Advertisment

ରଙ୍ଗାମାଟି ଗାଁରେ ନେତାଙ୍କୁ ପଶିବା ମନା !

ନେତା ଓ ଅଧିକାରୀଙ୍କୁ ସେମାନେ କେତେ ଗୁହାରି କରିଥିଲେ ମଧ୍ୟ କିଛି ଲାଭ ଦେଇ ନାହାନ୍ତି। ତେଣୁ ଏଥର ଲୋକେ ତାତିଛନ୍ତି।

ଅଦ୍ୟତନ ହୋଇଛି
NO work No Vote

NO work No Vote

Advertisment

ରାଉଲକେଲା: ମୋବାଇଲ ନେଟଓ୍ୱର୍କ ନାହିିଁ ତ ଭୋଟ ନାହିଁ। ଏପରିକି ନେଟଓ୍ୱର୍କ ନ ଆସିବା ପର୍ଯ୍ୟନ୍ତ କୌଣସି ନେତାଙ୍କୁ ଗାଁରେ ପୁରାଇ ନ ଦେବାକୁ ଲୋକଙ୍କ ଜିଦ୍।ଏହା ହେଉଛି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ରଙ୍ଗାମାଟି ଗାଁର ଲୋକଙ୍କ ଦାବି। ଏହି ଗାଁରେ ମୋବାଇଲ କାମ କରେ ନାହିଁ, କାରଣ ନେଟଓ୍ୱର୍କ ନାହିଁ। ଏପରିକି ଆମ୍ବୁଲାନ୍ସକୁ ଫୋନ୍ କରିବାକୁ ହେଲେ ମଧ୍ୟ ପାହାଡ଼ ଉପରକୁ ଝାଡ଼ଖଣ୍ଡ ସୀମାକୁ ଯିବା ପାଇଁ ପଡୁଛି। ପିଲାମାନେ ଅନଲାଇନ୍ କ୍ଲାସ କରିପାରୁନାହାନ୍ତି। 

Advertisment

ଅତି ଜରୁରୀ ହେଲେ ଗଛ ଉପରକୁ କିମ୍ବା ଘର ଛାତ ଉପରକୁ ଯାଇ କଥାବାର୍ତ୍ତା ହେବାକୁ ପଡୁଛି।  ଏକ ପ୍ରକାର ବାହ୍ୟ ଦୁନିଆରୁ ବିଚ୍ଛିନ୍ନ ହୋଇ ରହିଛନ୍ତି ଏହି ଗାଁର ଲୋକେ। ତେଣୁ ସେମାନେ ନିଷ୍ପତ୍ତି ନେଇଛନ୍ତି, ନେଟଓ୍ୱର୍କ ଦିଅ ଭୋଟ ନିଅ। ନ ହେଲେ ଗାଁରେ ନେତାଙ୍କୁ ପଶିବା ମନା।

ସେହିପରି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତର ଲୋକେ ବଣ ପାହାଡ଼ ଘେରା ଏହି ଗାଁରେ ମଧ୍ୟ ମୋବାଇଲ ନେଟଓ୍ୱର୍କ ନାହିଁ। ତେଣୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୪ ବର୍ଷ ତଳୁ ଟାଓ୍ୱାର ବସିଥିଲେ ମଧ୍ୟ ଏଯାଏ ତାହା କାର୍ଯ୍ୟକ୍ଷମ ହୋଇନାହିଁ। ନେତା ଓ ଅଧିକାରୀଙ୍କୁ ସେମାନେ କେତେ ଗୁହାରି କରିଥିଲେ ମଧ୍ୟ କିଛି ଲାଭ ଦେଇ ନାହାନ୍ତି। ତେଣୁ ଏଥର ଲୋକେ ତାତିଛନ୍ତି।  

Advertisment
Panchayat Election No Internet No Vote
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ