Villagers Hang On To A Rope To Cross River
ବାଣପୁର: ଲଗାଣ ବର୍ଷାରେ ବେହାଲ ହୋଇ ଯାଇଛି ଜୀବନ। ଜଳବନ୍ଦୀ ଅବସ୍ଥାରେ ଫସି ରହିଛି ଅନେକ ଗାଁ। ପଦାରେ ପଡ଼ିଯାଇଛି ସରକାରୀ ଉଦାସୀନତା। ପାଣି ଘେରରେ ଖାଇବାକୁ ନ ପାଇ ଛଟପଟ ହେଉଛନ୍ତି ଲୋକେ । ବାହାରକୁ ଆସିବାର ବାଟ ନାହିଁ। କେଉଁଠି ବର୍ଷା ଯୋଗୁ ନଦୀରେ ବନ୍ୟାଜଳ ଆସିଯିବାରୁ ଲୋକେ ଜଳବନ୍ଦୀ ହୋଇ ଅଛନ୍ତି। ବ୍ରିଜ ନ ଥିବାରୁ ଲୋକେ ଜୀବନକୁ ପାଣି ଛଡେଇ ରଶୀ ସାହାଯ୍ୟରେ ବଢିଲା ନଦୀ ପାର ହେଉଛନ୍ତି। ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଖୋର୍ଦ୍ଧା ବାଣପୁରର ନିକଟସ୍ଥ ସିଲିଙ୍ଗପଡ଼ା ଗାଁରୁ।
ସରକାର ଲୋକଙ୍କ ପାଇଁ ଅନେକ ଉନ୍ନୟନ କାମ କରୁଥିବା ଡିଣ୍ଡିମ ପିଟୁଛନ୍ତି। ହେଲେ ଏଠି ବାଟବଣା ହୋଇ ଯାଇଛି ଏହି ସବୁ ଯୋଜନା। ଖୋର୍ଦ୍ଧା ବାଣପୁରର ନିକଟସ୍ଥ ସିଲିଙ୍ଗପଡ଼ା ଗାଁ ଦେଇ ଯାଇଥିବା ଶାଲିଆ ନଦୀରେ ଆଜିଯାଏ ପୋଲଟିଏ ହୋଇପାରିନି। ଫଳରେ ଗାଁ ଲୋକେ ଦଉଡ଼ି ଭରସାରେ ନଦୀ ପାର ହେଉଛନ୍ତି।
Also Read
ବାଣପୁର ଓ ନିକଟସ୍ଥ ଗାଁ ଅରାଙ୍ଗକୁ ଯିବା ଆସିବା କରିବା ପାଇଁ ଏହି ଗାଁର ଲୋକଙ୍କୁ ଶାଲିଆ ନଦୀ ପାର ହୋଇ ଯିବାକୁ ପଡ଼ିଥାଏ। ବାଣପୁର ମୁଖ୍ୟ ବଜାର ହୋଇଥିବାରୁ ଦୈନିନ୍ଦିଜ ଗୁଜରାଣ ପାଇଁ ଲୋକେ ନିୟମିତ ଏହି ନଦୀ ପାର ହୋଇ ଯାଇଥାନ୍ତି। ଶାଲିଆ ନଦୀ ଗାଁ ଲୋକଙ୍କ ପାଇଁ ମୁଖ୍ୟ ରାସ୍ତା କହିଲେ ଚଳେ। ନଦୀରେ ପୋଲ ନ ଥିବାରୁ ନଦୀରେ ପଶି ଲୋକଙ୍କୁ ଆରପଟକୁ ଯିବାକୁ ପଡ଼ିଥାଏ। କିନ୍ତୁ ବର୍ଷା ଦିନେ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇଯାଏ। କାରଣ ନଦୀରେ ପାଣି ବଢ଼ି ଯାଇଥାଏ। ଫଳରେ ନଦୀରେ ପଶି ଯିବା ସମ୍ଭବ ହୋଇ ନ ଥାଏ। ତେଣୁ ଗାଁ ଲୋକେ ଜୀବନକୁ ବାଜି ଲଗାଇ ଏକ ଦଉଡି ସାହାଯ୍ୟରେ ନଦୀ ପାର ହୋଇଥାଏ
ନିୟମିତ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଥିଲେ ହେଁ ଆଜିଯାଏ ପୋଲଟିଏ ତିଆରି ହୋଇପାରି ନାହିଁ। ଗ୍ରାମବାସୀ ଏ ନେଇ ଅନେକ ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ କିଛି ସୁଫଳ ମିଳୁନାହିଁ। ଏ ନେଇ ବାଣପୁର ବିଡିଓଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ବ୍ରିଜ ହେବ ବୋଲି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1631685088.jpg)

