Vigilance sleuths raid office, residence of Rourkela Assistant Collector. Details awaited
ଆଉ ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍ । ରାଉରକେଲାର ଆସିଷ୍ଟାଣ୍ଟ କଲେରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଛି । ଆସିଷ୍ଟାଣ୍ଟ କଲେର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି ।
ତେବେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଯାଞ୍ଚ କରାଯାଇଛି । ଏହି ସ୍ଥାନ ଗୁଡିକ ମଧ୍ୟରୁ ଛେଣ୍ଡ୍ ସ୍ଥିତ ୨ଟି ଘର, କାର୍ଯ୍ୟାଳୟ ଏବଂ ଭୁବନେଶ୍ୱରରେ ଏକକାଳୀନ ରେଡ୍ ହୋଇଛି । ଏହି ରେଡ୍ରେ ଭିଜିଲାନ୍ସର ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ର ମିଳିତ ୪ଟି ଟିମ୍ ଉପସ୍ଥିତ ଥିବା ଜଣାପଡିଛି ।
ସେହିପରି, ଗତ ଫେବୃଆରୀ ୩ ତାରିଖରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ କରି ୬ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି। ଏମିତିକି ସରକାରୀ ବାବୁଙ୍କ ଅଚଳାଅଚଳ ସମ୍ପତ୍ତି ଦେଖି କାବା ହୋଇଥିଲା ଭିଜିଲାନ୍ସ। ଲକ୍ଷେ କି ୨ ଲକ୍ଷ ନୁହେଁ, ଯୋଗାଣ ଅଧିକାରୀଙ୍କ ୬ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644289049.jpg)