Advertisment

ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ

ତିନି ଦଶନ୍ଧୀ ଧରି ଓଲିଉଡ୍‌ରେ ରାଜ କରିଥିଲେ ମିହିର

ଅଦ୍ୟତନ ହୋଇଛି
mihir das

mihir das

Advertisment

କଟକ: ବରିଷ୍ଠ ସିନେ ଅଭିନେତା ମିହିର ଦାସ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତ ୭ ତାରିଖରୁ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା। ୧୧ ଫେବ୍ରୁଆରୀ ୧୯୫୯ ମସିହାରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ। ଅନେକ ଲୋକପ୍ରିୟ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ମିହିର। ୧୯୮୦ରେ ରାମାୟଣ ଫିଲ୍ମରେ ଶତ୍ରୁଘ୍ନରୁ ମିହିରଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା। ପୁଅ ମୋର ଭୋଳାଶଙ୍କରରେ ବେଶ୍ ପ୍ରଶଂସା ସାଉଣ୍ଟିଥିଲେ ମିହିର। ଅନେକ ଥର ଶ୍ରେଷ୍ଠ ଅଭିନେତାର ତାଜ୍ ସେ ପିନ୍ଧିଛନ୍ତି। ୨୦୨୧ରେ ତରଙ୍ଗ ପକ୍ଷରୁ ତାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ ଦିଆଯାଇଥିଲା। 

Advertisment

ମିହିର ଦାସ ଜଣେ ଓଡ଼ିଆ ସିନେମା ଅଭିନେତା । ସେ ଦୀର୍ଘ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିସାରିଛନ୍ତି । ସେ ଜଣେ ଅଭିଜ୍ଞ କଳାକାର । ଓଡ଼ିଶା ଫିଲ୍ମ ଜଗତରେ ସେ ଏମିତି ଜଣେ କଳାକାର ଯିଏ କି ସବୁ ପ୍ରକାର ଅଭିନୟ କରି ସଫଳ ହୋଇଥିଲେ। ନିଜ ଅଭିନୟ କ୍ୟାରିୟରରେ ସେ ଅନେକ ସଫଳତା ପାଇବା ସହ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ଶ୍ରେଷ୍ଠ ଅଭିନେତା ଭାବେ ତାଙ୍କୁ ୧୯୯୮ରେ ଲକ୍ଷ୍ମୀ ପ୍ରତିମା ଚଳଚ୍ଚିତ୍ର ପାଇଁ ବିବେଚନା କରାଯାଇଥିଲା।

ଫେରି ଆ ମୋ ସୁନା ଭଉଣୀ ଚଳଚ୍ଚିତ୍ରରେ ମଧ୍ୟ ସେ ଚମତ୍କାର ଅଭିନୟ କରି ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଥିଲେ । ସେହିଭଳି ଶ୍ରେଷ୍ଠ ସହକଳାକାର ଭାବେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ୨୦୦୨ରେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ସହକଳାକାର ଭାବେ ବିବେଚନା କରାଯାଇଥିଲା । ଏହାସହ ୨୦୧୦ରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ମଧ୍ୟ ତାଙ୍କୁ ପୁରସ୍କାର ଦିଆଯାଇଛି । ମୟୂରଭଞ୍ଜରରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପତ୍ନୀ ଜଣେ କଣ୍ଠଶିଳ୍ପୀ ହେବା ସହ ଭଲ ଅଭିନେତ୍ରୀ ଥିଲେ । 

Advertisment

ଓଲିଉଡ୍‌ର କାକା ଭାବେ ପରିଚିତ ଭେଟ୍‌ରାନ୍‌ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା । ସେ ପ୍ରଥମେ ଆର୍ଟ ଫିଲ୍ମ ‘ସ୍କୁଲ୍‌ ମାଷ୍ଟର’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା । ତା’ପରେ ସେ ବ୍ୟବସାୟୀକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ୧୯୭୯ ମସିହାରେ ମିହିର ଦାସଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ମଥୁରା ବିଜୟ’ ରିଲିଜ ହୋଇଥିଲା । ସେ ତିନି ଦଶନ୍ଧୀ ଧରି ଓଲିଉଡ୍‌ରେ ରାଜ କରିଆସୁଥିଲେ। 

ମିହିର ଦାସଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। ସେହିପରି ରାଜ୍ୟ ସିନେ ଆର୍ଟିଷ୍ଟ ଆସୋସିଏସନର ଶୋକ ପ୍ରକାଶ କରିଛି। 

Advertisment
Mihir Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ