ପାଣିର ବଡ଼ ପାଇପରେ ନିର୍ମିତ ହେବ 'ମଡର୍ଣ୍ଣ ମାଇକ୍ରୋ ହାଉସ୍‌ '

ପାଣିର ବଡ଼ ପାଇପରେ ନିର୍ମିତ ହେବ 'ମଡର୍ଣ୍ଣ ମାଇକ୍ରୋ ହାଉସ୍‌ '। ‌ଆଉ ଏହି ଘରେ ରହିବେ ଲୋକମାନେ । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା । କିନ୍ତୁ ଏହା ସତ ଯେ, ଆଗାମୀ ଭବିଷ୍ୟତରେ ପାଣି ପାଇପ ଭିତରେ ଗୃହ ନିର୍ମାଣ ହେବ । ଆଉ ଏଭଳି ଚମତ୍କାର ହେବ ହଂଗକଂଗରେ । ଏହାର ଡେମୋ ପାଇଁ ମଧ୍ୟ ଘର ନିର୍ମାଣ ହୋଇସାରିଛି । ଯାହା ବେଶ୍‌ ୟୁନିକ ଓ ଆକର୍ଷଣୀୟ ଲାଗୁଛି । ଆଉ ଏଭଳି ଘର ନିର୍ମାଣ ପଛରେ ମଧ୍ୟ ରହିଛି ଏକ ବଡ କାରଣ ।

water pipe house hong kong

News Summary

ମଡର୍ଣ୍ଣ ହାଉସ୍‌ ନିର୍ମିତ ହେବ ବଡ ପାଣି ପାଇପରେ

ହଙ୍ଗକଙ୍ଗରେ ନିର୍ମିତ ହେବ ନି‌ଆରା ମଡର୍ଣ୍ଣ ମାଇକେ୍ରା ହାଉସ୍‌ । ଆଉ ‌ଆପଣ ଜାଣିଲେ ‌ଆଶ୍ଚର୍ଯ୍ୟ ହେବେ ଏହି ମଡର୍ଣ୍ଣ ହାଉସ୍‌ ନିର୍ମିତ ହେବ ବଡ ପାଣି ପାଇପରେ । ହଙ୍ଗକଙ୍ଗ ଏସି‌ଆର ସବୁଠାରୁ ବଡ କସମୋପଲିଟାନ୍‌ ସହର । ଏହା ଅନ୍ତରାଷ୍ଟ୍ରୀୟ ବିତ୍ତୀୟ କାରବାରର ଏକ ବଡ କେନ୍ଦ୍ର ମଧ୍ୟ । ଚୀନର ଅଂଶ ହେବା ସତେ୍ତ୍ୱ ହଙ୍ଗକଙ୍ଗରେ ଭିନ୍ନ ନିୟମ କାନୁନ ଚାଲିଥାଏ । ଦୁନି‌ଆ ସାରା ଲୋକମାନେ ଏଠାରୁ ବ୍ୟବସାୟ କରିଥାଆନ୍ତି । ଏହି ଦେଶ ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ଏକ ଆକର୍ଷଣୀୟ କେନ୍ଦ୍ର ।

ହଙ୍ଗକଙ୍ଗ ସହର ସମୁଦ୍ର କୂଳରେ ବସିଥିବା କାରଣରୁ ଏହାର ସୁନ୍ଦରତା ଦ୍ୱିଗୁଣିତ ହୋଇଯାଏ । ଦୁନିଆ ସାରା ଲୋକମାନେ ଏଠାକୁ ଛୁଟି ବିତାଇବା ପାଇଁ ଆସନ୍ତି । ଏଥିରେ କୌଣସି ଦ୍ୱନ୍ଦ ନାହିଁ ଯେ ଏହି ଦେଶର ଜିଡିପିର ଏକ ବଡ ଭାଗ ଟୁରିଜିମ୍‌ ଉପରେ ନିର୍ଭର କରିଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ଯେଉଁ ଦେଶକୁ ଲୋକମାନେ ଆସି ରୁହନ୍ତି, ଛୁଟି ବିତାନ୍ତି । ସେଠାରେ ସ୍ଥାନୀୟ ଲୋକମାନଙ୍କ ରହିବା ପାଇଁ ହି ସ୍ଥାନ ନାହିଁ । ହଙ୍ଗକଙ୍ଗରେ ଜନସଂଖ୍ୟା ଅଧିକ ଓ ସ୍ଥାନ କମ୍‌ । ଫଳରେ ଏଠାରେ ଯାଗାର ଦାମ ଆକାଶ ଛୁଆଁ। ତେଣୁ ଲୋକମାନେ ଏଠାରେ ରହିବାକୁ ବେଶ୍‌ ହଇରାଣ ହୋଇଥାଆନ୍ତି । ଲୋକମାନେ ଏଠାରେ ପଂଜୁରୀ ଭଳି ଘରେ ରହିବାକୁ ବାଧ୍ୟ ହେଉଛନ୍ତି ।

water pipe house hong kong

ଅନେକ ଅପାର୍ଟମେଣ୍ଟ ଓ କମର୍ସିଆଲ୍‌ ବିଲଡିଂରେ ଜୁଗାଡ ଘର ଉପଲବ୍ଧ କରାଯାଇଥାଏ । କିନ୍ତୁ ଘର ନାଁରେ ଏହା ଜେଲ୍‌ ଭଳି ମନେ ହୁଏ । କିନ୍ତୁ ବାଧ୍ୟତାମୂଳକ ଭାବେ ଲୋକମାନେ ଏଭଳି ଅବସ୍ଥାରେ ରହୁଛନ୍ତି । ୫୦ରୁ ୧୦୦ ବର୍ଗ ମିଟରର ଫ୍ଲାଟକୁ ୪୧୮ରୁ ୮୩୭ ଆମେରିକୀୟ ଡଲାର ଦେବାକୁ ପଡିଥାଏ । ଯାହା ଏକ ଚିନ୍ତାର କାରଣ ପାଲଟିଛି । ଏଭଳି ସମସ୍ୟାର ସମାଧାନ ପାଇଁ ହଙ୍ଗକଙ୍ଗର କିଛି ଆର୍କିଟେକ୍ଟମାନେ ଉପାୟ ବାହାର କରିବାରେ ଲାଗିପଡିଛନ୍ତି । ସେମାନେ ନ୍ୟାନୋ ହୋମ ପେ୍ରାଜେକ୍ଟ ଉପରେ କାମ କରିବା କଥା ଚିନ୍ତା କରୁଛନ୍ତି ।

ଏହା ୧୨୧ ବର୍ଗ ଫୁଟର ହୋଇଥିବ ଯାହା ଗାଡିର ପାର୍କିଂ ସ୍ପେସ୍ ଠାରୁ ମଧ୍ୟ ଛୋଟ ଥିବ । କିନ୍ତୁ ତାହା ରହିବା ଯୋଗ୍ୟ ହୋଇଥିବ । ଏହା ସହ କଂକ୍ରିଟରେ ନିର୍ମିତ ବଡ ପାଣି ପାଇପକୁ ଘରର ରୂପ ଦେବାକୁ ପ୍ଲାନ କରିଛନ୍ତି ‌ଆର୍କିଟେକ୍ଟମାନେ । ଏହି ପାଇପ୍‌ ଗୁଡିକୁ ଗୋଟେ ଉପରେ ଗୋଟେ ରଖି ଦୁଇ ବ୍ଲକ୍‌ ବିଲ୍ଡିଂର ରୂପ ଦି‌ଆଯିବ । ତା ପରେ ଏହାକୁ ସହରରେ ବେକାର ପଡିଥିବା ଜମି ଗୁଡିକରେ ସ୍ଥାପିତ କରାଯିବାର ଯୋଜନା ରହିଛି । ଏହି ପାଇପ୍‌ ବେଶ୍‌ ଶସ୍ତାରେ ମିଳିଯାଇପାରିବ । ଆଉ ପରେ ଏଥିରେ ଅଳ୍ପ ଟଙ୍କା ଖର୍ଚ୍ଚ କରି ଏହାକୁ ରହିବା ଯୋଗ୍ୟ ବନାଯାଉଛି । ଏଥିରେ ବିଭିନ୍ନ ଫୋଲେ୍ଡବୁଲ୍‌ ତଥା ମଲ୍ଚି ପପୋର୍ଜ୍‌ ଫର୍ଣ୍ଣିଚର ରହିବା ସହ କିଚେନ, ଟଏଲେଟ୍‌ ଇତ୍ୟାଦି ରହିବ ।

water pipe house hong kong

ପାଇପରେ ନିର୍ମିତ ଏହି ଘରକୁ ସମ୍ପୂର୍ଣ୍ଣ ଭାବେ ମଡର୍ଣ୍ଣ ଲୁକ୍ ଦିଆଯିବ । ବିଶେଷଜ୍ଞଙ୍କ ଅନୁଯାୟୀ ହଙ୍ଗକଙ୍ଗରେ ସ୍ଥାନ ସମସ୍ୟାର କୌଣସି ସ୍ଥାୟୀ ସମାଧାନ ନାହିଁ । କିନ୍ତୁ ପଂଜୁରୀ ଭଳି ଘର ଠାରୁ ଏହା ଭଲ ବିକଳ୍ପ । ସେଠାରେ ଅନେକ ସ୍ଥାନଗୁଡିକୁ ବେକାର ଛାଡି ଦିଆଯାଉଛି । ଯଦି ଯୋଜନା ମୁତାବକ କାମ କରାଯାଏ ତେବେ ଅନେକ ଲୋକମାନଙ୍କ ରହିବାର ସମସ୍ୟା ଦୂର ହୋଇପାରିବ ।