/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661924121.jpg)
Special story
ରେଞ୍ଜରଙ୍କୁ ଅଫିସ୍ ଭିତରେ ମୋଡ଼ାଘସା । ମାଲକାନଗିରି ବନଖଣ୍ଡ ଏମ୍.ଭି. ୭୯ ବନବିଭାଗ ଅଫିସ ଭିତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଫିସର ଅସ୍ଥାୟୀ କର୍ମଚାରୀ ରେଞ୍ଜରଙ୍କୁ ତେଲ ମାଲିସ୍ କରୁଛନ୍ତି । ରେଞ୍ଜର ବାବୁ ମୁହଁ ମାଡ଼ି ଶୋଇଥିବା ବେଳେ ଦୁଇ ଜଣ ଅସ୍ଥାୟୀ କର୍ମଚାରୀ ତେଲ ମାଲିସ କରିବାରେ ବ୍ୟସ୍ତ । ସେପଟେ ମାଲିସ୍ ଖାଇ ଶାନ୍ତିରେ ଘୁମାଉଛନ୍ତି ବଡ଼ବାବୁ ।
ତେବେ ଏହା ନୂଆ ଘଟଣା ନୁହେଁ । ଅସ୍ଥାୟୀ କର୍ମଚାରୀଙ୍କ ଦ୍ୱାରା ପୂର୍ବରୁ ମଧ୍ୟ ଏପରି ତେଲ ମାଲିସ୍ କରାନ୍ତି ରେଞ୍ଜର୍ ବାବୁ । ଅଧିକାଂଶ ସମୟରେ ଅଫିସର ଏହି ଅସ୍ଥାୟୀ କର୍ମଚାରୀଙ୍କ ଉପରେ ଚାପ ପକାଇ ନିଜ ଘରର ବ୍ୟକ୍ତିଗତ କାମ ଠାରୁ ଆରମ୍ଭ କରି ରୋଷେଇ, ବାସନ କୁସନ ମାଜିବା, କପଡା ସଫା କରିବା ଭଳି ଅନେକ କାମ କରାନ୍ତି ବୋଲି ସୂଚନା ମିଳିଛି । ଯାହାର ଭିଡ଼ିଓ ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।
ତେବେ ଭିଡ଼ିଓଟି ଜାଣିଶୁଣି ସୁଟିଂ କରାଯାଉଥିବା ଅନୁମାନ କରାଯାଉଛି । ଏଇଟି ପ୍ରଶ୍ନ ଉଠୁଛି କାହିଁକି ସୁଟିଂ କରାଯାଉଥିଲା ? ସୁଟିଂ ପରେ ଭିଡ଼ିଓଟି କିଏ ଏବଂ କାହିଁକି ଭାଇରାଲ୍ କଲା ? କେଉଁ ଆଧାରରେ ଜଣେ ସରକାରୀ କର୍ମଚାରୀ ହୋଇ ନିଜର ଅଧୀସ୍ଥନ କର୍ମଚାରୀଙ୍କ ଦ୍ୱାରା ଏଭଳି କାର୍ଯ୍ୟ କରାଉଛନ୍ତି ରେଞ୍ଜର ? ତାକୁ ନେଇ ନାନା ପ୍ରଶ୍ନ ଉଠିଥିବାବେଳେ ସଂପୃକ୍ତ ଅସ୍ଥାୟୀ କର୍ମଚାରୀ ମାନେ ସଂପୃକ୍ତ ରେଞ୍ଜରଙ୍କ ବିରୋଧରେ ଅକଥନୀୟ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ତେବେ ଏନେଇ ରେଞ୍ଜରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।
କିଛି ଦିନ ପୂର୍ବରୁ ମୋଟୁ ରେଞ୍ଜର ଏମ.ଭି.୭୯ ବନବିଭାଗ ଅଫିସରେ ବଡ଼ ବଡ଼ ଶାଗୁଆନ ଗଣ୍ଡିକୁ କରତରେ ଚିରି ଆସବାବପତ୍ର ତିଆରି କରାଯାଉଥିଲା, ତାହାର ଭାଇରାଲ୍ ଭିଡ଼ିଓ ଦେଖିବାକୁ ମିଳିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)