/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658400270.jpg)
watch viral video of girls passing the difficult trail see real temple run game
ଟେମ୍ପଲ ରନ୍ ଗେମ୍ ତ ସମସ୍ତେ ଜାଣିଥିବେ । ଯେଉଁଥିରେ ଜଣେ ମଣିଷ ଏକ ମନ୍ଦିରରେ ପହଞ୍ଚିବା ପାଇଁ ଖାଲଢ଼ିପ ତଥା ଅଙ୍କା ବଙ୍କା ରାସ୍ତା ଅତିକ୍ରମ କରିବାକୁ ପଡିଥାଏ । ଅନେକ ଲୋକେ ଏହି ଗେମ୍ ଖେଳିବାକୁ ଭଲପାଇଥାନ୍ତି । ହେଲେ ଏବେ ଆମେ ଆପଣଙ୍କୁ ଏପରି ଏକ ରିୟଲ ଲାଇଫ୍ ଟେମ୍ପଲ ରନ୍ ରାସ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଏକଦମ୍ ଟେମ୍ପଲ୍ ରନ୍ ସଦୃଶ...
ନିକଟରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇଣ୍ଟାଗ୍ରାମରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଏକ ରାସ୍ତା ଦେଖିବାକୁ ମିଳିଛି । ରାସ୍ତାରେ ଅନେକ ବଡ଼ ବଡ଼ ଖାଲ ଢ଼ିପ ଥିବା ସହ ରାସ୍ତାର କିଛି କିଛି ସ୍ଥାନ ଭାଙ୍ଗି ଯାଇଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହାସହ ଏହି ରାସ୍ତା ଦେଇ କିଛି ଯୁବତୀ ଗାଡ଼ିରେ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଏହି ଭିଡିଓ ଇନଷ୍ଟାଗ୍ରାମରେ rvcjinsta ନାମକ ଏକ ପେଜରେ ସେୟାର କରାଯାଇଛି । କ୍ୟାପସନ୍ ରେ ଦିଲ୍ ଦେହଲ୍ ଗୟା (Dil Dehel Gaya 😐) ବୋଲି ଲେଖାଯାଇଛି ।
କାଠ ଖଣ୍ଡ ମାନଙ୍କରେ ଏହି ରାସ୍ତା ତିଆରି କରାଯାଇଛି । ଯାହା ଉପରେ ଲୋକେ ଯାଆସ କରୁଛନ୍ତି । ରାସ୍ତାର ଗୋଟିଏ ପାର୍ଶ୍ୱରେ କାଠ ଥିବାବେଳେ ଅନ୍ୟ ପଟେ ଡ୍ରେନ୍ ପାଣି ଭରି ରହିଥିବାର ଦେଖିବାକୁ ମିଳିଛି । ତେବେ ଯଦି ଗାଡ଼ି ଚଳାଇଲାବେଳେ ଏହି ଦୁଇଟି ମଧ୍ୟରେ ସନ୍ତୁଳନ ଟିକେ ବିଗିଡ଼ିଯାଏ ତାହାଲେ ଚାଳକ ଜଣକ ସିଧା ଡ୍ରେନ୍ରେ ପଡ଼ିବାର ସମ୍ଭାବନା ରହିଛି ।
ଦେଖନ୍ତୁ ଏହି ଭିଡ଼ିଓ :-
ଏହି ରାସ୍ତା ଦେଇ ଯାଆନ୍ତି 'ଖତରୋଁ କେ ଖିଲାଡ଼ି' !
ପ୍ରାୟତଃ ବର୍ଷା ଋତୁରେ ଏଠାରେ ଖାଲଢ଼ିପ ହୋଇଯାଇଥାଏ । ତେଣୁ ଏହି ରାସ୍ତା ଦେଇ ଯିବା କୌଣସି ବିପଦପୂର୍ଣ୍ଣ କାମରୁ କମ୍ ନୁହେଁ । ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଏହି ବିପଦପୂର୍ଣ୍ଣ ରାସ୍ତା ଦେଇ ଯାଆନ୍ତି, ସେମାନଙ୍କୁ 'ଖତରୋଁ କେ ଖିଲାଡ଼ି' ବୋଲି କୁହାଯାଇଥାଏ ।
ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓଟି ଧିରେ ଧିରେ ଖୁବ୍ ଭାଇରାଲ ହେବାରେ ଲାଗିଛି । କେହି କେହି ଏହାକୁ 'ଟେମ୍ପଲ୍ ରନ୍' କହୁଥିବାବେଳେ କେହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ 'ଖତରୋଁ କେ ଖିଲାଡ଼ି' ବୋଲି କହୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)