Scrap
ରାଜ୍ୟରେ ସ୍କ୍ରାପ୍ ହେବ ୨୦ ଲକ୍ଷ ୩୯ ହଜାର ୫୦୦ ଗାଡ଼ି। ଯେଉଁ ଗାଡ଼ି ଗୁଡ଼ିକ ୧୫ ବର୍ଷରୁ ଉର୍ଦ୍ଧ୍ୱ ଫିଟନେସ୍ ନଥିବା ସେସବୁ ଗାଡ଼ିକୁ ସ୍କ୍ରାପ୍ କରାଯିବ। ଏଥି ମଧ୍ୟରୁ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ ଟି ମୋଟର ସାଇକେଲ/ସ୍କୁଟର ରହିଛି। ମାର୍ଚ୍ଚ ୧୫ ସୁଦ୍ଧା ଏହି ଗାଡ଼ି ଗୁଡ଼ିକୁ ସ୍କ୍ରାପ୍ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ସେହିପରି ରାଜ୍ୟ ରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ୍ ରହିଛି। ଫିଟନେସ୍ ନଥିବା ଗାଡ଼ିକୁ ସ୍କ୍ରାପିଂ ପାଇଁ ରାଜ୍ୟ ସରକାର ସ୍କ୍ରାପିଂ ପଲିସି ୨୦୨୨ ପ୍ରଣୟନ କରାଯାଇଛି। ଏନେଇ ବିଧାନସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି। ବିଜେପି ବିଧାୟିକା କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Scrap_1677145232.jpg)