ମାସକ ଭିତରେ ଶାଶୂଘର ଛାଡ଼ିବେ ବର୍ଷା, କୋର୍ଟଙ୍କୁ ଦେଲେ ସୂଚନା

ଜିଲ୍ଲା ଜଜ୍ କୋର୍ଟରେ ବର୍ଷା ଶାଶୁଘର ଛାଡ଼ିବା ଜଣାଇବାରୁ ମାମଲାର ଅନ୍ତ ଘଟିଛି ।

Varsha Priyadarshini

ବିଜେଡି ସାଂସଦ ଅନୁଭବ-ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା । ବର୍ଷା ଶାଶୂଘର ଛାଡ଼ିବାକୁ SDJM କୋର୍ଟ ଦେଇଥିବା ନିଷ୍ପତ୍ତି କାଏମ । ଏନେଇ ଜିଲ୍ଲା ଜଜ୍ କୋର୍ଟରେ ଚାଲିଥିବା ମାମଲାର ଅନ୍ତ ଘଟାଇଲେ କୋର୍ଟ । ଜିଲ୍ଲା ଜଜ୍ କୋର୍ଟରେ ବର୍ଷା ଶାଶୁଘର ଛାଡ଼ିବା ଜଣାଇବାରୁ ମାମଲାର ଅନ୍ତ ଘଟିଛି ।

ମାସକ ମଧ୍ୟରେ ଶାଶୁଘର ଛାଡ଼ିବେ ବୋଲି କୋର୍ଟରେ ଜଣାଇଲେ ବର୍ଷା । ପୂର୍ବରୁ ଏନେଇ ଅନୁଭବଙ୍କ ଆବେଦନକୁ ଗ୍ରହଣ କରିଥିଲେ SDJM । ବର୍ଷା ଶାଶୁଘର ଛାଡ଼ିବା ଲାଗି ଅନୁଭବଙ୍କ ଆବେଦନ ଗ୍ରହଣ ହୋଇଥିଲା । ବର୍ଷା ଅନ୍ୟତ୍ର ରହିବା ପାଇଁ ଘରଭଡ଼ା ଦେବାକୁ କହିଥିଲେ କୋର୍ଟ । ମାସିକ ୩୦ ହଜାର ଟଙ୍କା ଘରଭଡ଼ା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । SDJMଙ୍କ ନିର୍ଦ୍ଦେଶକୁ ଚାଲେଂଜ କରି ଜିଲ୍ଲା ଜଜ୍ କୋର୍ଟ ଯାଇଥିଲେ ବର୍ଷା । ମାମଲାର ପ୍ରାରମ୍ଭିକ ଶୁଣାଣି କରି ଜିଲ୍ଲା ଜଜ୍ ସ୍ଥଗିତାଦେଶ ଦେଇଥିଲେ ।