• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବର୍ଷାଙ୍କୁ ଅନୁଭବଙ୍କ କଟାକ୍ଷ । କେଉଁ ଅଧିକାରରେ ମୋତେ ସ୍ୱାମୀ କହୁଛ ବୋଲି ପ୍ରଶ୍ନ କରିଛନ୍ତି । ଖାଲି ସିନ୍ଦୂର ପିନ୍ଧିଦେଲେ କ’ଣ ଜଣେ ସ୍ତ୍ରୀ ହୋଇଯାଏ । ଲଜ୍ଜା । ନାରୀ ଜାତିକୁ ଏତେ ଅପମାନ କରନାହିଁ ବୋଲି ସେ କହିଛନ୍ତି । ନାରୀ ଯାହା କହିଲେ କ’ଣ ସବୁ ସତ, ସବୁ ଠିକ୍‌ । ଶଙ୍ଖା,ସିନ୍ଦୂର ପିନ୍ଧି ମନ୍ଦିର ଗଲେ କୌଣସି ଦେବାଦେବୀ ଶୁଣିବେ ନାହିଁ ।

ଘରେ ଥିବା ବାପାମା’ଙ୍କ ସେବା କରିପାରିବା ନାହିଁ । ତାଙ୍କ ସହ ମେଡିକାଲ ଯାଇପାରିବା ନାହିଁ । କ’ଣ ଔଷଧ ଖାଉଛନ୍ତି ଜାଣିପାରିବା ନାହିଁ । ମେକ୍ଅପ କରି, ବଢ଼ିଆ ହେୟାର ଷ୍ଟାଇଲ କଲେ କି ଲାଭ ।  ଆମେ ସମ୍ମାନରେ ବଞ୍ଚିବା ପାଇଁ ସମୟ ଆସିଛି । ଦିନକୁ ଦିନ ମୋ ନାଁରେ ନୂଆ ନୂଆ ମିଛ ଅଭିଯୋଗ କରୁଛ । ନାରୀ ଜାତିକୁ ଏତେ ଅପମାନିତ କରନି । ଏତେ କଳଙ୍କିତ କରନାହିଁ କି ଭିକ୍ଟିମ କାର୍ଡ ଖେଳନାହିଁ ବୋଲି ସେ କହିଛନ୍ତି ।

ସେହିପରି ଅନୁଭବ କହିଛନ୍ତି ମୁଁ ମୋ ପରିବାରକୁ କେବେ ଛାଡ଼ିବି ନାହିଁ । ମୋ ବାପାମା’ଙ୍କୁ କଷ୍ଟ ଦେବିନି । ମୋତେ ସେମାନେ ଜନ୍ମ ଦେଇଛନ୍ତି । ପୃଥିବୀକୁ ଆଣିଛନ୍ତି । ଯୁବପିଢ଼ିଙ୍କୁ ମୋର ଏତିକି ସନ୍ଦେଶ ମୋତେ ଭଲପାଅ, କିନ୍ତୁ ମନେ ରଖ , ବାପାମା’ଙ୍କୁ କେବେ ଅସମ୍ମାନ କରିବ ନାହିଁ । ବାପାମା’ଙ୍କ ଠାରୁ ଅଲଗା ରହିବାକୁ କହୁଥିବା ମଣିଷ ସହ ସମ୍ପର୍କକୁ ଧିକ ।

ମୁଁ ନିଷ୍ପତ୍ତି ନେଇସାରିଛି ଏବେ ଲଢ଼େଇ କରିବି । ଦରକାର ପଡ଼ିଲେ ସୁପ୍ରିମକୋର୍ଟ ଯାଏଁ ଯିବି ଓ ସତକୁ ସାମ୍ନାକୁ ଆଣିବି ବୋଲି କହିଛନ୍ତି ଅନୁଭବ ।