ମ, ସ୍ଥାୟୀତ୍ୱ ଏବଂ ଦେହ ପାଇଁ ଭଲ ସମ୍ବଲପୁରୀ ବସ୍ତ୍ର ସମସ୍ତଙ୍କର ପସନ୍ଦ। ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତି ପରେ ଖୁସି ବ୍ୟକ୍ତ କରିଛନ୍ତି ବୁଣାକାର ତଥା ବୟନ ଶିଳ୍ପ ଉପ ନିର୍ଦ୍ଦେଶକ।
ସୁବର୍ଣ୍ଣପୁରରୁ ରବିନ୍ଦ୍ର ହୋତାଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)