Advertisment

ସାଇବର ଥାନାରେ ବର୍ଷା, କହିଲେ- ‘ମୋ ଛବି ଖରାପ ପାଇଁ ଷଡ଼ଯନ୍ତ୍ର ଚାଲିଛି’

ଦିନକୁ ଦିନ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଜଟିଳ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ କରି କଟକ ସାଇବର ଥାନାରେ ବର୍ଷା ଏତଲା ଦେଇଛନ୍ତି।

ଅଦ୍ୟତନ ହୋଇଛି
Anubhav-Varsha Family Dispute

Anubhav-Varsha Family Dispute

Advertisment

ଦିନକୁ ଦିନ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଜଟିଳ ହେବାରେ ଲାଗିଛି। ଗୋଟିଏପଟେ ସାଂସଦ ଅନୁଭବ ମହାନ୍ତି ଗୋଟିଏ ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଛାଡ଼ୁ ଥିବାବେଳେ ଅନ୍ୟପଟେ ପତ୍ନୀ ବର୍ଷା ଥାନାର ଦ୍ୱାରସ୍ଥ ହେଉଛନ୍ତି। 

Advertisment

ପ୍ରଥମେ ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାକୁ ନେଇ ଦୁଇ ଦୁଇଟି ଭିଡିଓ ଛାଡ଼ିଥିଲେ। ଏହାପରେ ପତ୍ନୀ ବର୍ଷା କଟକ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଅନୁଭବ ଗତକାଲି ପୁଣି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଛାଡ଼ିଥିଲେ। ଏହାପରେ ଆଜି ବର୍ଷା ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Advertisment

ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ କରି କଟକ ସାଇବର ଥାନାରେ ବର୍ଷା ଏତଲା ଦେଇଛନ୍ତି। କିଛି ବ୍ୟକ୍ତି ତାଙ୍କ ଛବି ଖରାପ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବର୍ଷା ଅଭିଯୋଗ କରିଛନ୍ତି। ବର୍ଷାଙ୍କ ଏତଲା ଭିତ୍ତିରେ IPC ଧାରା ୫୦୯ ଓ IT ACTରେ ମାମଲା ରୁଜୁ କରାଯାଇଛି। 

Varsha Priyadarshini Anubhav Mohanty Anubhav- Varsha Marital Discord Anubhav-Varsha Family Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ