Vehicle Seized If Minor Ride
ନାବାଳକଙ୍କ ପାଇଁ କଠୋର ହେଲା ପରିବହନ ବିଭାଗ। ଏଣିକି ନାବାଳକ ବା ସ୍କୁଲ ପିଲା ବାଇକ୍ ଚଳାଇ ପାରିବେନି ବୋଲି ରୋକ୍ଠୋକ୍ କୁହାଯାଇଛି। ଯଦି ସେମାନେ ନିୟମ ଉଲ୍ଲଂଘନ କରି ଗାଡ଼ି ଚଳାନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗାଡ଼ି ଚଳାଉଥିବାବେଳେ ନାବାଳକ ଜଣକ ଯଦି ଧରାପଡ଼ିବେ, ତେବେ ବାଇକ ମାଲିକକୁ କୋର୍ଟ ଚାଲାଣ କରାଯିବ।
ଏଥିପାଇଁ ସ୍କୁଲ ଆଖପାଖରେ ଧରପଗଡ଼ ହେବ ବୋଲି କହିଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ । ଆସନ୍ତାକାଲିଠୁ ଏହି କଟକଣା ଲାଗୁ କରାଯିବ । ଏପ୍ରିଲ ପ୍ରଥମ ସପ୍ତାହ ଯାଏଁ ସ୍ପେଶାଲ ଡ୍ରାଇଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିଲେ ଅଭିଭାବକମାନଙ୍କୁ ଜରିମାନା ଦେବାକୁ ପଡ଼ିବ । ଏଥିପାଇଁ ୨୫ ହଜାର ଟଙ୍କା ଜୋରିମାନା ଗଣିବେ ।
ପୂର୍ବରୁ ମଧ୍ୟ ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଅନେକ କଟକଣା ଜାରି କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା କର୍ଯ୍ୟାନୁଷ୍ଠାନ ନେଇଛି ବିଭାଗ । ବିନା ହେଲମେଟ ଓ ଭୁଲ ରୁଟରେ ଗାଡ଼ି ଚଳାଇଲେ ଚାଳକଙ୍କୁ ଜରିମାନା ଦେବାକୁ ପଡ଼ୁଛି । ତାହା ସହ ଗୋଟିଏ ବାଇକ୍ରେ ଦୁଇରୁ ଅଧିକ ବ୍ୟକ୍ତି ବସି ଯାତ୍ରା କରିବାକୁ ମଧ୍ୟ ବାରଣ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679918852.jpg)