Advertisment

ଭିଟା ମାଟି ଛାଡିଦେଲେ ଗ୍ରାମବାସୀ, ଦୁର୍ଦ୍ଦିନରେ ବିତୁଛି ଜୀବନ

କଥା ଦେଇ ଠକିଦେଲେ କି ସରକାର ? ୨ ବର୍ଷ ତଳେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଗାଁରୁ ଆଣି ଠାକୁରମୁଣ୍ଡା ବ୍ଲକରେ ଥଇଥାନ କରିଥିଲା ବନ ବିଭାଗ । ଭିଟା ମାଟି ଛାଡିଦେଲେ ଲୋକେ ହେଲେ ଏବେ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହେବା ସହ ଜୀବନ ଜୀବିକା ଚିନ୍ତାରେ ଦୁର୍ଦ୍ଦିନରେ ବିତୁଛି ଜୀବନ ,ତେବେ ବନ ବିଭାଗ ପକ୍ଷରୁ ମିଳିଛି ଶୀଘ୍ର ସମାଧାନର ଭରସା ...

Villagers deprived of basic amenities

Villagers deprived of basic amenities

Advertisment

କରଞ୍ଜିଆ(ଦୀପକ ମହନ୍ତ): କିଛି ଅଭାବ ରହିବନି କହି ସରକାର ଉଠାଇଦେଲେ, ହେଲେ ୨ ବର୍ଷ ବିତିବା ପରେ ବି କେବଳ ଅଭାବରେ ବିତୁଛି ଜୀବନ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ବସବାସ କରୁଥିବା ଜନଜାତିଙ୍କ ଦୁଃଖ ଓ ଯାତନାରେ ଜୀବନ ବିତୁଛି ।

Advertisment

ଜଙ୍ଗଲ ସୁରକ୍ଷା ନାମରେ ଶିମିଳିପାଳ ଅଭୟାରଣ୍ୟ ଖେଜୁରୀ ଗାଁରୁ ଏମାନଙ୍କୁ ସ୍ଥାନୀୟ ସାଲେଇବେଡାକୁ ସ୍ଥାନାନ୍ତର କରିଥିଲା ବନ ବିଭାଗ ପ୍ରତିଶୃତି । ମୁତାବକ ଆବାସ ଯୋଜନାରେ ଘର ତ ଦିଆଯାଇଛି, ହେଲେ କେଉଁଠି ଛାତ ଖସି ପଡିଲାଣି ତ ଆଉ କେଉଠି କାନ୍ଥ ଫାଟି ଆଁ କଲାଣି । ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶିରେ ସୁଧ ବାବଦ ଯେତିକି ମିଳୁଛି ତାହା ମଧ୍ୟ ପରିବାର ପୋଷଣ ପାଇଁ ଅଣ୍ଟୁନାହିଁ । ଏଭଳି ଅବସ୍ଥାରେ ଆଖପାଖ ଗାଁରେ ମୂଲ ମଧ୍ୟ ମିଳୁନଥିବାରୁ ଘାରିଛି ଜୀବନ ଜୀବିକା ଚିନ୍ତା ।

ପ୍ରାୟ ୨ ବର୍ଷ ତଳେ ଏମାନଙ୍କୁ ସ୍ଥାନାନ୍ତର କରି ଥଇଥାନ କରିଥିଲା ବନ ବିଭାଗ । ଥଇଥାନ ବେଳେ ଦିଆଯାଇଥିଲା ପୁଳା ପୁଳା ପ୍ରତିଶୃତି, ହେଲେ ପ୍ରତିଶୃତି କଥା ଛାଡନ୍ତୁ ଏବେ ମୌଳିକ ସୁବିଧା ସୁଯୋଗରୁ ବି ବଞ୍ଚିତ । ବିସ୍ଥାପିତ ହୋଇଥିବା ପ୍ରାୟ ୧୧୦ଟି ପରିବାର ଏପରିକି ପାଣି, ବିଜୁଳି ଓ ସଡକ ଭଳି ସୁବିଧା ସୁଯୋଗ ବି ଜୁଟିନାହିଁ  ଏମାନଙ୍କ ନିକଟରେ ।  ସେପଟେ ବନଖଣ୍ଡ ଅଧିକାରୀ କହିଛନ୍ତି ସବୁ ବିଭାଗକୁ ଚିଠି କରାଯାଇଛି, ଶୀଘ୍ର ସମାଧାନ ହୋଇଯିବ

Advertisment
Mayurbhanj Villagers Deprived Of Basic Amenities
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ