Advertisment

ଲଣ୍ଡ୍ରିରେ ପୋଷାକ ଦେଉଛନ୍ତି କି ? ହୁଅନ୍ତୁ ସାବଧାନ, ନଚେତ୍ ହୋଇପାରେ କିଛି ଏମିତି...

ପାଟିରେ ପାଣି ସ୍ପ୍ରେ କରି କରୁଥିଲେ ଆଇରନ୍‌, ଲୋକେ କହିଲେ କିଛି ଏମିତି...

author-image
Otv Khabar Bureau
ଅଦ୍ୟତନ ହୋଇଛି
Viral Video Shows Man Sprinkling Water From Mouth While Ironing Clothes

Viral Video Shows Man Sprinkling Water From Mouth While Ironing Clothes

ଲୋକେ ପୋଷାକ ଆଇରନ୍‌ କରିବା ପାଇଁ ସାଧାରଣତଃ ଲଣ୍ଡ୍ରିରେ ଦେଇଥାନ୍ତି । ହେଲେ କିଏ ବା ଜାଣେ ତାକୁ ଲଣ୍ଡ୍ରିରେ କିପରି ଭାବେ ଆଇରନ୍‌ କରାଯାଇଥାଏ । ଆଇରନ୍‌ ଦ୍ୱାରା ପୋଷାକ ଆହୁରି ଆକର୍ଷଣୀୟ ହେବାସହ ଜାକି ହୋଇଥିବା କପଡା ସୁନ୍ଦର ଦେଖାଯାଇଥାଏ । ଆଇରନ୍‌ କରିବା ମଝିରେ ପୋଷାକରେ ପାଣି ଛିଞ୍ଚା ଯାଇଥାଏ । ଫଳରେ ତାହା ସଠିକ୍‌ ଭାବରେ ଆଇରନ୍‌ ହୋଇଥାଏ । ହେଲେ ସୋସିଆଲ୍‌ ମିଡିଆରେ ଏବେ ଏମିତି ଏକ ଭିଡ଼ିଓ ଭାଇରାଲ୍‌ ହେଉଛି ଯାହା ଦେଖିଲେ ହୁଏତ ଆପଣଙ୍କୁ ବି ଘୃଣା ଲାଗିବ । କାରଣ ଭିଡିଓରେ ଏକ ହୀନ ମାନସିକତା ବ୍ୟକ୍ତି ନିଜ ପାଟିରେ ପାଣି ସ୍ପ୍ରେ କରି ଲୋକଙ୍କ ପୋଷାକ ଆଇରନ୍‌ କରୁଛନ୍ତି।

Advertisment

ଭିଡିଓଟି ଭାଇରାଲ୍‌ ହେବା ପରେ ୟୁଜର୍ସମାନେ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କ ଉପରେ ଅତ୍ୟନ୍ତ ରାଗିବାସହ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଏମିତିକି ଅନେକ ଲୋକେ ଏହା ବି କହିଛନ୍ତି ଯେ, ‘ବ୍ୟକ୍ତି ଜଣକ ବହୁତ ପୁରୁଣା ଦେଖାଯାଉଛନ୍ତି’ ଏବଂ ‘ଏହି ବୟସରେ ତାଙ୍କୁ ଏଭଳି କାର୍ଯ୍ୟ କରିବାକୁ କାହିଁକି ଲଜ୍ଜ୍ୟା ଲାଗୁନାହିଁ’ ।

ଏହି ଭିଡିଓଟି କେବେ ଏବଂ କେଉଁ ସ୍ଥାନର ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ହେଲେ ଭିଡିଓରେ ବୃଦ୍ଧ ଜଣକ ପୋଷାକ ଆଇରନ୍‌ କରିବା ସମୟରେ ଏକ ପାତ୍ରରୁ ପାଣି ପିଇଥିବାର ଦେଖାଯାଇଛି। ଏହା ପରେ ସେ ଧଳା ସାର୍ଟ ଉପରେ ନିଜ ପାଟିରୁ ପାଣି ସ୍ପ୍ରେ କରି ପକାଉଛନ୍ତି । ବ୍ୟକ୍ତି ଏହି କାର୍ଯ୍ୟକୁ ଅନେକ ଥର ପୁନରାବୃତ୍ତି କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ପାଖରେ ୱାଟର ସ୍ପ୍ରେ ରଖାଯାଇ ମଧ୍ୟ ସେ ନିଜ ପାଟିରୁ ପାଣି ସ୍ପ୍ରେ କରୁଛନ୍ତି । ବୃଦ୍ଧଙ୍କ ପାଖରେ ଏକ ପୁରୁଣାକାଳିଆ କୋଇଲା ଚାଳିତ ଆଇରନ୍‌ ରହିଥିବାର ମଧ୍ୟ ଦେଖିବାକୁ ମିଳିଛି ।

Advertisment

ଦେଖନ୍ତୁ ସେହି ଭାଇରାଲ୍ ଭିଡ଼ିଓ-

ଇଣ୍ଟାଗ୍ରାମ୍‌ରେ ଶେୟାର ହୋଇଥିବା ଏହି କ୍ଲିପ୍ ୧୬ ଲକ୍ଷରୁ ଅଧିକ ଲୋକେ ଦେଖିଥିବାବେଳେ ଏବଂ ପ୍ରାୟ ୧.୨୦ ଲକ୍ଷ ୟୁଜର୍ସ ଏହାକୁ ଲାଇକ୍‌ କରିଛନ୍ତି । ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, ବ୍ୟକ୍ତି ଜଣକ କରୋନା ସ୍ପ୍ରେ କରୁଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ପୋଷାକ ନଷ୍ଟ କରିବାର ସବୁଠାରୁ ଖରାପ ଉପାୟ।ବ୍ୟବହାରକାରୀମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଏହି କ୍ଲିପ୍ ପାକିସ୍ତାନର। । ଏହାସହ ଅନେକ ୟୁଜର୍ସ ନିଜ ସାଙ୍ଗମାନଙ୍କୁ ଟ୍ୟାଗ୍ କରି ସେମାନଙ୍କ ଲଣ୍ଡ୍ରିରେ ପୋଷାକ ଦେବାବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

Viral Video
Advertisment
Advertisment