Advertisment

ଭୋଟ୍‌ ବେଳେ ସୀମା ଟପିଗଲା ରାଜନୈତିକ ହିଂସା

ପୁରୀ ଜିଲ୍ଲାର କଣାସ ବ୍ଲକ ବଡାଲ ପଞ୍ଚାୟତରେ ମତଦାନବେଳେ ବୁଥ୍ ଜବରଦଖଲ ଉଦ୍ୟମ ଅଭିଯୋଗ ହୋଇଛି, ଯାହାର ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିଲେ ଜବରଦଖଲକାରୀ।

ଅଦ୍ୟତନ ହୋଇଛି
Election Violence

Election Violence

Advertisment

ଭୁବନେଶ୍ୱର: ସୀମା ଟପିଗଲା ରାଜନୈତିକ ହିଂସା। ବିଧି ବ୍ୟବସ୍ଥାର ଉଡ଼ିଲା ଧଜ୍ଜିଆ। ନା ଆଇନ କାନୁନ୍‌କୁ ଭୟ ନା ପୋଲିସ୍ ସୁରକ୍ଷାକୁ ଖାତିର୍। ପ୍ରାଥମିକ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ ବେଳେ ସାମ୍ନାକୁ ଆସିଛି ସାଂଘାତିକ ହିଂସା। ବୁଥ୍ କ୍ୟାପଚରିଂ, ପିଟାପିଟି, ଭଙ୍ଗାରୁଜା। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଲଣ୍ଡା ପଞ୍ଚାୟତ ୪ ନମ୍ବର ବୁଥ୍ ଇଲାକା ରଣକ୍ଷେତ୍ର ପାଲଟିଛି। ବୁଥ ଭିିତରେ ପଶି ସଂଘବଦ୍ଧ ଆକ୍ରମଣ କରାଯାଇଛି। ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ, ଆଉ ସେହି ଗଣ୍ଡଗୋଳରୁ ହୋଇଛି ଏଭଳି ଲାଠିମାଡ଼ ସହ ଟେକାପଥର ମାଡ଼। ଯିଏ ଯାହାକୁ ପାରିଲା ଆକ୍ରମଣ କଲା।

Advertisment

ତିଛିଣି ଗାଁ ଲୋକେ ଭୋଟ ଦେବାକୁ ଯାଇଥିବାବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତାପୁଣି ପୋଲିସ ଉପସ୍ଥିତିରେ,  ଯେଉଁଥିରେ ୪୦ ଜଣ ଆହତ ହୋଇଥିବାବେଳେ ଗୁରୁତର ଆହତ ହୋଇଛନ୍ତି। ସେଥିରୁ କେତେକଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏପରିକି ୬ଟି ବୋମାମାଡ଼ ହୋଇଥିବା ସ୍ପଷ୍ଟ କରିଛି ପୋଲିସ। କେବଳ ଏତିକି ନୁହେଁ, ଅଲଣ୍ଡା ପଞ୍ଚାୟତର ୮ ନମ୍ବର ଏବଂ ବ୍ରହ୍ମଗିରି ଚାପମାଣିକ ପଞ୍ଚାୟତ କାଶିଝରିଆ ଗାଁର ୯ ନମ୍ବର ବୁଥରୁ ବାଲାଟ ବକ୍ସ ଉଠାଇନେଇଥିବା ସୂଚନା ମିଳିଛି।

ପୁରୀ ଜିଲ୍ଲାର କଣାସ ବ୍ଲକ ବଡାଲ ପଞ୍ଚାୟତରେ ମତଦାନବେଳେ ବୁଥ୍ ଜବରଦଖଲ ଉଦ୍ୟମ ଅଭିଯୋଗ ହୋଇଛି, ଯାହାର ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିଲେ ଜବରଦଖଲକାରୀ। ଆକ୍ରମଣରେ ଏକ ଘରୋଇ ନ୍ୟୁଜ୍ ଚାନେଲ୍ ରିପୋର୍ଟର ସୁମନ୍ତ ସୁନ୍ଦରାୟ ଓ କ୍ୟାମେରାପର୍ସନ ଚିତନ ସ୍ବାଇଁ, ଅନ୍ୟ ଏକ ଚ୍ୟାନେଲ୍‌ର ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନ ରବି ତ୍ରିପାଠୀ ଆହତ ହୋଇଛନ୍ତି।  ଏପରିକି କ୍ୟାମେରା ସହ ଅନ୍ୟ ସରଞ୍ଜାମ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ କଣାସ ଗଡ଼ିଶାଗଦା ଥାନା ଆଗରେ ଧାରଣା ଦେଇଥିଲେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି।

Advertisment

ଆଉ ଏ ହେଉଛି, ବୁଥ୍ କ୍ୟାପଚରିଂର LIVE ଚିତ୍ର। ଯାଜପୁର ବ୍ଲକ ରୁଦ୍ରପୁର ପଞ୍ଚାୟତର ୫ ନମ୍ବର ଓ୍ୱାର୍ଡର ବୁଥ ଜବରଦଖଲର ଦୃଶ୍ୟ। ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଜବରଦସ୍ତ ଭୋଟ ଦେଇଛନ୍ତି ନିଜେ ସରପଞ୍ଚ ପ୍ରାର୍ଥୀ ଓ ତାଙ୍କ ସମର୍ଥକ। ବାଲାଟ ପେପର୍ ଛଡ଼ାଇ ନେବା ସହ ତାଉପରେ ଭୋଟ୍ ଦେଇ ବାଲାଟ ବକ୍ସରେ ପକାଉଛନ୍ତି ଜଣଙ୍କ ପରେ ଜଣେ। ପାଖରେ ପୋଲିସ କର୍ମଚାରୀ ବି ଅଛନ୍ତି, କିନ୍ତୁ କିଛି କରୁନାହାଁନ୍ତି। ଯାହାକୁ ନେଇ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା  ବହୁଲୋକ ଆହତ ବି ହୋଇଛନ୍ତି। ପରେ ପୋଲିଂ ପାର୍ଟି ବାଲାଟ ବକ୍ସ ନେଇ ଫେରିଯାଇଥିବା ସୂଚନା ମିଳିଛି।

କେବଳ ଏତିକି ନୁହେଁ, ସମ୍ବଲପୁର ଜିଲ୍ଲା ଠେଲକୁଲି ଥାନା ଘିଚାମୁରା ପଞ୍ଚାୟତ ଦେଉରା ଗାଁରେ ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଘର ଉପରକୁ ଗୁଳିମାଡ଼ ହୋଇଥିବାବେଳେ କଟକ ଜିଲ୍ଲା ଶିଶୁଆ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦିଲ୍ଲୀପ ଦାଶଙ୍କ ଘର ଉପରେ ବୋମାମାଡ଼ ହୋଇଛି, ଯେଉଁଥିରେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି।

Advertisment
Odisha Police Violation Odisha Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ