Advertisment

ମୋତେ ଜୋର୍ କରି ନଚା ଯାଇଥିଲା: କମଳା ପୂଜାରୀ

କଟକ SCB ମେଡିକାଲ୍‌ରୁ ଡିସଚାର୍ଜ ବେଳେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସହ ଜଣେ ସମାଜସେବୀ ମମତା ବେହେରା ନାଚୁଥିବା ଭିଡିଓ ଭାଇରାଲ୍ ହୋଇଥିଲା।

ଅଦ୍ୟତନ ହୋଇଛି
Padma Shri Kamala Pujari

Padma Shri Kamala Pujari

Advertisment

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଏସସିବି ଆଇସିୟୁ ଭିତରେ ଜୋର କରି ନଚା ଯାଇଥଥିଲା ଜନୈକା ସମାଜସେବୀ ତାଙ୍କୁ ଜୋର ଜବରଦସ୍ତ ନଚାଇଥିବା ଅଭିଯୋଗ କରିଛନ୍ତି ନିଜେ କମଳା ପୂଜାରୀ। କହିଛନ୍ତି- ସେ ଅସୁସ୍ଥ ଥିବା ଜାଣିବା ପରେ ବି ତାଙ୍କୁ ନଚାଇଥିଲେ ଏବଂ ନାଚିବା ପରେ ହାଲିଆ ହୋଇ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ସେହି ମହିଳାଙ୍କୁ ସେ ଚିହ୍ନି ନଥିବା କମଳା କହିଛନ୍ତି।

Advertisment

ସେ ମେଡିକାଲ୍‌କୁ ସୁସ୍ଥ ହୋଇ ବାହାରକୁ ଆସୁଥିବା ବେଳେ ତାଙ୍କୁ ଧରି ଢେମ୍‌ସା ନାଚିବା ସହ ଭିଡିଓ କରିଥିଲେ ସଂପୃକ୍ତ ମହିଳା। ଏନେଇ ସେ ବାରଣ କରିବା ପରେ ବି ସେ ଶୁଣିନଥିବା କମଳା କହିଛନ୍ତି।

କଟକ SCB ମେଡିକାଲ୍‌ରୁ ଡିସଚାର୍ଜ ବେଳେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସହ ଜଣେ ସମାଜସେବୀ ମମତା ବେହେରା ନାଚୁଥିବା ଭିଡିଓ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରୁ ତ୍ରୀବ ବିରୋଧ ହୋଇଥିଲା।

Advertisment

ଗତକାଲି କୋରାପୁଟର ପରଜା ସମାଜ ଏ ଘଟଣାକୁ ବିରୋଧ କରିଥିବା ବେଳେ ଆଜି ଭୂମିଆ ସମାଜ ମଧ୍ୟ ବିରୋଧ କରିଛନ୍ତି। ସେପଟେ କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ସେ ଏହି ଭିଡିଓ କରିନଥିଲେ ଏବଂ ତାଙ୍କ ସେ ୫ ଦିନ ଧରି ପାଖେ ପାଖେ ରହିଥିଲେ ବୋଲି ସମାଜସେବୀ ମମତା ବେହେରା ପ୍ରତିକ୍ରିୟା ରଖିଛନ୍ତି।

Padmashree Kamala Pujari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ