ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ...ପାଣିରେ ଛିଡ଼ା ହୋଇ ମଧ୍ୟ ପାଦରେ ଲାଗୁନି ପାଣି !

ପାଣିରେ ଚାଲିବା ସତ୍ତ୍ୱେ ପାଦରେ ଲାଗୁନି ପାଣି । ଶୁଣିଲେ ଅବିଶ୍ୱସନୀୟ ଲାଗୁଥିବା ସତ୍ତ୍ୱେ ଆପଣ କେବଳ ଦେଖିଲେ ହିଁ ବିଶ୍ୱାସ କରିପାରିବେ ।

Science

ପାଣି କହିଲେ ଓଦାକୁ ହିଁ ବୁଝାଏ । ପାଣି ଲାଗିଲା ମାନେ ସେ ଜିନିଷ ହେଉ କି ଜନ୍ତୁ.. ସବୁକିଛି ଓଦା ହୋଇଯାଏ । କିନ୍ତୁ ଆପଣଙ୍କୁ ଯଦି କୁହାଯାଏ, ପାଣି ଲାଗିବା ସତ୍ତ୍ୱେ ଓଦା ହେବନି । ଆଶ୍ଚର୍ଯ୍ୟ ଲାଗିବ ନାଁ ନାହିଁ । ଏମିତି ଏକ ଘଟଣା ବର୍ତ୍ତମାନ ରାଜଧାନୀରେ ଘଟୁଛି । ପାଣିରେ ଚାଲିବା ସତ୍ତ୍ୱେ ପାଦରେ ଲାଗୁନି ପାଣି ।

ଶୁଣିଲେ ଅବିଶ୍ୱସନୀୟ ଲାଗୁଥିବା ସତ୍ତ୍ୱେ ଆପଣ କେବଳ ଦେଖିଲେ ହିଁ ବିଶ୍ୱାସ କରିପାରିବେ । ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ଏମିତି ଏକ ପ୍ରଦର୍ଶନୀ ଦେଖିବାକୁ ମିଳିଛି । ଇନଟେରାକଟିଭ୍ ଫ୍ଲୋର୍ ଭାବେ ଏହାକୁ ନିର୍ମାଣ କରାଯାଇଛି ।

ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ଏପରି ନିଆରା ଅନୁଭୂତି ମିଳୁଛି । ଲୋକେ ମଜା ନେଉଛନ୍ତି ଇନଟେରାକଟିଭ୍ ଫ୍ଲୋର୍‌ର । ଇନଟେରାକଟିଭ୍ ଟେକନୋଲୋଜିରେ ଉକ୍ତ ଚଟାଣଟି ନିର୍ମାଣ କରାଯାଇଛି । ଏହା ଏପରି ଏକ ଟେକନୋଲୋଜି, ଯେଉଁଥିରେ ବସ୍ତୁ ପ୍ରଥମତଃ ଜୀବନ୍ତ ପରି ଦିଶେ । ଫଳରେ ଚଟାଣ ହୋଇଥିଲେ ମଧ୍ୟ ଏହା ସତ ସତିକା ପାଣି ପରି ଦେଖାଯାଉଛି ।

ଯେଉଁଠି ବି ଚାଲିଲେ ସେଠି ପାଣି ଚହଲୁଛି । ଫଳରେ ଏହା ସତ ପାଣିର ଭ୍ରମ ସୃଷ୍ଟି କରୁଛି । ପାଣି ମଧ୍ୟରେ ମାଛ ଖେଳୁଛି । ଫଳରେ ପାଣି ମଧ୍ୟ ଚହଲୁଛି । ଏହା ଏପରି ନିର୍ମାଣ କରାଯାଇଛି ଯେ, ଯେକୌଣସି ବ୍ୟକ୍ତି ମଧ୍ୟ ଭ୍ରମରେ ପଡ଼ିଯିବ । ଏପରି ନିଆରା ଅନୁଭୂତି ମିଳୁଛି ଜନତା ମଇଦାନରେ ଆରମ୍ଭ ହୋଇଥିବା ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ।