ପୁଣି SCB ମେଡିକାଲରେ ଉତ୍ତେଜନା, ଡାକ୍ତରଙ୍କ ମାଡ଼ରେ ରୋଗୀ ସମ୍ପର୍କୀୟ ଆହତ

ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ରୁଜୁ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି ।

SCB medical

ପୁଣି SCB ମେଡିକାଲରେ ଉତ୍ତେଜନା । କଟକ SCBରେ ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତର ହାତାହାତି ହୋଇଥିବା ଅଭିଯୋଗ । ଡାକ୍ତରଙ୍କ ମାଡ଼ରେ ଜଣେ ରୋଗୀ ସମ୍ପର୍କୀୟ ଆହତ ହୋଇଥିବା ଜଣାପଡ଼ିଛି । ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ରୁଜୁ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି ।

ସୂଚନାଯୋଗ୍ୟ, ପୁରୀ ଅଞ୍ଚଳରୁ ଜଣେ ରୋଗୀ ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିଲେ । ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା । ଏଥିପାଇଁ ପରିବାର ଲୋକ ଚିକିତ୍ସା ଅବହେଳାକୁ ଦାୟୀ କରିଛନ୍ତି । ଫଳରେ ଉତ୍ତେଜନା ପ୍ରକାଶ ପାଇଛି ।