• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦୁଝର(ପ୍ରଣୟ କୁମାର ପାଣି) : ଜଙ୍ଗଲ ମଝିରେ ହେଉଛି ଆଇରନ୍ କ୍ରସର୍ । ଅଧ କିଲୋ ମିଟର ଦୂରରେ ରହିଛି ବିଭିନ୍ନ ଗାଁ । କ୍ରସର ହେଲେ ଜଙ୍ଗଲ ନଷ୍ଟ ହେବ ଆଉ ନିକଟସ୍ଥ ଏକର ଏକର ଜମି ନଷ୍ଟ ହୋଇଯିବ । ଏହାସହ ନିକଟରେ ଥିବା ଚିରସ୍ରୋତା ନାଳ ମଧ୍ୟ ପ୍ରଦୂଷିତ ହେବ । ନିକଟସ୍ଥ ଗାଁ ଲୋକେ ଏହି ନାଳ ଉପରେ ନିର୍ଭର କରି ଚଳୁଛନ୍ତି । କ୍ରସର୍ ହେଲେ ଲୋକଙ୍କ ଜମି ନଷ୍ଟ ହେବା ଠାରୁ ଆରମ୍ଭ କରି ବ୍ୟବହାର କରୁଥିବା ପାଣି ପାଇଁ ଲୋକେ ହଇରାଣ ହେବେ ବୋଲି କହିଛନ୍ତି ଜଣେ ଗ୍ରାମବାସୀ ।

ବେଆଇନ ଆଇରନ କ୍ରସରକୁ ବିରୋଧ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ତରା ପଞ୍ଚାୟତ ବେଢ଼ାପାଳ ଗ୍ରାମରେ ଆଇରନ କ୍ରସରକୁ ନେଇ ଗ୍ରାମର ଜନ ସାଧାରଣ ପ୍ରବଳ ବିରୋଧ କରିଥିବା ଜଣାପଡ଼ିଛି । ଏନେଇ ଆଜି ଦ୍ୱିତୀୟ ଦିନ ରେ ଧାରଣାରେ ବସିଛନ୍ତି ଗ୍ରାମବାସୀ ।

କ୍ରସରଟି କେନ୍ଦୁଝର ଜିଲ୍ଲା ତରା ପଞ୍ଚାୟତର ବେଢାପାଳ , ସାନଜାମୁପଶି , ମଣଦା , ନାକଝରୀ ଓ ତରା ଆଦି ପାଞ୍ଚଟି ଗ୍ରାମର ପାଖାପାଖି ୧୫୦୦ ପରିବାରର ଲୋକେ ଆଇରନ କ୍ରସର ନିର୍ମାଣକୁ ବିରୋଧକୁ କରିଛନ୍ତି । ଗତକାଲି ଆଇରନ ନେଇ ଆସୁଥିବା ଗାଡ଼ିକୁ ଗ୍ରାମବାସୀ କ୍ରସର ଭିତରକୁ ଛାଡ଼ି ନଥିଲେ ଓ ଧାରଣା ଦେଇଥିଲେ । ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ଗ୍ରାମବାସୀ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଛନ୍ତି ।

କ୍ରସରଟି ପୂର୍ବରୁ ଘଟଙ୍ଗା ବ୍ଲକ ତରା ପଞ୍ଚାୟତର ବେଢ଼ାପାଳ ଗ୍ରାମରେ ଥିଲା I ଆଉ ସେହି ମାଲିକ ପିଏଚ ଏଣ୍ଟରପ୍ରାଇଜେସ ନାମକ ଆଉ ଏକ ସଂସ୍ଥାକୁ କ୍ରସର୍ ବିକ୍ରି କରିଦେଇଥବା ଜଣାପଡ଼ିଛି । ନୂତନ ଭାବେ ହୋଇଥିବା କ୍ରସରର ମାଲିକ ଉକ୍ତ ଷ୍ଟୋନ କ୍ରସରକୁ ଆଇରନ କ୍ରସର କରିବା ପାଇଁ ଯୋଜନା କରିଛନ୍ତି । ହେଲେ ଆଇରନ କ୍ରସର ପାଇଁ ଭିଭିଭୂମି ନଥାଇ ଏବଂ ଗ୍ରାମସଭା ନକରାଯାଇ କିପରି ଅନୁମତି ଦିଆଗଲା, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କ୍ରସର ମାଲିକ ଗ୍ରାମବାସୀଙ୍କ ସହିତ କୌଣସି ଆଲୋଚନା ନକରି ତାଙ୍କୁ ଧମକ ଦେଉଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ଏହି ବିଷୟ ନେଇ ଗ୍ରାମବାସୀ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର ଏବଂ ବନାଞ୍ଚଳ ଅଧିକାରୀ ଙ୍କୁ ଲିଖୁତ ଅଭିଯୋଗ କରିଥିଲେ ମଧ୍ୟ ସେଥୁରେ କିଛି ସୁଫଳ ଆସି ନଥିବା କଥା ଅଭିଯୋଗ କାରୀମାନେ ପ୍ରକାଶ କରିଛନ୍ତି । ହେଲେ ଏତେ ସବୁ ପରେ ବି ଘଟଣା ସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ନ ଆସିବା ଗ୍ରାମବାସୀଙ୍କୁ ଚକିତ କରିଛି । ଏ ବିଷୟରେ ବ୍ଳକର କୌଣସି ଅଧିକାରୀ କିଛି ବି କହିବାକୁ ନାରାଜ ।

OTV is now on Whatsapp

Join and get latest news update delivered to you via whatsapp

Join Now